ଗ୍ରାହକଙ୍କୁ ଲୁଟିବାକୁ ସୁଯୋଗ ଦେଉଛନ୍ତି ସରକାର

ବ୍ରହ୍ମପୁର ଅଫିସ୍‌,୧୪ା୭-ରାଜ୍ୟର ୪ ଡିସ୍‌କମ୍‌(ବିଦ୍ୟୁତ୍‌ ବିତରଣ ସଂସ୍ଥା) ଯଥା ସାଉଥ୍‌କୋ, ସେସୁ, ନେସ୍‌କୋ ଏବଂ ୱେସ୍‌କୋକୁ ସମ୍ପୂୂର୍ଣ୍ଣ ଭାବେ ଘରୋଇ ସଂସ୍ଥା ହାତକୁ ଟେକିଦେବା ପାଇଁ ରାଜ୍ୟ ସରକାର ମସୁଧା କରୁଛନ୍ତି। ଏନେଇ ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଚାଲିବ । ପୂର୍ବରୁ ଯେଉଁସବୁ ସର୍କଲ୍‌ କିମ୍ବା ଡିଭିଜନ୍‌ରେ ଘରୋଇ ସଂସ୍ଥାକୁ ବିଲ୍‌ ଆଦାୟ, ରକ୍ଷଣାବେକ୍ଷଣ ଆଦି ଦାୟିତ୍ୱ ଦିଆଯାଇଛି, ସେଠାରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ।
ବିଭିନ୍ନ ଆଳରେ ଗ୍ରାହକଙ୍କଠାରୁ ସମ୍ପୃକ୍ତ ଘରୋଇ ସଂସ୍ଥାଗୁଡ଼ିକ ଟଙ୍କା ଆଦାୟ କରୁଥିଲେ । ଅନେକ ସ୍ଥାନରେ ଉପଭୋକ୍ତାମାନେ ତୀବ୍ର ବିରୋଧ କରିବା ସହ ବିଶୃଙ୍ଖଳା ଦେଖାଦେଇଥିଲା । ଏଣୁ ଯଦି ଆଗାମୀ ଦିନରେ ଡିସ୍‌କମ୍‌ଗୁଡ଼ିକୁ ଘରୋଇ ସଂସ୍ଥାକୁ ଦିଆଯାଏ, ତେବେ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦିଆଯିବ ବୋଲି ଓଡ଼ିଶା ବିଦ୍ୟୁତ୍‌ କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଲକ୍ଷ୍ମଣ ନାୟକ କମ୍ୟୁନିଟ ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଅଳି କିଶୋର ପଟ୍ଟନାୟକ, ସାଧାରଣ ସମ୍ପାଦକ କାଳୁଚରଣ ସାହୁ, ଉପସଭାପତି ମୋହନ ରେଡ୍ଡୀ, ସହସାଧାରଣ ସମ୍ପାଦକ ନିରଞ୍ଜନ ପାତ୍ର, ପଞ୍ଚାନନ ଜେନା, ରାକେଶ ସ୍ବାଇଁ ଓ ଯୁଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ୧୯୯୫ ରେ ୪ ଡିସ୍‌କମ୍‌ ଗଠନ କରାଯାଇ ସେଗୁଡ଼ିକର ଘରୋଇକରଣ ଦିଗରେ ସରକାର ପଦକ୍ଷେପ ନେଇଥିଲେ। ବିଏସ୍‌ଇଏସ୍‌ ଏବଂ ଏଇଏସ୍‌ ନାମକ ଘରୋଇ ସଂସ୍ଥାକୁ ଟେକି ଦେଇଥିଲେ । ହେଲେ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।
ଏଇଏସ୍‌ କମ୍ପାନୀ ବହୁ ଶହ କୋଟି ନେଇ ସେସୁକୁ ଛାଡ଼ିଦେଇ ନିଜ ଦେଶ ଆମେରିକାକୁ ଫେରି ଯାଇଥିଲା ।
ବିଏସ୍‌ଇଏସ୍‌ ମଧ୍ୟ ସମ୍ପୂର୍ଣ୍ଣ ଅଂଶଧନକୁ ରିଲାଏନ୍ସ କମ୍ପାନୀକୁ ବିକିଦେଇ ପରିଚାଳନା ଦାୟିତ୍ୱରୁ ଓହରି ଯାଇଥିଲା । ହେଲେ ରିଲାଏନ୍ସ ମଧ୍ୟ ବିଫଳ ହେବାରୁ ସରକାର ୨୦୧୫ ଏପ୍ରିଲ୍‌ରେ ବିତାଡିତ କରିଥିଲେ। ସାଉଥ୍‌କୋର ଛତ୍ରପୁର ଡିଭିଜନ୍‌ ଏନ୍‌ଜେଏନ୍‌ ନାମକ ଏକ ସଂସ୍ଥା ପାଖକୁ ଚାଲିଯାଇଥିଲା ।
ଏହି କମ୍ପାନୀ ମଧ୍ୟ ବିଫଳ ହୋଇଥିଲା । ଦୁଇ ବର୍ଷ ପରେ ଏହି ସଂସ୍ଥା ମଧ୍ୟ ଛାଡ଼ ଦେଇଥିଲା । ବର୍ତ୍ତମାନ ଏହି ଏନ୍‌ଜେଏନ୍‌ କମ୍ପାନୀ ସେସୁର ଢ଼େଙ୍କାନାଳ ସର୍କଲ୍‌ର ଢ଼େଙ୍କାନାଳ, ଚାଇଁପାଳ ଏବଂ ଅନୁଗୋଳ ଡିଭିଜନ୍‌ରେ ବିଦ୍ୟୁତ୍‌ ବିଲ୍‌ ଆଦାୟ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ସେଠାରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ସାଧାରଣ ଉପଭୋକ୍ତା ବିଦ୍ୟୁତ୍‌ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।
କି ଦୁଇଥର ନୁହଁ, ଘରୋଇ ସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ବିଦ୍ୟୁତ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ସେବା ହସ୍ତାନ୍ତର କରିଛନ୍ତି। ସବୁଥର କେବଳ ବିଫଳତା ହିଁ ମିଳିଛି ।
ଅଯଥାରେ ସାଧାରଣ ଉପଭୋକ୍ତା ହଇରାଣ ହେଉଛନ୍ତି । ସେମାନଙ୍କୁ ବିଭିନ୍ନ ଆଳରେ ଲୁଟ୍‌ କରାଯାଉଛି । ଅନ୍ୟପଟେ ଦେଖିବାକୁ ମିଳୁଛି ଯେ, କେବଳ ଗ୍ରାହକ ନୁହଁ, ଆଉଟ୍‌ସୋର୍ସିଂ କର୍ମଚାରୀମାନେ ମଧ୍ୟ ହଇରାଣ ହେଉଛନ୍ତି । ଆଉଟ୍‌ସୋର୍ସିଂ ସଂସ୍ଥା ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ପ୍ରତିବର୍ଷ ୨୦୦ଜଣଙ୍କୁ ନିୟମିତ କରିବାକୁ ବିଭାଗୀୟ ମନ୍ତ୍ରୀ, ସଚିବ, ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌ର ଅଧ୍ୟକ୍ଷ ଗତ ବର୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ତାହା ପୂରଣ ହୋଇନାହିଁ । କର୍ମଚାରୀମାନେ ଖୁବ୍‌ କମ୍‌ ଦରମାରେ, ବିନା ସ୍ଥାୟିତ୍ୱରେ କାମ କରୁଛନ୍ତି । ସେମାନଙ୍କୁ ନିୟମିତ ନ କରିବା ପାଇଁ ରାଜ୍ୟ ସରକାର ଏକ ଷଡ଼ଯନ୍ତ୍ର ଦ୍ୱାରା ଘରୋଇ ସଂସ୍ଥାକୁ ଡିସ୍‌କମ୍‌ଗୁଡ଼ିକୁ ଟେକି ଦେଉଛନ୍ତି । ଏଣୁ ଘରୋଇ କରଣ ନିଷ୍ପତ୍ତିରୁ ରାଜ୍ୟ ସରକାର ନ ଓହରିଲେ, ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରାଯିବ, ଯେଉଁଥି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଏହି ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri