Posted inଖେଳ

ଚାଇନା ଓପନ୍‌: ପ୍ରଥମ ରାଉଣ୍ଡରୁ ସାଇନା ବିଦା

ଚାଙ୍ଗ୍‌ଝୋ(ଚାଇନା),୧୮।୯: ଅନ୍ୟତମ ଭାରତୀୟ ଶଟ୍‌ଲର ସାଇନା ନେହ୍ବାଲଙ୍କୁ ଏଠାରେ ଚାଲିଥିବା ଚାଇନା ଓପନ୍‌ ଓ୍ବାଲର୍‌ଡ ଟୁର ସୁପର-୧୦୦୦ ଟୁର୍ନାମେଣ୍ଟରେ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମ୍‌ରୁନଫାନ୍‌ଙ୍କଠାରୁ ସାଇନା ପରାସ୍ତ ହୋଇଛନ୍ତି। ୮ମ ସିଡ୍‌ ସାଇନାଙ୍କୁ ୧୦-୨୧, ୧୭-୨୧ ଗେମ୍‌ରେ ବୁସାନାନ ପରାସ୍ତ କରିଥିଲେ। ଥାଇଲାଣ୍ଡ ଶଟ୍‌ଲରଙ୍କ ସାମ୍ନାରେ ସାଇନା ମାତ୍ର ୪୪ ମିନିଟ୍‌ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲେ। ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୯ ବର୍ଷୀୟା ସାଇନାଙ୍କ ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଅବଶ୍ୟ ପୂର୍ବରୁ ସାଇନା ଏଠାରେ ବହୁ ସଫଳତା ହାସଲ କରିସାରିଛନ୍ତି। ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ୨୦୧୫ରେ ଉପବିଜେତା ଥିଲେ। ଚଳିତ ବର୍ଷ ସାଇନାଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ରହିନାହିଁ। ଆହତ ସମସ୍ୟା ଯୋଗୁ ଦୁଇ ମାସର ବ୍ରେକ୍‌ ନେଇ ଫେରିଥିଲେ ମଧ୍ୟ କୌଣସି ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିପାରିନାହାନ୍ତି। କେବଳ ଜାନୁୟାରୀରେ ଅନୁଷ୍ଠିତ ଇଣ୍ଡେନେସିଆ ଓପନ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

ବାଂଲାଦେଶୀ କ୍ରିକେଟର ତମିମ ଇକବାଲଙ୍କୁ ‘ଭାରତୀୟ ଏଜେଣ୍ଟ’ କହି ଫସିଗଲେ BCB ନିର୍ଦ୍ଦେଶକ!

ନୂଆଦିଲ୍ଲୀ,୧୦।୧: ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କରେ ବର୍ତ୍ତମାନର ଉତ୍ତେଜନାର ସମାଧାନ ପାଇଁ ଆଲୋଚନା ପାଇଁ ଆହ୍ବାନ...

ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର

ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ...

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର...

ବିଶ୍ୱର ସବୁଠାରୁ ଗରିବ କ୍ରିକେଟ ବୋର୍ଡ: ବିଶ୍ୱଚାମ୍ପିୟନ ଖେଳାଳିଙ୍କ ଦରମା ଜାଣିଲେ ହୋଇଯିବ ଚକିତ

ନୂଆଦିଲ୍ଲୀ,୧୦।୧: ସାରା ବିଶ୍ୱରେ କ୍ରିକେଟ ବୋର୍ଡଗୁଡ଼ିକ ICC ଅଧୀନରେ ବିଭିନ୍ନ ବୋର୍ଡ ଦ୍ୱାରା ପରିଚାଳିତ ହୁଏ। ଏହି ବୋର୍ଡଗୁଡ଼ିକ ସେମାନଙ୍କ ନିଜ ନିଜ ଦଳଗୁଡ଼ିକୁ ପରିଚାଳନା...

WPL 2026ର କିଏ ସେହି ମିଷ୍ଟ୍ରି ଆଙ୍କର ଯାହାଙ୍କୁ ଦେଖି ଦିଓ୍ବାନା ହେଉଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୦।୧: ମହିଳା ପ୍ରିମିୟର ଲିଗ ୨୦୨୬ ଏକ ଭଲ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚ RCB ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ...

ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ: ସେମିଫାଇନାଲରେ ପହଞ୍ଚିଲେ ସିନ୍ଧୁ

କୁଆଲାଲମ୍ପୁର,୯ା୧: ଭାରତର ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି. ସିନ୍ଧୁ ମାଲେସିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ପୁରୁଷ...

IPLରୁ ବିଦା ହୋଇଥିବା ମୁସ୍ତାଫିଜୁର ରହମାନ କୋଟି କୋଟିର ମାଲିକ, ମୋଟ ସମ୍ପତ୍ତି ମୂଲ୍ୟ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୯।୧: ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ୍‌ ଦିଆଯାଇଛି। BCCI ନିର୍ଦ୍ଦେଶ ପାଳନ କରି, କୋଲକାତା ନାଇଟ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ବାଦ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri