ଘରୋଇ ସହାୟକ ପାଇବେ କର୍ମଚାରୀଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୬-୬: ମୋଦି ସରକାର ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ପରିଚାରିକା/ପରିଚାରକ, ଡ୍ରାଇଭରଙ୍କ ଭଳି ଶ୍ରମିକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଆଣିବେ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏ ସମ୍ପର୍କରେ ସଂସଦରେ ସୂଚନା ଦେଇଛନ୍ତି। ସରକାରଙ୍କ ନୂଆ ପଲିସି ଦ୍ୱାରା ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଫାଇଦା ମିଳିବ। ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସହାୟକମାନଙ୍କୁ ସହାୟତା କରିବା ସରକାରଙ୍କ ଉଦ୍ଦେଶ୍ୟ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସରକାର ଯେଉଁ ନୀତି ଅଧୀନରେ ପରିଚାରିକା/ପରିଚାରକ, ଡ୍ରାଇଭର ଆଦିଙ୍କ ପାଇଁ ସୁଦିନ ଆସୁଛି। ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ଭଳି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ। ସେମାନଙ୍କୁ ଇଏସ୍‌ଆଇ, ଇପିଏଫ୍‌, ସବେତନ ଛୁଟି, ମାତୃତ୍ୱ ଛୁଟି ଭଳି ସୁବିଧା ସବୁକୁ ଉପଲବ୍ଧ କରାଯିବ। ଉଲ୍ଲେଖ କରାଯାଇପାରେ ଯେ, ୨୦୧୫ରେ ସର୍ବପ୍ରଥମେ ‘ନ୍ୟାଶନାଲ ପଲିସି ଫର୍‌ ଡୋମେଷ୍ଟିକ୍‌ ଓ୍ବର୍କର୍ସ’ ଶୀର୍ଷକ ଏକ ରିପୋର୍ଟ ଆସିଥିଲା। ଏଥିରେ ଘରୋଇ ସହାୟକମାନଙ୍କୁ ସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ଭଳି ସମସ୍ତ ସୁବିଧା ପ୍ରଦାନ କରିବାକୁ ସୁପାରିସ୍‌ କରାଯାଇଥିଲା। ଏହି ନୀତି ଲାଗୁ ହେବା ପରେ ମାଲିକଙ୍କ ପକ୍ଷରୁ ଘରୋଇ ପରିଚାରକ, ଡ୍ରାଇଭରଙ୍କୁ ଅଧିକ ଦରମା ଦେବାକୁ ପଡିବ ଏବଂ ଦସ୍ତାବେଜ୍‌ ପ୍ରସ୍ତୁତ କରିବାକୁ ହେବ। ଏଣୁ ଗତ ୪ ବର୍ଷ ହେଲା ଏହାକୁ ସମସ୍ତ ଆଡୁ ବିରୋଧ କରାଯାଇଥିଲା। ଏହି କାରଣରୁ ସରକାର ଏହି ପ୍ରସ୍ତାବକୁ ଲାଗୁ କରିପାରୁ ନ ଥିଲେ। ଗଙ୍ଗଓ୍ବାର କହିଛନ୍ତି ଯେ, ଘରୋଇ ସହାୟକଙ୍କ ପାଇଁ ଏକ ରାଷ୍ଟ୍ରୀୟ ନୀତି ଫର୍ମାଟ୍‌ ପ୍ରସ୍ତୁତ ହୋଇସାରିଛି। ଏହା ବର୍ତ୍ତମାନ ବିଚାରାଧୀନ ରହିଛି। ସେମାନଙ୍କୁ ରେଜିଷ୍ଟ୍ରେଶନ କରାଯିବା ସହ ବୈଧ କର୍ମଚାରୀ ଭାବେ ସମସ୍ତ ଅଧିକାର ଦିଆଯିବ। ଏଥିସହିତ ଘରୋଇ ସହାୟକମାନଙ୍କୁ ନିଜସ୍ବ ସଂଗଠନ ଏବଂ ୟୁନିୟନ ଗଠନ କରିବାକୁ ଅଧିକାର ମିଳିବ। ଏହାଦ୍ୱାରା ସହାୟକ,ଡ୍ରାଇଭରଙ୍କୁ ସର୍ବନିମ୍ନ ବେତନ ଅଧିକାର, ସାମାଜିକ ସୁରକ୍ଷା ଯୋଜନାର ଲାଭ ହାସଲ କରିବା ତଥା ଦୁର୍ବ୍ୟବହାର, ନିଯର୍ର୍ାତନା, ହିଂସା ଆଦିଠାରୁ ସେମାନଙ୍କୁ ସୁରକ୍ଷା ମିଳିବ। ପ୍ରସ୍ତାବରେ କୁହାଯାଇଛି ଯେ, ଘରୋଇ ସହାୟକଙ୍କୁ ନିଯୁକ୍ତି ପ୍ରଦାନ ନେଇ ଗଠିତ ହେବାକୁ ଥିବା ପ୍ଲେସମେଣ୍ଟ ଏଜେନ୍ସିଙ୍କୁ ନିୟନ୍ତ୍ରିତ କରାଯିବ। ସେମାନଙ୍କୁ ଅଦାଲତ ତଥା ଟ୍ରିବ୍ୟୁନାଲ ସେବାର ଲାଭ ଯେପରି ମିଳିବ ସେ ଦିଗରେ ସୁବିଧା ପ୍ରଦାନ କରାଯିବ। ଏହାଛଡ଼ା ଘରୋଇ ସହାୟକଙ୍କ ଦକ୍ଷତା ମଧ୍ୟ ବୃଦ୍ଧି ପାଇ ପଦକ୍ଷେପ ନିଆଯିବ। ସୂଚନାଥାଉ କି, ବର୍ତ୍ତମାନ ଦେଶରେ ଘରୋଇ ସହାୟକଙ୍କ ଲାଗି କୌଣସି ନିୟମକାନୁନ ନାହିଁ। ଲୋକେ ନିଜ ଇଚ୍ଛାରେ ମାଲିକଙ୍କ ଘରେ କାମ କରିଥାନ୍ତି। ତାଙ୍କର ବେତନ,ଛୁଟି ଆଦି ମାଲିକଙ୍କ ମର୍ଜିରେ ଚାଲେ ଅଥବା ପାରସ୍ପରିକ ବୁଝାମଣାରେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri