Posted inରାଜ୍ୟ

ଘରକୁ ଫେରିଲେ ଦୁବାଇରେ ଫସିଥିବା ୨ ଶ୍ରମିକ

ନୟାଗଡ଼ ଅଫିସ,୨୯।୬: ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ କୁରୁଡ଼ଙ୍ଗ ଗ୍ରାମରେ ଦୁବାଇରେ ଫସିଥିବା ୨ ଜଣ ଓଡିଆ ଶ୍ରମିକ ଶୁକ୍ରବାର ଘରକୁ ଫେରିଛନ୍ତି। ସେମାନେ ହେଲେ ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା । ଗ୍ରାମରେ କିଛି କାମ ନ ଥିବାରୁ ରୋଜଗାର ଆଶାରେ ଏଜେଣ୍ଟଙ୍କ ଜରିଆରେ ୧୧ ମାସ ତଳେ ଉଭୟେ ଦୁବାଇ ଯାଇଥିଲେ। ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଠିକାଦାର ମାସକୁ ୩୫ ହଜାର ଟଙ୍କା ଦରମା ଦେବ ବୋଲି କହି ସେମାନଙ୍କୁ ନେଇଥିଲେ। ସେଠାରେ ଦୁଃଖକଷ୍ଟରେ ରହିବା ସହ ଏକପ୍ରକାର ବନ୍ଦୀଜୀବନ ବିତାଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେଠାରୁ ମୁକୁଳି ଆସିଛନ୍ତି। ଶୁକ୍ରବାର ଏମାନେ ଘରକୁ ଫେରିବା ପରେ ପରିବାରରେ ଆନନ୍ଦ ଦେଖିବାକୁ ମିଳିଛି। ସେହିପରି ଘରକୁ ଫେରି ସେମାନଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି।
କହିବାନୁସାରେ, ସେ ଓ ଗୁମାନ ଜୁଲାଇ ୨୦୧୮ରେ କାମ କରିବା ପାଇଁ ଦୁବାଇ ଯାଇଥିଲେ। ସେଠାରେ ଜଣେ ଠିକାଦାର ତାଙ୍କୁ ରଡ଼ ବାନ୍ଧିବା କାର୍ଯ୍ୟ କରିବାକୁ କହିଥିଲେ। ରହିବା ପାଇଁ ଘର ଦେଇଥିବା ବେଳେ ଖାଇବାକୁ କେବଳ ଭାତ ଓ ଡ଼ାଲି ଦେଉଥିଲେ। ଅନ୍ୟ କିଛି ଉପାୟ ନ ଥିବାରୁ ଏମାନେ ବାଧ୍ୟ ହୋଇ ତାହା ଖାଉଥିଲେ। ତାଙ୍କ ସହିତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାରୁ ଯାଇଥିବା ଅନ୍ୟ ୮ ଜଣ ଶ୍ରମିକ ମଧ୍ୟ ଏହି କାମ କରିଥିଲେ। ଦୁଇ ମାସ କାମ କରିବା ପରେ ଆଉ କାମ କରିବାକୁ ଦେଲେ ନାହିଁ। ଖାଇବାକୁ ମଧ୍ୟ ଦିଆଗଲା ନାହିଁ । ଏହିଭଳି ଭାବେ ତାଙ୍କୁ ହଇରାଣ କରାଗଲା। ପ୍ରଥମେ ୨/୪ମାସ ଠିକାଦାର ଜଣଙ୍କ କିଛି ଟଙ୍କା ଦେଇଥିବା ବେଳେ ଅନ୍ୟ ମାସର ଦରମା ଦେଉ ନ ଥିଲେ। ଏପରିକି ନାଲି ଆଖି ମଧ୍ୟ ଦେଖାଉଥିଲେ। ସେଠାରେ କେହି ନ ଥିବାରୁ ଶ୍ରମିକମାନେ ବାଧ୍ୟ ହୋଇ ଡରିମରି ନିର୍ଯାତନା ସହି ରହୁଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଗଞ୍ଜାମର ଜଣେ ଶ୍ରମିକ ସେମାନଙ୍କ ନିର୍ଯାତନାର ଦୃଶ୍ୟ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହା ପରେ ଘଟଣାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ସହଯୋଗ ଲୋଡ଼ିଥିଲେ। ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଦୁବାଇସ୍ଥିତ ଭାରତୀୟ ଦୂତାବାସଙ୍କୁ ଜଣାଇଥିଲେ। ପରେ ୨୬ ତାରିଖରେ ସମସ୍ତ ୧୦ ଜଣ ଶ୍ରମିକ ଉଦ୍ଧାର ହୋଇଥିଲେ। ଶୁକ୍ରବାର ପ୍ରତାପ ଓ ଗୁମାନ ଘରକୁ ଫେରିଛନ୍ତି। ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ପରିବାର ଲୋକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶା ଭିତରେ କାମ କରିବେ, ହେଲେ ବାହାରକୁ ଯିବେ ନାହିଁ ବୋଲି ପ୍ରତାପ ଓ ଗୁମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri