Posted inଖେଳ

ଚଳଚଞ୍ଚଳ ମଇଦାନ: ଅଭ୍ୟାସକୁ ଓହ୍ଲାଇଲେ ଖେଳାଳି

କଟକ ଅଫିସ,୨୪ା୫:ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି କ୍ରୀଡ଼ାବିତ। ପୁଣି ଥରେ ପଡ଼ିଆ ଗୁଡ଼ିକରେ ଗହଳଚହଳ ଦେଖିବାକୁ ମିଳିଛି। ସକାଳେ ଓ ଅପରାହ୍ନରେ ନେଟ୍ସ ବନ୍ଧା ଯାଉଛି ୱାର୍ମଅପ କରିବା ସହିତ ଘଣ୍ଟାଘଣ୍ଟା ଧରି ଅଭ୍ୟାସ କରୁଛନ୍ତି ରାଜ୍ୟର ପ୍ରତିଭାବାନ କ୍ରିକେଟ ଖେଳାଳିମାନେ। ପ୍ରାୟ ଦୁଇମାସର ବ୍ୟବଧାନପରେ ଚଳଚଞ୍ଚଳ ହୋଇ ଉଠିଛି କ୍ରୀଡ଼ା ଜଗତ ଓ କ୍ରୀଡ଼ାବିତ। ଲକ୍‌ଡାଉନର ୪ର୍ଥ ପର୍ଯ୍ୟାୟ ଜାରି ରହିଥିଲେ ସୁଦ୍ଧା କଟକଣା କୋହଳ ରହିଛି। ଖେଳାଳିମାନେ ଫିଟନେସକୁ ଗୁରୁତ୍ୱ ଦେବା ସହିତ ନିଜ ଟାର୍ଗେଟ ପୂରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱ ଓ ସାନିଟାଇଜେଶନ୍‌ ପ୍ରକ୍ରିୟାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଇଛି।

ଉତ୍ସାହ ବଢ଼ିଛି
ଦୀର୍ଘଦିନ ଧରି ଖେଳ ପଡ଼ିଆ ଠାରୁ ଦୂରେଇ ରହିବା ପରେ ଏବେ ଖେଳାଳିମାନଙ୍କ ଭିତରେ ଉତ୍ସାହ ବହୁଗୁଣିତ ହୋଇଛି ବୋଲି କହିଛନ୍ତି ରାଜ୍ୟର ପୂର୍ବତନ ତାରକା ପେସ୍‌ ବୋଲର ତଥା ରାମେଶ୍ୱର ସ୍ପୋର୍ଟିଂର ପ୍ରଶିକ୍ଷକ ଦୀପକ ମଙ୍ଗରାଜ। ଭୁବନେଶ୍ୱର ଓଲ୍ଡ ଟାଉନ୍‌ଠାରେ ରହିଛି କ୍ଲବର ଖେଳ ପଡ଼ିଆ। କ୍ଲବ ଅଧୀନରେ ରାଜ୍ୟର ଅନେକ ନାମୀଦାମୀ ଖେଳାଳି ରହିଛନ୍ତି। ଜୁନିୟର ବର୍ଗର ଖେଳାଳିଙ୍କୁ ଅଧିକ ଅଭ୍ୟାସ କରିବାକୁ ଦିଆଯାଉଛି ବୋଲି ସେ କହିଥିଲେ।

ଟିମ୍‌ ମେଟ୍‌ଙ୍କୁ ଭେଟିବାକୁ ଇଚ୍ଛା
ଲକ୍‌ଡାଉନ୍‌ ସମୟରେ ଅନଲାଇନ ଟ୍ରେନିଂ ଜରିଆରେ ଫିଟନେସ ବଜାୟ ରଖିବା ପାଇଁ ଚେଷ୍ଟା କରିଥିଲି । ଏବେ ଧୀରେଧୀରେ ଅଭ୍ୟାସ ଆରମ୍ଭ କରୁଛି। ସକାଳୁ ଉଠି ଜଗିଂ କରୁଛି। ପୁନର୍ବାର ବଲ ଓ ବ୍ୟାଟ ସହିତ ସମୟ ବିତାଇବା ଆରମ୍ଭ କଲିଣି। ଅଭ୍ୟାସ ଠାରୁ ଦୂରେଇ ରହିବା ମୋ ପାଇଁ ମୁସ୍କିଲ ବୋଲି କହିଛନ୍ତି ରାଜ୍ୟ ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି। ଟିମମେଟ୍‌ଙ୍କୁ ଗୋଟିଏ ଗ୍ରାଉଣ୍ଡରେ ଭେଟିବାକୁ ଅପେକ୍ଷା କରିଛି ବୋଲି ସେ କହିଥିଲେ।

ଏକାଡେମୀ ଖୋଲିବାକୁ ଅପେକ୍ଷା
ଅନେକ ଦିନ ଘରେ ରହିବା ପରେ ସାମାନ୍ୟ ଓଜନ ବୃଦ୍ଧି ପାଇଛି ବୋଲି ମୋର ଆଶଙ୍କା। ନିୟମିତ ଶାରୀରିକ ଅଭ୍ୟାସ କରୁଛି। ତଥାପି ଗ୍ରାଉଣ୍ଡରେ ଯେଉଁ ପରିଶ୍ରମ ହେଉଥିଲା, ତାହା ଏଯାଏଁ ହୋଇନାହିଁ। ଓଜନ ହ୍ରାସ କରିବା ପ୍ରତି ବିଶେଷ ନଜର ଦେଉଛି ବୋଲି ତାରକା ଖେଳାଳି ବିପ୍ଳବ ସାମନ୍ତରାୟ କହିଛନ୍ତି। ବାରବାଟୀ ଷ୍ଟାଡିୟମ ପରିସରରେ ଥିବା କ୍ରିକେଟ ଏକାଡେମୀରେ ଅଭ୍ୟାସ କରେ। କ୍ରିକେଟ ଏକାଡେମୀ ଚାଲୁ ହେବାକୁ ଅପେକ୍ଷା ରହିଛି।

ପିଚ୍‌ ଖରାପ, ନେଟ୍ସରେ ଅଭ୍ୟାସ ଚାଲିଛି
ଏବେ ନେଟ୍ସରେ ଅଧିକରୁ ଅଧିକ ସମୟ ଅଭ୍ୟାସ କରୁଛି। ଦୁଇ ଦିନ ହେବ ଗ୍ରାଉଣ୍ଡକୁ ଆସିବା ଆରମ୍ଭ କଲି। ପିଚ୍‌ ଖରାପ ହୋଇ ଯାଇଛି। ନେଟ୍ସ ଅଞ୍ଚଳର ପିଚ ମଧ୍ୟ ଭଲ ଅବସ୍ଥାରେ ନାହିଁ। ପିଚ୍‌ ମରାମତି ଆରମ୍ଭ ହୋଇସାରିଲାଣି ବୋଲି ନିମପୁର ଗ୍ରାଉଣ୍ଡରେ ଅଭ୍ୟାସ କରୁଥିବା ରାଜ୍ୟର ଯୁବ ତାରକା ଖେଳାଳି ରାଜେଶ ଧୂପର କହିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନିଜ ଖେଳପଡ଼ିଆରେ ଅଭ୍ୟାସ କରିବାର ଆନନ୍ଦ ନିଆରା ବୋଲି ରାଜେଶ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri