ଚାଇନା ନୁହେଁ ୟୁରୋପରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ !

ବେଜିଂ, ୨।୬: ଚାଇନାର ଉହାନ ସହର କରୋନାର ଏନ୍ତୁଡ଼ିଶାଳ ବୋଲି କୁହାଯାଉଥିଲା। ୨୦୧୯ ଡିସେମ୍ବର ୩୧ରେ ଚାଇନା ସରକାର କରୋନା ସଂକ୍ରମଣ ସମ୍ପର୍କରେ ଜଣାଇଥିଲେ। ତେବେ ଏହାକୁ ଏକ ସର୍ଭେ ରିପୋର୍ଟରେ ଭୁଲ ଦର୍ଶାଯାଇଛି। ଫ୍ରାନ୍ସ୍‌ରେ କରୋନା ସଂକ୍ରମଣ ୨୦୨୦ ଜାନୁୟାରୀ ୨୪ରେ ଆରମ୍ଭ ହୋଇଥିଲା। କିନ୍ତୁ ପ୍ରକୃତପକ୍ଷେ ଏଠାରେ ଦୁଇମାସ ପୂର୍ବରୁ ଅର୍ଥାତ୍‌ ୨୦୧୯ ନଭେମ୍ବର ମାସରେ କରୋନା ସଂକ୍ରମଣ ହୋଇଥିଲା। ମାତ୍ର ଏହାକୁ ଚିକିତ୍ସକମାନେ ଚିହ୍ନଟ କରିପାରି ନ ଥିଲେ। ୨୦୧୯ ନଭେମ୍ବର ୧୬ରେ ୟୁରୋପର ପ୍ରଥମ କରୋନା ଘଟଣା ଫ୍ରାନ୍ସ୍‌ର କୋଲମାର ସହରରେ ଘଟିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଫ୍ରାନ୍ସ୍‌ର ଉତ୍ତର-ପୂର୍ବରେ ଥିବା ଏହି ସହରରେ ନଭେମ୍ବରରରୁ ଡିସେମ୍ବର ମଧ୍ୟରେ ୨୫୦୦ରୁ ଅଧିକ ଲୋକ ଫ୍ଲୁ ସମସ୍ୟା ନେଇ ଚିକିତ୍ସକଙ୍କ ପାଖକୁ ଆସିଥିଲେ। ଚିକିତ୍ସକ ସମସ୍ତଙ୍କର ଏକ୍ସରେ ରିପୋର୍ଟ ଦେଖିଥିଲେ। ସେମାନଙ୍କମଧ୍ୟରୁ କେବଳ ୨ ଜଣଙ୍କ ରିପୋର୍ଟରେ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା। ତେବେ ସେତେବେଳେ ଚିକିତ୍ସକଙ୍କୁ କରୋନା ଲକ୍ଷଣ ସମ୍ପର୍କରେ ଜଣା ନ ଥିଲା। ତେଣୁ ଏସବୁର ରେକର୍ଡ କରାଯାଇ ନ ଥିଲା ବୋଲି କୁହାଯାଉଛି। କୋଲମାର ସହରର ଅଲବର୍ଟ ସ୍ବିଜର ହସ୍ପିଟାଲର ଡ. ମାଇକେଲ ସ୍ମିଥ୍‌ ଏବଂ ତାଙ୍କ ସହଯୋଗୀ ଡାକ୍ତରୀ ଦଳ ଏହି ଦାବି କରିଛନ୍ତି। ଆମେରିକା ଦାବି କରିଥିଲା ଯେ ଚାଇନାରୁ କରୋନା ସଂକ୍ରମଣ ଘଟିଛି। ଆମେରିକାର ଗୋଇନ୍ଦା ବିଭାଗ ଏନେଇ ତଥ୍ୟ ପାଇଥିବା କୁହାଯାଇଥିଲା। ଡ. ସ୍ମିଥ୍‌ଙ୍କ ରିପୋର୍ଟକୁ ଆମେରିକା ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ପଲ୍ମୋନୋଲୋଜିଷ୍ଟ ଡ. ବିନ୍‌ ଗୁପ୍ତା ପଢିବା ପରେ କହିଛନ୍ତି ଯେ, ସ୍ମିଥ୍‌ଙ୍କ ପାଖରେ ଏହାର ପ୍ରମାଣ ମଧ୍ୟ ରହିଛି। ହୁଏତ ଏହା ସତ୍ୟ ବି ହୋଇପାରେ ବୋଲି ଡ. ଗୁପ୍ତା ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri