Posted inଜାତୀୟ

ଚନ୍ଦ୍ରୟାନ-୧କୁ ପୁରିଲା ୧୧ ବର୍ଷ

ନୂଆଦିଲ୍ଲୀ,୨୨।୧୦: ଅକ୍ଟୋବର ୨୨ ଠିକ୍‌ ଆଜିର ଦିନରେ ହିଁ ଚନ୍ଦ୍ରୟାନ-୧କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଚନ୍ଦ୍ରକୁ ପ୍ରେରଣ କରିଥିଲା। ୨୦୦୮ରେ ଏହା ପ୍ରେରଣ କରାଯାଇଥିବା ବେଳେ ଏବେ ଏହାକୁ ପୂରଣ ହୋଇଛି ୧୧ ବର୍ଷ। ହେଲେ ଆଜିବି ଚନ୍ଦ୍ରୟାନ-୧ ପାଇଁ ଭାରତ ଗର୍ବ କରେ। କାରଣ ଭାରତର ଏହା ଏମିତି ଏକ ସ୍ପେଶ ମିଶନ ଥିଲା ଯାହା ବିଶ୍ୱକୁ ସୂଚନା ଦେଇଥିଲା କି ଚନ୍ଦ୍ରରେ ପାଣି ଅଛି। ଏହା ଏକ ବଡ ଅନୁସନ୍ଧାନ ଥିଲା। ଏ କ୍ଷେତ୍ରରେ ଭାରତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏମିତିକି ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବା ଦେଶ ମଧ୍ୟ ଏହି ଗବେଷଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ସୂଚନାଯୋଗ୍ୟ, ୨୦୦୮ରେ ଏହା ପ୍ରେରଣ କରାଯାଇଥିବା ବେଳେ ଏହାକୁ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ ହୋଇଥିଲା ୧୯୯୯ରେ। ଇଣ୍ଡିଆନ ଏକାଡେମୀ ଅଫ୍‌ ସାଇନସେସ୍‌ ପ୍ରଥମେ ଏହାର ଆଇଡିଆ ଦେଇଥିଲା। ଏହାପରେ ୨୦୦୦ରେ ଏଷ୍ଟ୍ରୋନଟିକାଲ ସୋସାଇଟି ଅଫ୍‌ ଇଣ୍ଡିଆ ଏଥିରେ ସହମତି ପ୍ରକାଶ କରିଥିଲା। ଏହାକୁ ନେଇ ଇସ୍ରୋ ନ୍ୟାଶନାଲ ଲୁନାର ମିଶନ ଟାସ୍କ ଫୋର୍ସ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ କେତେଜଣ ବଡ ବଡ ବୈଜ୍ଞାନିକ ସାମିଲ ହୋଇଥିଲେ। ୨୦୦୩ ନଭେମ୍ବରରେ ପ୍ରଥମ କରି ମୁନ ମିଶନ ଚନ୍ଦ୍ରୟାନ-୧କୁ ଭାରତ ସରକାରଙ୍କ ତରଫରୁ ସବୁଜ ସଙ୍କେତ ମଳିଯାଇଥିଲା। ଦୀର୍ଘ ୫ ବର୍ଷର ପରିଶ୍ରମ ପରେ ତିଆରି ହୋଇଥିଲା ଚନ୍ଦ୍ରୟାନ-୧।


Enter your email to get our daily news in your inbox.

All Right Reserved By Dharitri.Com

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?