ଘରୋଇ ଉପଚାରରେ ଦୂର କରନ୍ତୁ ଥଣ୍ଡା ସମସ୍ୟା

ଋତୁ ପରିବର୍ତ୍ତନ ଦ୍ୱାରା ମନୁଷ୍ୟ ଶରୀରରେ ଏହାର ଅନେକ ପ୍ରଭାବ ପଡ଼ିଥାଏ। ଏହି ଦିନଗୁଡ଼ିକରେ ଫ୍ଲ୍ୟୁ, ଭାଇରାଲ ଫିବର ଭଳି ଅନେକ ସମସ୍ୟା ଦେଖାଯାଇଥାଏ। ତେବେ ଶୀତଦିନେ ମଧ୍ୟ ପରିବର୍ତ୍ତିତ ଜଳବାୟୁ ଲାଗି ଥଣ୍ଡା କାଶ ଆଦି ସମସ୍ୟା ଦେଖାଦେଇଥାଏ। ଏ ନେଇ ଅଧିକାଂଶ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି। ମାତ୍ର ଏହି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ବି ଦୂର କରିହେବ। ଜାଣନ୍ତୁ ସେ ସମ୍ପର୍କରେ…..

ଗୋଲମରିଚ:
ଏଥିରେ ଇନ୍‌ଫ୍ଲାମାଟୋରି ଓ ଆଣ୍ଟିବ୍ୟାକ୍ଟେରିକାଲ ଗୁଣ ରହିଥାଏ। ଏହା ସହ ଭିଟାମିନ୍‌ ସି’ ମଧ୍ୟ ମିଳିଥାଏ। ଏହି ଗୁଣ ଇମ୍ୟୁନିଟି ବଢ଼ାଇଥାଏ। ଥଣ୍ଡା କାଶରୁ ମୁକ୍ତି ପାଇବା ଲାଗି ଚା’ରେ ଗୋଲମରିଚ ପକାଇ ପିଅନ୍ତୁ। ଆରାମ ଲାଗିବ।

ଅଦା:
ଏଥିରେ ଇନ୍‌ଫ୍ଲାମାଟୋରି ଗୁଣ ରହିଛି, ଯାହା ନିଃଶ୍ୱାସପ୍ରଶ୍ୱାସ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଆଣ୍ଟିବ୍ୟାକ୍ଟେରିକାଲ ଗୁଣ ଇନ୍‌ଫେକ୍‌ଶନରୁ ମୁକ୍ତି ଦେଇଥାଏ। ତେବେ ଚା’ରେ ଅଦା ପକାଇ ପିଇଲେ ଗଳା ଦରଜ ଓ କଫ ସମସ୍ୟା ଦୂର ହୋଇଥାଏ।

ତୁଳସୀ:
ଆୟୁର୍ବେଦ ଗୁଣରେ ଭରପୂର ତୁଳସୀ ଇମ୍ୟୁନୋ ସିଷ୍ଟମକୁ ମଜଭୁତ କରିଥାଏ। ଏହାକୁ ଚା’ରେ ପକାଇ ପିଇବା ଫଳରେ ଥଣ୍ଡା, କାଶ ଓ କଫ ସମସ୍ୟାରୁ ମୁକ୍ତି ମିଳିଥାଏ।

ଲବଙ୍ଗ:
ଏଥିରୁ ମିଳୁଥିବା ଫିନେ କମ୍ପାଉଣ୍ଡ ଶରୀର ଭିତରକୁ ବ୍ୟାକ୍ଟେରିଆ ପ୍ରବେଶ କରିବାକୁ ନ ଦେଇ ସେମାନଙ୍କ ସଙ୍ଗେ ଲଢ଼ିଥାଏ। ଟକ୍ସିନ୍‌କୁ ଶରୀରରୁ ବାହାର କରିବା ସହ ଇମ୍ୟୁନୋ ସିଷ୍ଟମ ବଢ଼ାଇଥାଏ। ଏହା ମଧ୍ୟ ଥଣ୍ଡାରୁ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri