ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା…

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ। ଆଜ୍ଞା ହଁ ସେହି ଗଛଟି ହେଉଛି ‘ମନିପ୍ଲାଣ୍ଟ’। ତେବେ କେଉଁଭଳି ଉପାୟରେ ଆମେ ଏହି ଗଛରୁ ଲାଭ ଉଠାଇବା ସହ ନିଜର ଭାଗ୍ୟକୁ ମଧ୍ୟ ଚମକାଇପାରିବା ଆସନ୍ତୁ ଜାଣିବା।

* ମନିପ୍ଲାଣ୍ଟକୁ ସବୁବେଳେ ଘରର ଦକ୍ଷିଣ-ପୂର୍ବ କୋଣରେ ରଖିବା ଉଚିତ୍‌। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଦକ୍ଷିଣ-ପୂର୍ବ ଜୋନକୁ ଭଗବାନ ଗଣେଷଙ୍କ ସ୍ଥାନ ବୋଲି ବିଶ୍ୱାସ କରାଯାଇଥାଏ। ମନିପ୍ଲାଣ୍ଟର ଗଛକୁ ସୌଭାଗ୍ୟର ପ୍ରତୀକ ବୋଲି ଜଣାଯାଇଥାଏ। ତେଣୁ ଘରର ଏହି କୋଣରେ ଏହାକୁ ରଖିଲେ ବ୍ୟକ୍ତିଙ୍କ ଭାଗ୍ୟ ଚମକିଥାଏ ବୋଲି ବିଶ୍ୱାସ ରହିଛି।

* ଏହି ଗଛକୁ ଭୂଲରେ ବି ଉତ୍ତର-ପୂର୍ବରେ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ ଘରର ସଦସ୍ୟଙ୍କ ସବୁବେଳେ ଦେହ ଖରାପ ହୋଇଥାଏ।

* ଦମ୍ପତ୍ତିଙ୍କ ସମ୍ପର୍କ ମଧ୍ୟରେ ତିକ୍ତତା ରହିଯାଇଛି କି? ତେବେ ପ୍ରଥମେ ଆପଣଙ୍କ ଘରର ପଶ୍ଚିମ କିମ୍ବା ପୂର୍ବରେ ଥିବା ମନିପ୍ଲାଣ୍ଟକୁ ଏହି ଜୋନରୁ ହଟାଇ ଦିଅନ୍ତୁ। ଘରର ଏହି କୋଣରେ ମନିପ୍ଲାଣ୍ଟ ରଖିଲେ ମାନସିକ ଅଶାନ୍ତି ସହ ସମ୍ପର୍କରେ ତିକ୍ତତା ଆସିଥାଏ। ତେବେ ଘରର ଲୋକଙ୍କ ସମ୍ପର୍କରେ ସୁଧାର ଓ ମଧୁରତା ଆଣିବା ପାଇଁ   ହାର୍ଟ ଶେପ୍‌ର ପତ୍ରକୁ ଆଣି ଘରେ ଲଗାନ୍ତୁ।

* ଆର୍ଥିକ ଅଭାବ ଅନାଟନ ଦୂର କରିବା ପାଇଁ ଟଙ୍କା ଶେପ୍‌ର ପତ୍ରକୁ ଦକ୍ଷିଣ-ପୂର୍ବ  କୋଣରେ ଲଗାଇବା ଉଚିତ୍‌। ଏହା ଅପେକ୍ଷା କେବେ ବି ରବିବାର ଏହି ଗଛରେ ପାଣି ଦେବେ ନାହିଁ। ଯଦି ଦେବେ ତେବେ ପାଣିରେ ଏକ ଚାମଚ କ୍ଷୀର ପକାଇବା କୁ ଭୂଲିବେ ନାହିଁ। ଏଭଳି କଲେ ଘରେ ଖୁସି ଆସିବା ସହ ଟଙ୍କାର କେବେ ଅଭାବ  ରହିବ ନାହିଁ।

* ଘରେ ଲାଗିଥିବା ମନିପ୍ଲାଣ୍ଟକୁ କେବେ ବି ମାଟି ଉପରେ ମାଡ଼ିବାକୁ ଦିଅନ୍ତୁ ନାହିଁ। ଏଭଳି ହେଲେ ଆପଣଙ୍କ ଧନ ଅନାବଶ୍ୟକ ଜିନିଷରେ ଖର୍ଚ୍ଚ ହେବ। ଧନକୁ ସଞ୍ଚିତ ରଖିବା ସହ ଘରେ ଖୁସି ଆଣିବା ପାଇଁ ମନିପ୍ଲାଣ୍ଟକୁ ଏକ ବାଡ଼ି ସାହଯ୍ୟରେ ଉପର ଆଡ଼କୁ ବାନ୍ଧି ଦିଅନ୍ତୁ। ଏଭଳି କଲେ ଆପଣଙ୍କ ଘର ଧନ ଓ ଐଶ୍ୱର୍ଯ୍ୟରେ  ପରିପୂର୍ଣ୍ଣ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri