ଚାଇନାକୁ ଘେରିବା ଲାଗି ଯୋଜନା; ଆମଦାନୀ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୧୯।୬: ସୀମାରେ ଚାଇନାର ଔଦ୍ଧତ୍ୟ ଯୋଗୁ ଭାରତୀୟ ୨୦ ଯବାନ ଶହୀଦ ହେବା ପରେ ଦେଶରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। ଚାଇନାକୁ ଉଚିତ ଜବାବ ଦେବା ଲାଗି ସୋସିଆଲ ମିଡିଆ କ୍ୟାମ୍ପେନ ସମେତ ସାରା ଦେଶରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶ ମଧ୍ୟରେ ଚାଇନା ସାମଗ୍ରୀ ଓ ପତାକା ପୋଡାଜଳା ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀଗୁଡିକ କୌଣସି ସାମଗ୍ରୀ ଚାଇନାରୁ ନ ଆଣିବା ଲାଗି ଟେଲିକମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏପଟେ ଚାଇନାକୁ ଘେରିବା ଲାଗି ସରକାର ଯୋଜନା କରୁଥିବା ଜଣାପଡିଛି। ଚାଇନାରୁ ଭାରତ ଆମଦାନୀ କରୁଥିବା ସାମଗ୍ରୀ ଉପରେ କଟକଣା ଲଗାଇବାକୁ ଯୋଜନା ହେଉଛି। ସେଠାରୁ ଆସୁଥିବା ପ୍ରାୟ ୩୦୦ ସାମଗ୍ରୀ ଉପରେ ଉଚ୍ଚ ପରିମାଣର ଟିକସ ଲାଗି କରି ଚାଇନାକୁ ବାଣିଜି୍ୟକ କ୍ଷେତ୍ରରେ ଅସୁବିଧାରେ ପକାଇବାକୁ ସରକାର ବିଚାର କରୁଛନ୍ତି। ଏହି ପ୍ରୟାସ ଦ୍ୱାରା ଘରୋଇ ଶିଳ୍ପଗୁଡିକୁ ସହାୟତା ମିଳିବ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି।
ଉକ୍ତ ଯୋଜନା ଉପରେ ଗତ ଏପ୍ରିଲ ମାସରୁ ସରକାର ବିଚାର କରୁଥିବା ରଏଟର୍ସ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଅପରପକ୍ଷରେ ଘରୋଇ ବଜାରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀକୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ’ ଯୋଜନା ଘୋଷଣା କରିଛନ୍ତି। ଚାଇନା ସାମଗ୍ରୀ ଉପରେ କେତେ ପରିମାଣର ଟିକସ ଲାଗୁ ହେବ ସେ ନେଇ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କାରଣ ଯୋଜନାର ଚୂଡାନ୍ତ ନିଷ୍ପତ୍ତି ଏବେ ଯାଏ ହୋଇନାହିଁ। ଆଗାମୀ କିଛିଦିନ ମଧ୍ୟରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ଏହି ଯୋଜନା ଉପରେ ଅର୍ଥ ମନ୍ତ୍ରଣାଳୟ ଏବଂ ବାଣିଜ୍ୟ ମନ୍ତ୍ରଣାଳୟ ବର୍ତ୍ତମାନ କାମ କରୁଛନ୍ତି। ହେଲେ ରଏଟର୍ସ ପକ୍ଷରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଲୋଡାଯାଇଥିଲେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ଯାଏ ମିଳି ପାରିନାହିଁ। ୧୦୦ରୁ ୨୦୦ ସାମଗ୍ରୀ ଉପରେ ଆମଦାନୀ ଟିକସ ବୃଦ୍ଧି ଏବଂ ଅନ୍ୟ ୧୦୦ ସାମଗ୍ରୀ ଉପରେ ଅଣ ଟାରିଫ କଟକଣା ଯଥା-ଲାଇସେନ୍ସ ଆବଶ୍ୟକତା ଏବଂ ଗୁଣବତ୍ତା ପରୀକ୍ଷା ଭଳି ଦିଗ ଉପରେ ସରକାର କଡାକଡା ଭାବେ ବିଚାର କରିବେ ବୋଲି ଅଧିକାରୀ କହିଛନ୍ତି।
ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଦ୍ୱାରା ଚାଇନାର ୮ରୁ ୧୦ ବିଲିୟନ ସାମଗ୍ରୀ ଉପରେ ଟାର୍ଗେଟ କରାଯିବ। ଅଣଅତ୍ୟାବଶ୍ୟକ ତଥା ନିମ୍ନ ଗୁଣବତ୍ତା ବିଶିଷ୍ଟ ପ୍ରଡକ୍ଟ ଭାରତକୁ ଆଣିବାରେ ମଧ୍ୟ କଟକଣା ଲାଗୁ କରିବାକୁ ବିଚାର କରାଯାଉଛି। ଚାଇନା ଏଭଳି ପ୍ରଡକ୍ଟ ଦ୍ୱାରା ଭାରତୀୟ ବଜାରକୁ କ୍ଷତି ପହଞ୍ଚାଉଛି। ସେହିଭଳି ଅନ୍ୟ ଅଧିକାରୀ ଜଣକ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ କୌଣସି ଦେଶକୁ ଏଥିରେ ଟାର୍ଗେଟ କରିବା ଯୋଜନା ନାହିଁ। ମାତ୍ର ଭାରତ ସହ ଚାଇନାର ଅତ୍ୟଧିକ ବାଣିଜ୍ୟ ନିଅଣ୍ଟକୁ କମ୍‌ କରିବା ଦିଗରେ ସରକାର ପଦକ୍ଷେପ ନେବେ। ଚାଇନାରୁ ଆସୁଥିବା ମୋଟ ସାମଗ୍ରୀ ମଧ୍ୟରୁ ରିଟେଲ କ୍ଷେତ୍ରରେ ୧୭ ବିଲିୟନ ଡଲାର ଅଂଶ ରହିଛି। ବିଭିନ୍ନ ବ୍ୟବସାୟୀ ସଂଘ ୪୫୦ ବର୍ଗରେ ୩୦୦୦ ସାମଗ୍ରୀ ବ୍ୟବସାୟୀ ବିକ୍ରି କରିବା ବନ୍ଦ କଲେ ପ୍ରାୟ ୧୭ ବିଲିୟନ ଡଲାରର ଧକ୍କା ଚାଇନା ସହିବ ବୋଲି ଆକଳନ କରାଯାଇଛି।
୨୦୧୯-୨୦ ଆର୍ଥତ୍କ ବର୍ଷରେ ଭାରତ ଏବଂ ଚାଇନା ମଧ୍ୟରେ ୮୮ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସମ୍ପାଦିତ ହୋଇଛି। ଏହି ସମୟରେ ଭାରତର ବାଣିଜ୍ୟ ନିଅଣ୍ଟ ୫୩.୨ ବିଲିୟନ ଡଲାର ରହିଛି। ଅର୍ଥାତ୍‌ ଭାରତ ଚାଇନାଠାରୁ ବେଶି ମୂଲ୍ୟର ସାମଗ୍ରୀ କିଣୁଛି। ଏଥିଲାଗି ଭାରତକୁ ବେଶି ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏପ୍ରିଲ ୨୦୧୯ରୁ ଫେବୃୟାରୀ ୨୦୨୦ ମଧ୍ୟରେ ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ୪୬.୮ ବିଲିୟନ ଡଲାର ରହିଛି।
ଶିଳ୍ପ କ୍ଷେତ୍ରର ଜଣେ ପ୍ରତିନିଧି କହିଛନ୍ତି, ଇଞ୍ଜିନିୟରିଂ ଗୁଡ୍ସ, ଇଲେକ୍‌ଟ୍ରୋନିକ୍ସ, ମେଡିକାଲ ଉପକରଣ ସମେତ ଅନ୍ୟ ସାମଗ୍ରୀଗୁଡିକୁ ଯୋଜନା ପରିସରଭୁକ୍ତ କରାଯାଇପାରେ। ସେହିଭଳି ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି, ଅଣ ଟାରିଫ କଟକଣା, ଗୁଣବତ୍ତା ପ୍ରମାଣନ ସହ ଏୟାର କଣ୍ଡିସନର ସମେତ ଅନ୍ୟ ଆମଦାନୀ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ଯୋଜନା କରାଯାଉଛି। ସ୍ଥାନୀୟ ମାନୁଫାକଚରିଂକୁ ଉତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ମେକ୍‌ ଇନ୍‌ ଇଣ୍ଡିଆ ଘୋଷଣା କରିଥିଲେ। ବର୍ତ୍ତମାନ ଆତ୍ମନିର୍ଭର ଭାରତ ଯୋଜନା ଆସିଛି। ବିଦେଶୀ ବାଣିଜ୍ୟଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସରକାର ଇଲେକ୍‌ଟ୍ରୋନିକ୍ସ, ସାମଗ୍ରୀ, ଖେଳନା, ଫର୍ନିଚର ଉପରେ ଆମଦାନୀ ଶୁଳ୍କ ବଢାଇଛନ୍ତି। ଏହାକୁ ନେଇ ଆଇକିଆ ସମେତ ବଡ ବଡ କମ୍ପାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଚାଇନାର ୩୦୦ ପ୍ରଡକ୍ଟ ଉପରେ ଉଚ୍ଚ ଟିକସ ଲଗାଇବା ଲାଗି ସରକାର ବିଭିନ୍ନ ମନ୍ତ୍ରଣାଳୟର ପ୍ରତିକ୍ରିୟା ଲୋଡିଥିବା ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି। ବୟନ, ଇଲେକ୍‌ଟ୍ରୋନିକ୍ସ ସମେତ ବିଭିନ୍ନ ବର୍ଗରେ ପ୍ରାୟ ୩,୬୦୦ ଟାରିଫ୍‌ ଲାଇନରେ ୨୦୧୪ ପରଠାରୁ ସରକାର ଆମଦାନୀ ଶୁଳ୍କ ବଢାଇଛନ୍ତି। ଭାରତୀୟ ମାନୁଫାକଚରିଂକୁ ଉତ୍ସାହିତ କରିବା ଦିଗରେ ସରକାର ବିଭିନ୍ନ ଯୋଜନା ହାତକୁ ନେଉଥିବା ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri