ଘରେ ଥାଇ ବି ବୟସ୍କ ହୋଇଛନ୍ତି ସଂକ୍ରମିତ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଶିଶୁଠାରୁ ବୁଢ଼ା, କାହାକୁ ଛାଡ଼ୁନି କରୋନା। ତେବେ କେଉଁ ବୟସର ବ୍ୟକ୍ତିଙ୍କ ପାଇଁ ଅଧିକ ବିପଦ ଆସିପାରେ, ସେ ବିଷୟରେ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। କରୋନା ସହ ଲଢୁଥିବା ଅନ୍ୟ ଦେଶମାନଙ୍କ ଅନୁଭୂତିକୁ ତର୍ଜମା କରାଯାଇ ଜଣାପଡିଛି ଯେ, ଯଦି ୪୦ରୁ ୫୦ବର୍ଷ ବୟସରେ ହଜାରେ ଜଣ ଆକ୍ରାନ୍ତ ହୁଅନ୍ତି, ସେଥିମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଥାଏ। କିନ୍ତୁ ୫୦-୬୦ ବର୍ଷ ବୟସ୍କ ଆକ୍ରାନ୍ତଙ୍କ କ୍ଷେତ୍ରରେ ୧୨.୫ ପ୍ରତିଶତ ମୃତ୍ୟୁ ଘଟିଥାଏ। ବିଶେଷକରି ଯଦି ୬୦ ବର୍ଷ ବୟସରେ ଏକ ହଜାର ଜଣ ଆକ୍ରାନ୍ତ ହୁଅନ୍ତି, ତେବେ ୪୦ ଜଣଙ୍କର ମୃତ୍ୟୁ ହୋଇଥାଏ। ସେହିଭଳି ୭୦-୮୦ ବର୍ଷ ବୟସର ପ୍ରତି ହଜାର ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୬ ଜଣ ଓ ଏହାଠାରୁ ଅର୍ଥାତ୍‌ ୮୦ବର୍ଷରୁ ଅଧିକ ବୟସ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଥାଏ। ତେଣୁ ଓଡ଼ିଶାର ଜନସଂଖ୍ୟା ସାଢ଼େ ଚାରି କୋଟି ଏବଂ ସେଥିରୁ ପ୍ରାୟ ୧୦ ପ୍ରତିଶତ ବା ୪୫ ଲକ୍ଷ ବୟସ୍କ ନାଗରିକ ରହିଛନ୍ତି। ଆଉ ରାଜ୍ୟରେ ମୋଟ୍‌ ୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୧.୭ ପ୍ରତିଶତ ବୟସ୍କ ବ୍ୟକ୍ତି ଯେଉଁମାନଙ୍କ ବୟସ ୬୦ରୁ ଊର୍ଦ୍ଧ୍ୱ ସେମାନଙ୍କ ଦେହରେ କରୋନା ବାହାରିଛି। ହେଲେ ଏମାନଙ୍କ ମଧ୍ୟରେ ଅନେକ ଘରୁ ବାହାରି ନାହାନ୍ତି। କିନ୍ତୁ ଏମାନେ ସଂକ୍ରମଣର ଶିକାର ହୋଇଛନ୍ତି। କେହି ନା କେହି ଘର ଭିତରକୁ କରୋନାକୁ ଡାକି ଆଣିଛନ୍ତି। ତେଣୁ ଏମାନେ ଘରେ ଥେଇ ବି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି। ତେଣୁ ଯେଉଁମାନେ ବାହାରୁ ଆସୁଛନ୍ତି, ଏଭଳି ସ୍ଥିତିରେ ନିଜ ପରିବାର ଲୋକଙ୍କୁ ବା ବୟସ୍କଙ୍କୁ ସୁସ୍ଥ ରଖିବା ପାଇଁ ନିଜକୁ ସଙ୍ଗରୋଧରେ ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି। କାରଣ ୬୦ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହିଥାଏ। ଆଉ ୭୦ ବର୍ଷୀୟ ବ୍ୟକ୍ତିଙ୍କ ଦେହରେ ଅନ୍ୟାନ୍ୟ ରୋଗ ଦେଖାଯାଏ। ତେଣୁ ସଚେତନ ହୁଅନ୍ତୁ ଏବଂ ଯଦି ଆପଣ ବାହାରୁ ଫେରିଛନ୍ତି କିମ୍ବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ନିଜକୁ କ୍ୱାରାଣ୍ଟାଇନ୍‌ର ରଖନ୍ତୁ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri