Posted inଫୁରସତ

ଘରେ କାହିଁକି ରଖାଯାଏ ଲାଫିଂ ବୁଦ୍ଧ, କ’ଣ ରହିଛି ଏହାର ବିଶେଷତ୍ତ୍ୱ

ଲୋକମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ବିଭିନ୍ନ ପ୍ରକାରର ଶୁଭ ଜିନିଷ ରଖିଥାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଶୁଭ ପ୍ରତୀକକୁ ଘରେ ରଖିଲେ ନକାରାତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶାନ୍ତି ଓ ସୌଭାଗ୍ୟ ପାଇଁ ବହୁ ପ୍ରକାରର ଉପାୟ ଅବଲମ୍ବନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଚାଇନିଜ୍‌ ବାସ୍ତୁଶାସ୍ତ୍ର ଫେଙ୍ଗସୁଇ ଅନୁସାରେ ଲାଫିଂ ବୁଦ୍ଧର ବହୁ ମହତ୍ତ୍ୱ ରହିଛି। ଘରେ ସୁଖ ସମୃଦ୍ଧି ଆଣିବା ପାଇଁ ଲାଫିଂ ବୁଦ୍ଧ ରଖାଯାଇଥାଏ। ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ବହୁ ପ୍ରକାରର ହୋଇଥିବା ବେଳେ ଅଲଗା ଅଲଗା ମନୋସ୍କାମନା ପାଇଁ ସବୁ ମୂର୍ତ୍ତିର ନିଜସ୍ବ ମହତ୍ତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଘରେ କେଉଁ ପ୍ରକାରର ଲାଫିଂ ବୁଦ୍ଧ ରଖିଲେ କିପ୍ରକାରର ଲାଭ ହୋଇଥାଏ।
* ଦୁଇ ହାତ ଉପରକୁ ଉଠିଥିବା ଲାଫିଂ ବୁଦ୍ଧ: ନିଜର ଦୁଇ ହାତ ଉଠାଇଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମାକୁ ଘରେ ବା ଦୋକନରେ ରଖିଲେ ସଫଳତା ମିଳିଥାଏ। ଏହିଭଳି ଆକାରର ମୂର୍ତ୍ତିକୁ ରଖିଲେ ଟଙ୍କାର କେବେ ଅଭାବ ରହେ ନାହିଁ ବୋଲି ବିଶ୍ୱାସ ରହିଛି।
*ଶୋଇଥିବା ଲାଫିଂ ବୁଦ୍ଧ: ନିଜ ଜୀବନରୁ ଦୁଭାର୍ଗ୍ୟକୁ ଦୂରେଇବା ପାଇଁ ଘରେ ଓ ଦୋକାନରେ ଶୋଇଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତୀକୁ ରଖନ୍ତୁ।
* ଟଙ୍କା ମୁଣିକୁ ଧରିଥିବା ଲାଫିଂ ବୁଦ୍ଧ: ଆର୍ଥିକ ସଙ୍ଗଟରେ ଗତି କରୁଥିଲେ ଟଙ୍କା ମୁଣି ହାତରେ ଧରିଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଅତି ଶୁଭ ହୋଇଥାଏ।
*ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧ: ସେହିପରି ଚାଇନିଜ୍‌ ବାସ୍ତୁଶାସ୍ତ୍ର ଫେଙ୍ଗଶୁଇ ଅନୁସାରେ ପରିବାରରେ ସୁଖ ସମୃଦ୍ଧି ଓ ସଫଳତା ପାଇଁ ଛୁଆଙ୍କ ସହ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ଘରେ ରଖିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିସହ ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହିଭଳି ମୂର୍ତ୍ତିକୁ ଘରେ ରଖାଯାଏ।
* ଥଳୀ ଧରିଥିବା ଲାଫିଂ ବୁଦ୍ଧ: ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ଦୋକାନ ଓ ଅଫିସରେ ଥଳୀ ଧରିଥିବା ଲାଫିଂ ବୁଦ୍ଧଙ୍କୁ ରଖନ୍ତୁ । ଏହାକୁ ରଖିଲେ ନଜର ଲାଗେ ନାହିଁ ବୋଲି ମାନ୍ୟତା ରହିଛି।
* ହସୁଥିବା ଲାଫିଂ ବୁଦ୍ଧ: ହସୁଥିବା ଲାଫିଂ ବୁଦ୍ଧଙ୍କ ମୂର୍ତ୍ତିକୁ ସବୁଠାରୁ ଶୁଭ ମାନାଯାଏ। ଏହାକୁ ଘରର ମୁଖ୍ୟ ରୁମ୍‌ରେ ରଖିବା ଉଚିତ୍‌।
*ଧାତୁରେ ତିଆରି ହୋଇଥିବା ଲାଫିଂ ବୁଦ୍ଧ: କାର୍ଯ୍ୟଦକ୍ଷତା ଓ କୌଶଳକୁ ବଢ଼ାଇବା ପାଇଁ ଧାତୁରେ ତିଆରି ଲାଫିଂ ବୁଦ୍ଧଙ୍କ ମୂର୍ତ୍ତି ରଖିଲେ ଭଲ।
* ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଂ ବୁଦ୍ଧ: ମନର ଶାନ୍ତି ପାଇଁ ଘରେ ଓ ଦୋକାନରେ ଧ୍ୟାନରେ ଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ଭଲ। ଏଥିରୁ ଚିନ୍ତାଗ୍ରସ୍ତ ଦୂର ହୋଇଥାଏ।
* ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧ: ଡଙ୍ଗାରେ ବସିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିଲେ ବ୍ୟକ୍ତିଙ୍କ ସମ୍ମାନ ବଢ଼ିଥାଏ। ଏହାକୁ ଘରର ମୁଖ୍ୟ ରୁମ୍‌ରେ ରଖିଲେ ଭଲ।
* ମୁଦ୍ରା ଓ ପଙ୍ଖା ସହ ଥିବା ଲାଫିଂ ବୁଦ୍ଧ: ଘରେ, ଦୋକାନ ଓ ଅଫିସରେ ଖୁସି, ଶାନ୍ତି ଓ ସମ୍ପୁର୍ଣ୍ଣତା ପାଇଁ ଗୋଟିଏ ହାତରେ ମୁଦ୍ରା ଓ ଅନ୍ୟଟିରେ ପଙ୍ଖା ଧରିଥିବା ଲାଫିଂ ବୁଦ୍ଧଙ୍କ ପ୍ରତିମା ରଖିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri