ଘାରିଛି ଅଜବ ନିଶା: ପାଲା ପ୍ରେମରେ ୯୦ ବର୍ଷୀୟ ବିଷ୍ଣୁଚରଣ

ରସୁଲପୁର,୪ା୧(ଡି.ଏନ.ଏ): ଏକଦା ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରଚାର, ପ୍ରସାର ଦିଗରେ ପାଲା ଏକ ବଳିଷ୍ଠ ମାଧ୍ୟମ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ଆଧୁନିକ ଚାକଚକ୍ୟ ଭିତରେ ପାଲା ଗୁରୁତ୍ୱହୀନ ହୋଇପଡିଛି। ଏବେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ମଞ୍ଚଗୁଡିକରେ ପାଲା ପରିବେଷଣ କ୍ୱଚିତ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ପାଲା ପ୍ରେମରେ ବନ୍ଧା ପଡିଛନ୍ତି ବିଷ୍ଣୁଚରଣ ଜେନା। ବୟସ ୯୦ ଛୁଇଁଲାଣି, ହେଲେ ତାଙ୍କର ପାଲା ପ୍ରତି ଆକର୍ଷଣ ଏବେ ବି ଅତୁଟ ରହିଛି। ଜୀବନ କାଳରେ ସେ ସମଗ୍ର ରାଜ୍ୟ ବୁଲି ପାଲା ଦର୍ଶକ ସାଜିବାକୁ ଆଶା ବାନ୍ଧିଛନ୍ତି। ତେବେ ପାଲା ପ୍ରତି ବିଷ୍ଣୁଚରଣଙ୍କ ପ୍ରବଳ ଇଚ୍ଛା, ପାଲା ପରିବେଷଣ ସମୟରେ ଗାୟକ ଓ ବାହକଙ୍କ ଛାନ୍ଦ ଓ ଶ୍ଲୋକ ଅଂଶକୁ ଆବୃତ୍ତି କରି ସାଧାରଣରେ ପ୍ରଶଂସିତ ହୋଇପାରିଛି। ବୟସର ଅପରାହ୍ନରେ ବି ତାଙ୍କ ସ୍ମରଣ ଶକ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ରସୁଲପୁର ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଯାଜପୁର ବ୍ଲକ ଅଧୀନ ବେରୁଦା ପଞ୍ଚାୟତରେ ବିଷ୍ଣୁଙ୍କ ଘର। ସେ ପେଶାରେ ଯାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପିଅନ ଭାବେ କାମ କରୁଥିଲେ। ଛୋଟବେଳୁ ତାଙ୍କର ମନରେ ପାଲା ପ୍ରତି ଅତ୍ୟନ୍ତ ଦୁର୍ବଳତା ରହିଛି। ୨୦ବର୍ଷ ବୟସରୁ ସେ ପାଲା ଦେଖିବା ପାଇଁ ଜିଲା ବାହାରକୁ ଯାଇଛନ୍ତି। ସେବେଠାରୁ ସେ ବିଭିନ୍ନ ସ୍ଥାନକୁ ବୁଲି ପାଲା ଦେଖି ଆସୁଛନ୍ତି। ଏବେ ସୁଧା ଯାଜପୁର ଜିଲା ଛଡା କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଦା, କଟକ, ଭଦ୍ରକ, କେନ୍ଦୁଝର, ପୁରୀ, ଢେଙ୍କାନାଳ ଭଳି ୧୩ଟି ଜିଲା ବୁଲି ପାଲା ଦେଖି ସାରିଲେଣି। ସେ ଦୈନିକ ଅଫିସ କାର୍ଯ୍ୟ ସାରିବା ପରେ ଯାଜପୁର ଓ ପଡୋଶୀ ଜିଲାର ଯେଉଁଠି ପାଲା ହେଉଥାଏ ସେଠାକୁ ଯାଇ ରାତିରେ ପାଲା ଦେଖି ଫେରି ଆସି ସକାଳେ ଅଫିସ କାର୍ଯ୍ୟରେ ଯୋଗ ଦେଇଥାନ୍ତି। ଏହା ଭିତରେ ସେ ୩୦ଜଣ ଗାହାଣଙ୍କ ପାଲା ପରିବେଷଣ ଦେଖି ସାରିଛନ୍ତି। ଅବସର ପରେ ତାଙ୍କୁ ପେନସନ୍‌ ବାବଦକୁ ମିଳୁଥିବା ଟଙ୍କାରୁ ଅଧା ଅର୍ଥ ସେ ଘରକୁ ଦେଉଛନ୍ତି। ବଳକା ଅର୍ଥକୁ ସେ ବିଭିନ୍ନ ସ୍ଥାନ ବୁଲି ପାଲା ଦେଖିବାରେ ବ୍ୟୟ କରୁଛନ୍ତି। ଏ ଦିଗରେ ତାଙ୍କର ପରିବାରର କୌଣସି ଆପତ୍ତି ନାହିଁ। ଆରମ୍ଭରୁ ସ୍ତ୍ରୀଙ୍କ ବାରଣ ରହୁଥିଲା, ମାତ୍ର ପରେ ସେ ଏ ଦିଗରେ ତାଙ୍କୁ ସହଯୋଗ କରିଆସୁଛନ୍ତି ବୋଲି ବିଷ୍ଣୁଚରଣ ଧରିତ୍ରୀକୁ କହିଛନ୍ତି। ତେବେ ପାଲା ପ୍ରତି ତାଙ୍କର ଅଜବ ନିଶା ଆଗରେ ସବୁ କିଛି ହାର ମାନିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri