ଚାକିରି ଦେବା ନଁାରେ ଯୁବତୀଙ୍କୁ ବଳାତ୍କାର:ଅର୍ଥ ଲଗାଣକାରୀ ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ

କଟକ ରୋଡ,୪-୯(ଡି.ଏନ୍‌.ଏ.): ଜଣେ ଯୁବତୀଙ୍କୁ ଚାକିରି ଦେବା ନଁାରେ ହୋଟେଲରେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ପୋଲିସ ଏକ ମାମଲା(ନଂ.୨୪୦/୧୯)ରୁଜୁ କରିବା ସହ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ଉତ୍ତରପ୍ରଦେଶ ଭାପୁର ଜିଲାର ଭରନା ଥାନା ଅଧୀନ ସିଂଗନପୁର ଅଞ୍ଚଳର ଜୟ କୁମାର(୩୯)। ପୋଲିସ ସୂଚନା ଅନୁଯାୟୀ, ଛତିଶଗଡ ରାୟଗଡ଼ ଅଞ୍ଚଳର ଜଣେ ଯୁବତୀ ରାୟପୁରର ଥିବା ଅର୍ଥ ଲଗାଣକାରୀ ସଂସ୍ଥାରେ କର୍ମଚାରୀ ଥିଲେ। ଉକ୍ତ ସମୟରେ ଅଭିଯୁକ୍ତ ଜୟ ତାଙ୍କ ଉପରିସ୍ଥ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ। ଏହା ପରେ ଜୟଙ୍କ ଭୁବନେଶ୍ୱର ବଦଳି ହୋଇଥିବା ବେଳେ ସେ ସେହି ସଂସ୍ଥାର ଓଡ଼ିଶା ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ ବୋଲି ପୋଲିସ କହିଛି। ଅନ୍ୟପକ୍ଷରେ ପୀଡ଼ିତା ରାୟପୁର କାର୍ଯ୍ୟାଳୟରେ ୧୦ମାସ ଚାକିରି କରିବା ପରେ ଗତ ୪ମାସ ପୂର୍ବେ ଚାକିରି ଛାଡି ଦେଇଥିଲେ। ପୁନର୍ବାର ଚାକିରି କରିବା ପାଇଁ ଯୁବତୀଜଣକ ଗତ ୧୦ଦିନ ପୂର୍ବେ ଜୟଙ୍କୁ ଯୋଗାଯୋଗ କରିଥିଲେ। ଧଉଳି ଥାନା ଅଧୀନ ଗଙ୍ଗୋତ୍ରୀ ନଗର ଅଞ୍ଚଳରେ ଥିବା ଉକ୍ତ ସଂସ୍ଥାର ଶାଖା କାର୍ଯ୍ୟାଳୟରେ କେତୋଟି ପଦବୀ ଖାଲିଥିବା ନେଇ ଜୟ ତାଙ୍କୁ କହିଥିଲେ। ଏହା ସହ ଗତ ୧ତାରିଖରେ ସାକ୍ଷାତକାର ଥିବା ନେଇ ଭୁବନେଶ୍ୱର ଡକାଇଥିଲେ। ଚାକିରି ଆଶାରେ ଯୁବତୀ ଓ ତାଙ୍କର ଅନ୍ୟ ଜଣେ ସାଙ୍ଗ ଉକ୍ତ ଦିନ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନରେ ପହଞ୍ଚି ଜୟଙ୍କ ସହ ଯୋଗାଯୋଗ କରିଥିଲେ। କଟକ ରୋଡରେ ଥିବା ଏକ ହୋଟେଲରେ ରହିବା ପାଇଁ ଜୟ ସେମାନଙ୍କୁ କହିଥିଲେ। ମଧ୍ୟାହ୍ନରେ ସାକ୍ଷତ୍‌କାର ସମୟ ଥିବା ବେଳେ ଜୟ ଏହାକୁ ଗଡାଇ ସନ୍ଧ୍ୟାରେ ରଖିଥିଲେ। ସନ୍ଧ୍ୟାରେ ସାକ୍ଷାତ୍‌କାର ସରିବା ପରେ ଚାକିରି ତୁମର ନିଶ୍ଚିତ ହୋଇଯିବ କହି ଅଭିଯୁକ୍ତ ଉକ୍ତ ହୋଟେଲରେ ଅନ୍ୟ ଏକ ରୁମକୁ ଯୁବତୀଙ୍କୁ ନେଇ ବଳାତ୍କାର କରିଥିଲେ। ଏ ନେଇ ଗତ ୨ତାରିଖରେ ପୀଡ଼ିତାଜଣଙ୍କ ଥାନାରେ ଏତାଲା ଦେଇଥିଲେ। ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମଙ୍ଗଳବାର ଗଙ୍ଗୋତ୍ରୀନଗର ଅଞ୍ଚଳର ଏକ ଭଡାଘରେ ରହୁଥିବା ଜୟଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୨ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri