ଚମକାଇଦେଲେ କୁନି ମଡେଲ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ): ଦେଖିବାକୁ ଛୋଟ। ହେଲେ ର଼୍ୟାମ୍ପ୍‌ରେ ସେମାନଙ୍କ ଚାଲି ପ୍ରଫେଶନାଲ ମଡେଲମାନଙ୍କୁ ବି ପଛରେ ପକାଇ ଦେଇଥିଲା। ଦୃଢ଼ ମନୋବଳ ସହ ଆଗଧାଡ଼ିର ମଡେଲ୍‌ଙ୍କ ଭଳି ର଼୍ୟାମ୍ପ୍‌ ଓ୍ବାକ୍‌ କରି ସେମାନେ ଉପସ୍ଥିତ ଦର୍ଶକଙ୍କୁ ଚମକାଇ ଦେଇଥିଲେ। ଓଡ଼ିଶା ଆର୍ଟ ଆଣ୍ଡ୍‌ କଲ୍‌ଚର ଫାଉଣ୍ଡେଶନ ତରଫରୁ ଗୁରୁବାର ସ୍ଥାନୀୟ ହୋଟେଲରେ ଆୟୋଜିତ ଫ୍ୟାଶନ ଶୋ ‘ନାୟକୀ’ରେ ଏଭଳି କୁନି ମଡେଲଙ୍କୁ ର଼୍ୟାମ୍ପ୍‌ରେ ଦେଖିବାକୁ ମିଳିଥିଲା। ଓଡ଼ିଶାର କଳା ଓ ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆୟୋଜିତ ଫ୍ୟାଶନ ଶୋ’ରେ ଓଡ଼ିଶାରୁ ବଛା ବଛା ୧୦୦ ମଡେଲ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଅତିଥିଭାବେ ଯୋଗଦେଇ ଖଦି ତଥା ପାରମ୍ପରିକ ବସ୍ତ୍ରରଆବଶ୍ୟକତା ସମ୍ପର୍କରେ କହିଥିଲେ।
ଏହି ଅବସରରେ ‘ବିଭାବରୀ’ ଏବଂ ‘ବସ୍ତ୍ରମ୍‌’ ଦ୍ୱାରା ପାରମ୍ପରିକ ଓଡ଼ିଶା ହସ୍ତତନ୍ତରେ ପ୍ରସ୍ତୁତ ଶାଢ଼ି ଏବଂ ଡିଜାଇନର୍‌ ପୋଷାକ ପିନ୍ଧି ମଡେଲମାନେ ର଼୍ୟାମ୍ପ୍‌ରେ ଚାଲିଥିଲେ। ୧୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ବିଚାରକ ମଣ୍ଡଳୀର ସଦସ୍ୟମାନେ ବାଛିଥିଲେ। ଉକ୍ତ ପ୍ରତିଯୋଗୀଙ୍କ ସହ କୁନି କୁନି ପିଲାମାନେ ଖଦି ଓ ହ୍ୟାଣ୍ଡଲୁମ୍‌ ପୋଷାକ ପରିଧାନ କରି ର଼୍ୟାମ୍ପରେ ଚାଲିଥିଲେ। ସଂସ୍ଥାର ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ କହିଥିଲେ, ଓଡ଼ିଆ ଘରର ବିବାହ ଉତ୍ସବରେ ନବବଧୂ ଏବଂ ବର ଖଦି ଓ ହସ୍ତତନ୍ତର ବ୍ୟବହାର କଲେ ଏବଂ ସରକାରୀସ୍ତରରେ ସ୍କୁଲ ଓ କଲେଜ ପିଲାଙ୍କ ୟୁନିଫର୍ମ ଖଦି ଓ ହସ୍ତତନ୍ତରେ ପ୍ରସ୍ତୁତ କଲେ ଆମ ହସ୍ତତନ୍ତର ବିକାଶ ହୋଇପାରିବ। ଏହି ଅବସରରେ ଶୋ’ଷ୍ଟପର ତଥା ମୁମ୍ବାଇର ଜଣାଶୁଣା ମଡେଲ୍‌ ରଜତ ଟୋକାସ ଏବଂ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ସେହିଭଳି ଓଡ଼ିଆଣୀ ବଧୂ ବେଶରେ ଜୁନିୟର ମଡେଲ ବିଜେତା ଶତଭିଷା ଶୋ’ ଷ୍ଟପର୍‌ଭାବେ ରାମ୍ପ୍‌ ଓ୍ବାକ୍‌ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଶେଷରେ ଶ୍ରେଷ୍ଠ ୩ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜନ୍‌ ଅଜୟ ଫ୍ୟାଶନ ଶୋ’ କୋରିଓଗ୍ରାଫି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri