ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ଚାଲିବା ଘଟଣା: ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଗୋଟିଏ ନମ୍ବରରେ ଏକାଧିକ ଗାଡି ଚାଲିବା ଘଟଣାରେ ଲିଙ୍ଗରାଜ ଥାନାରେ ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଟ୍ରାଫିକ ଥାନାର ଅଧିକାରୀ ସୁରେନ୍ଦ୍ର ଭଳଙ୍କ ଅଭିଯୋଗକ୍ରମେ ପୋଲିସ କେସ୍‌ ନଂ.୨୦୪/୧୯ରେ ମାମଲା ରୁଜୁ କରିବା ସହ ଦଫା ୪୨୦, ୪୬୮, ୪୭୧, ୪୭୨, ୪୭୩, ୧୨୦(ବି) ଲଗାଇ ତଦନ୍ତ କରୁଛି। ଗାଡ଼ି ମାଲିକ ଅଜୟ କୁମାର ଓ ରାହୁଲ କୁମାର ଏବଂ ପାର୍ଟନର ସଞ୍ଜୟ କୁମାର ଅଗ୍ରଓ୍ବାଲଙ୍କ ନାମରେ ଏହି ମାମଲା ହୋଇଥିବାବେଳେ ଫେରାର ଥିବାରୁ ସେମାନଙ୍କୁ ଗିରଫ ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।

ସୂଚନାଯୋଗ୍ୟ, ଗାଡ଼ି ମାଲିକ କଟକରେ ରହୁଥିବାବେଳେ ଭୁବନେଶ୍ୱର ସାମନ୍ତରାପୁର ଛକ ଓ କଟକ ମହତାବ ରୋଡ୍‌ରେ ଟ୍ରାଭେଲ ଏଜେନ୍ସି ଅଫିସ ରହିଛି। ୧୩ ଟାଟା ଏସିଇ ଗାଡି ଭଡା ଲଗାଉଥିବାବେଳେ ୩ ଗାଡିର କାଗଜପତ୍ର ଠିକ୍‌ ଥିଲା। ଉକ୍ତ ୩ଟି ଗାଡିର ନମ୍ବର ବ୍ୟବହାର କରି ଅନ୍ୟ ୩ ଗାଡି ଚାଲୁଥିଲା ଓ ଆଉ ୬ ଗାଡିରେ ଜାଲ ନମ୍ବର ଲଗାଯାଇଥିଲା। ଫାଇନାନ୍ସରେ ଗାଡି ଅଣାଯାଇଥିବାରୁ ଫାଇନାନ୍ସ କମ୍ପାନୀକୁ ଟଙ୍କା ନ ଦେଇ ଏପରି ଭାବେ ଠକୁଥିଲେ। ଫାଇନାନ୍ସ ସଂସ୍ଥା କର୍ମଚାରୀମାନେ ଗାଡି ଜବତ କରିବା ପାଇଁ ଯାଉଥିଲେ ମଧ୍ୟ ସେମାନେ ଗାଡିର ନମ୍ବର ପ୍ଲେଟ ଅଲଗା ଥିବା ଜାଣି ନ ପାରି ଫେରିଆସୁଥିଲେ। ଏହିଭଳି ଚଞ୍ଚକତା କରି ସେ ଟ୍ରାଫିକ ପୋଲିସ, ଆର୍‌ଟିଓକୁ ବି ଠକୁଥିଲେ। କିନ୍ତୁ ଜଣେ ଯୁବକ ପୋଲିସ କମିଶନରଙ୍କୁ ଟୁଇଟ୍‌ କରିବା ପରେ ଟ୍ରାଫିକ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ: ଆନ୍ଦୋଳନ ହେବ ଆହୁରି ତୀବ୍ର

ଭୁବନେଶ୍ୱର,୯ା୪(ସୁଚିସ୍ମିତା ସାହୁ):ପୁଣି ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ କାର୍ଯ୍ୟକାଳକୁ ଠିକା କାର୍ଯ୍ୟରୁ ଉଚ୍ଛେଦ କରି ମୂଳ ଚାକିରିରେ ଗଣନା କରି…

୧୦ରେ ନୂଆଦିଲ୍ଲୀ ଯିବେ ନବୀନ: ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ…

ଭୁବନେଶ୍ୱର,୯।୪(ସୁନିତ୍‌ ମିଶ୍ର):ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ତାଙ୍କ ବଡ଼ ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ମଙ୍ଗଳବାର ଏକ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri