ଗ୍ବାଦରରେ ନୌସେନା ଘାଟି ଗଢ଼ୁଛି ଚାଇନା

ଗ୍ବାଦର,୪ା୬: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ବାଦର ବନ୍ଦରରେ ଚାଇନା ଗୋପନରେ ଏକ ହାଇ ସିକ୍ୟୁରିଟି କମ୍ପାଉଣ୍ଡ ନିର୍ମାଣ କରୁଛି। ଏହାକୁ ଚାଇନା ନୌସେନା ଘାଟି ଭାବେ ବ୍ୟବହାର କରିବ ବୋଲି ଜଣାପଡ଼ିଛି। ଫୋର୍ବସ ମାଗାଜିନ୍‌ର ରିପୋର୍ଟ ଅନୁସାରେ ବିଶ୍ଳେଷକମାନେ ଏହାକୁ ଗ୍ବାଦରରେ ଚାଇନାର ଏକ ବହୁପ୍ରତୀକ୍ଷିତ ନୌସେନା ଘାଟିର ପ୍ରଥମ ସଙ୍କେତ ଭାବେ ଦେଖୁଛନ୍ତି। ଆଫ୍ରିକାର ଜିବୁତିରେ ଥିବା ନୌସେନା ଘାଟି ସହ ଗ୍ବାଦର ଘାଟି ପରିପୂରକ ଭାବେ କାର୍ଯ୍ୟ କରିବା ସହ ଭାରତ ମହାସାଗରରେ ଚାଇନାର ବଳ ବଢ଼ାଇବ। ଗତ କିଛି ବର୍ଷ ମଧ୍ୟରେ ଚାଇନା ଅନେକ ନୂଆ କମ୍ପ୍ଲେକ୍ସ ନିର୍ମାଣ କରିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ବନ୍ଦର ବିକାଶ କାର୍ଯ୍ୟରେ ନିୟୋଜିତ ଚାଇନା କମ୍ୟୁନିକେଶନ୍ସ କନ୍‌ଷ୍ଟ୍ରକ୍‌ଶନ କମ୍ପାନୀ (ସିସିସିସି)ର ବୋଲି ଚିହ୍ନଟ ହୋଇଛି। ଉକ୍ତ କମ୍ପ୍ଲେକ୍ସର ଅସ୍ବାଭାବିକ ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ସନ୍ଦେହ ସୃଷ୍ଟି ହେଉଛି ବୋଲି ଫୋର୍ବସ ପ୍ରକାଶ କରିଛି।
ପାକିସ୍ତାନ ଉପକୂଳର ପଶ୍ଚିମ ସୀମାରେ ଅବସ୍ଥିତ ଗ୍ବାଦର ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ହେବାକୁ ଯାଉଛି। ଏହା ଫଳରେ ଚାଇନା ନିଜ ସାମଗ୍ରୀଗୁଡ଼ିକୁ ସମୁଦ୍ର ପଥ ଦେଇ ଦକ୍ଷିଣ ଏସିଆରେ ବୁଲାଇବା ବଦଳରେ ସିଧା ପାକିସ୍ତାନ ଜରିଆରେ ପରିବହନ କରିପାରିବ। ଚାଇନା ଏଠାରେ ଏକ ନାଭାଲ୍‌ ବେସ୍‌ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ନେଇ ୨୦୧୮ ଜାନୁୟାରୀରେ ପ୍ରଥମେ ଜଣାପଡ଼ିଥିଲା। ଫୋର୍ବସରେ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତ୍ତମାନ ଯାଏ ବାଣିଜି୍ୟକ ବନ୍ଦର ଗ୍ବାଦର ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏକ ବନ୍ଦର ଭାବେ ଗ୍ବାଦରର ଭାଗ୍ୟ ଝୁଲିରହିଛି। ଆଫଗାନିସ୍ତାନ ସହିତ ବ୍ୟବସାୟ ପାଇଁ ଏହି ବନ୍ଦରକୁ ବ୍ୟବହାର ଲାଗି ନିକଟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ପ୍ରଥମ ବୃହତ୍‌ ମର୍ଚ୍ଚାଣ୍ଟ ଶିଫ୍‌ ଏମ୍‌ଭି ମନେଟ୍‌ ସେଠାକୁ ଗତ ସପ୍ତାହରେ ୧୭,୬୦୦ ଟନ୍‌ ଗହମ ନେଇ ଆସିଥିଲା। ତେବେ ଏହି ଚାଇନିଜ୍‌ ପୋର୍ଟ ଓ ସମ୍ଭାବ୍ୟ ନୌସେନା ଘାଟିରୁ ବେଜିଂ ଆଗକୁ ବିପୁଳ ଲାଭ ପାଇବ। ନୌସେନା ଘାଟି କାର୍ଯ୍ୟକ୍ଷମ ହେଲେ ଭାରତୀୟ ମହାସାଗରରେ ଚାଇନାର ସାମରିକ ଶକ୍ତି ବୃଦ୍ଧି ପାଇବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri