ଚଳିତବର୍ଷ ନିଲାମ ହେବ ୫ଜି ସ୍ପେକ୍ଟ୍ରମ: ଟେଲିକମ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୪-୬: ଟେଲିକମ୍‌ ମନ୍ତ୍ରୀ ଭାବେ ରବିଶଙ୍କର ପ୍ରସାଦ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୧୦୦ ଦିନ ଭିତରେ ୫ଜି ସ୍ପେକ୍ଟ୍ରମ ଟେଷ୍ଟିଙ୍ଗ୍‌ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୫ଜି ଏବଂ ଅନ୍ୟ ବ୍ୟାଣ୍ଡ୍‌ ଲାଗି ସ୍ପେକ୍ଟ୍ରମ ନିଲାମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସଙ୍କଟଗ୍ରସ୍ତ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ ନିଗମ ଲିଃ(ଏମ୍‌ଟିଏନ୍‌ଏଲ୍‌)ର ପୁନରୁଦ୍ଧାରକୁ ସରକାର ପ୍ରାଥମିକତା ଦେବେ ବୋଲି ପ୍ରସାଦ ସ୍ପଷ୍ଟ କରିଛନ୍ତି। ତେବେ ଦୁଇଟିଯାକ ରାଷ୍ଟ୍ରାୟତ୍ତ କମ୍ପାନୀକୁ ପେସାଦାର ମନୋବୃତ୍ତି ଆପଣାଇବାକୁ ହେବ ଏବଂ କମ୍ପାନୀ ପୁନରୁଦ୍ଧାର ଦିଗରେ କାମ କରିବାକୁ ହେବ। ଚାଇନାର କମ୍ପାନୀ ହୁଏଇକୁ ୫ଜି ପରୀକ୍ଷଣରେ ସାମିଲ କରାଯିବ କି ନା ପ୍ରଶ୍ନର ଉତ୍ତର ଦେଇ ପ୍ରସାଦ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣକୁ ଧ୍ୟାନରେ ରଖି ଏଭଳି ଜଟିଳ ପ୍ରସଙ୍ଗ ଉପରେ ନଜର ଦିଆଯିବ। ସୂଚନାଥାଉ କି, ଗତ ମାସରେ ଆମେରିକାର ଟ୍ରମ୍ପ ପ୍ରଶାସନ ହୁଏଇ ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ ସୁରକ୍ଷା କାରଣରୁ କଳାତାଲିକାଭୁକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri