ଘୁଞ୍ଚିଲା ହାଇକୋର୍ଟ ବାର୍‌ ନିର୍ବାଚନ

କଟକ ଅଫିସ,୧୯।୩ : ଆସନ୍ତା ୨୮ତାରିଖରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ସମସ୍ତ ବାର୍‌ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ କରୋନା ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହି ନିର୍ବାଚନ ଏପ୍ରିଲ ୨୫ତାରିଖରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ବାର୍‌କୁ ଏନେଇ ଅବଗତ କରାଯାଇଛି। ମାର୍ଚ୍ଚ ୨୮ତାରିଖରେ ରାଜ୍ୟର ସମସ୍ତ ବାର୍‌ରେ ନିର୍ବାଚନ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଆଧାରରେ ବିଭିନ୍ନ ବାର୍‌ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଭିନ୍ନ ବାର୍‌ରେ ପ୍ରାର୍ଥତ୍ପତ୍ର ଦାଖଲ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ମଧ୍ୟ ସରିଥିଲା। ଏପରି କି ପ୍ରାର୍ଥୀମାନେ ନିଜ ପ୍ରଚାରକୁ ଜୋର୍‌ଦାର କରିଥିଲେ। କିନ୍ତୁ ସମ୍ପ୍ରତି କରୋନା ଭୂତାଣୁକୁ ନେଇ ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ଲାଗି ବିଭିନ୍ନ ବାର୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା। ଉକ୍ତ ଅନୁରୋଧକୁ ଗ୍ରହଣ କରି ଆଡଭୋକେଟ୍‌ ଜେନେରାଲ ତଥା ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଅଶୋକ ପରିଜା, ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଏବଂ ଅଜୟ କୁମାର ବରାଳ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରତ୍ୟେକ ବାର୍‌ ପାଇଁ ନିଯୁକ୍ତ ନିର୍ବାଚନ ଅଧିକାରୀ ଦାଖଲ ହୋଇଥିବା ପ୍ରାର୍ଥତ୍ପତ୍ର ସହ ଭୋଟରଙ୍କ ତାଲିକାକୁ ବାର୍‌ ଆସୋସିଏଶନ୍‌ ଅଫିସ୍‌ରେ ବାର୍‌ ସଭାପତି, ସମ୍ପାଦକଙ୍କ ଦସ୍ତଖତରେ ସିଲଡ୍‌ ବକ୍ସରେ ରଖିବାକୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri