ଘୋଷଣାରେ ସୀମିତ ବାଲ୍ୟ ବିବାହମୁକ୍ତ ଗଞ୍ଜାମ

ଛତ୍ରପୁର,୨୭ା୩(ଡି.ଏନ୍‌.ଏ):ଗଞ୍ଜାମକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁଆରୀ ୩ରେ ଘୋଷଣା କରାଯାଇଥିଲା। ରାଜ୍ୟରେ ଏପରି ଘୋଷଣା ପ୍ରଥମ ବୋଲି ସେତେବେଳେ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ବାସ୍ତବରେ ଏହା ଘୋଷଣାରେ ସୀମିତ ରହିଛି। କାରଣ ଏବେବି ଜିଲାର ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ହେଉଥିବା ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ବାଲ୍ୟବିବାହକୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ରୋକିବାରେ ସଫଳ ହୋଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ୧୨ ଓ ଫେବୃଆରୀରେ ୧୫ଟି ବାଲ୍ୟବିବାହ ରୋକାଯାଇଥିବା ବିଭାଗୀୟ ପକ୍ଷରୁ ସୂଚନା ମିଳିଛି । ଏଥିରୁ ଜଣାପଡୁଛି ଗଞ୍ଜାମ ଜିଲାରେ ବାଲ୍ୟବିବାହ ସମ୍ପୂର୍ଣ୍ଣ ବନ୍ଦ ହୋଇନି। ତେବେ ଜିଲା ପ୍ରଶାସନର ଉଦ୍ୟମ ଓ ବିଭିନ୍ନ ଯୋଜନା ଯୋଗୁଁ ବହୁମାତ୍ରାରେ ବାଲ୍ୟବିବାହ କମିଥିବା ଜଣାଯାଇଛି।
ବାଲ୍ୟବିବାହ ଓ କନ୍ୟ ଭ୍ରୁଣ ହତ୍ୟା ରୋକିବା ସହ ଝିଅ ଓ ପୁରୁଷ ଅନୁପାତ ସମାନ କରିବା ଉଦ୍ଦେଶ୍ୟରେ ଜିଲାପ୍ରଶାସନ ପକ୍ଷରୁ ‘ମୋ ଗେହ୍ଲା ଝିଅ’, ‘ନିର୍ଭୟା କଢୀ’ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତତ୍କାଳୀନ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମୟରେ ଏହି ସବୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିସହ ସେ ହିଁ ଗଞ୍ଜାମ ଜିଲାକୁ ବାଲ୍ୟବିବାହମୁକ୍ତ ଜିଲା ଘୋଷଣା କରିଥିଲେ। ଗଞ୍ଜାମ ଜିଲାର ୩୩୦୯ ଗ୍ରାମ, ୨୮୦ ଟି ସହରାଞ୍ଚଳ ୱାର୍ଡ ଓ ୫୦୩ ଟି ପଞ୍ଚାୟତକୁ ବାଲ୍ୟ ବିବାହମୁକ୍ତ ଭାବେ ଘୋଷଣା କରାଯାଇଥିଲା। ପ୍ରଶାସନ ପଦକ୍ଷେପ ସ୍ବରୂପ ଯେଉଁ ଅଞ୍ଚଳର ସ୍କୁଲରେ ଲଗାତର କୌଣସି ଝିଅ ଅନୁପସ୍ଥିତ ରହିଲେ, କେଉଁ କାରଣ ପାଇଁ ଅନୁପସ୍ଥିତ ରହିଲେ, ତାହାର ସତ୍ୟତା ନେଇ ଶିକ୍ଷକମାନେ ଯାଞ୍ଚ କରିବାକୁ କୁହାଯାଇଥିଲା। ସେହିପରି ଅଙ୍ଗନାବାଡି କର୍ମୀ/ଆଶାଦିଦି ମଧ୍ୟ ନିଜ ଅଞ୍ଚଳରେ ହେଉଥିବା ବାଲ୍ୟ ବିବାହ ଉପରେ ତୁରନ୍ତ ସିଡିପିଓ ଓ ସୁପର ଭାଇଜରଙ୍କୁ ଅବଗତ କରାଇବେ। ବାଲ୍ୟ ବିବାହ ରୋକିବା ଉପରେ କୂଳ ସମାଜର ମୁଖ୍ୟ ଭୂମିକା ଏବଂ ଗ୍ରାମ୍ୟ କମିଟିର ମଧ୍ୟ ମୁଖ୍ୟ ଭୂମିକା ରହିଛି। ସେମାନେ ବିଲ୍ୟ ବିବାହକୁ ମନା କଲେ ଜିଲାରେ ଆଉ ବାଲ୍ୟ ବିବାହ ହେବନାହିଁ । ତେବେ ଏତେସବୁ ପଦକ୍ଷେପ ପରେ ମଧ୍ୟ ବାଲ୍ୟବିବାହ ନେଇ ଲୋକଙ୍କଠାରେ ସଚେତନତା ଅଭାବ ପରିଲକ୍ଷିତ ହେଉଛି। ଏକ ସମୀକ୍ଷାରୁ ଜଣାଯାଇଛି ଯେ ଜିଲାରେ ୬ବର୍ଷ ମଧ୍ୟରେ ୮୫୧ଟି ବାଲ୍ୟ ବିବାହ ପୋଲିସ ସହାୟତାରେ ପ୍ରଶାସନ ପକ୍ଷରୁ ରୋକାଯାଇଛି । ୨୦୧୭ରେ ୨୪, ୨୦୧୮ରେ ୨୨, ୨୦୧୯ରେ ୪୫, ୨୦୨୦ରେ ୨୨୮, ୨୦୨୧ରେ ୨୦୧ ଓ ୨୦୨୨ରେ ସର୍ବାଧିକ ୩୩୧, ବାଲ୍ୟ ବିବାହ ରୋକିବାରେ ଜିଲାପ୍ରଶାସନ ସଫଳ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri