ଗୋଚର ଜମିରେ ଚିଙ୍ଗୁଡିଘେରି ପ୍ରସଙ୍ଗ: ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବାହାନଗା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବାଉଁଶଆଡ଼ିଆ, ଉପରଆଡ଼ିଆ ଅଞ୍ଚଳରେ ଥିବା ସରକାରୀ ଗୋଚର ଜମିରେ ଚିଙ୍ଗୁଡି ଘେରି ନିର୍ମାଣ ପ୍ରସଙ୍ଗ ଗତ ୪ ମାସ ଧରି କୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ବାଲେଶ୍ୱର ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବାଉଁଶଆଡ଼ିଆ, ଉପରଆଡ଼ିଆ, ରାମତାଳିଆଡ଼ିଆ ଆଦି ସମୁଦ୍ର ଉପକୂଳ ଅଞ୍ଚଳରେ ଥିବା ଶହ ଶହ ଏକର ସରକାରୀ ଗୋଚର, ଅନାବାଦି ଜମି ଉପରେ ଚିଙ୍ଗୁଡି ମାଫିଆମାନେ ଜବରଦସ୍ତ ନିଜ ଅଧୀନକୁ ନେଇ ଚିଙ୍ଗୁଡ଼ିଘେରି କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଗୋରୁଗାଇ ଚରିବା ପାଇଁ କୌଣସି ସ୍ଥାନ ନାହିଁ। ଅନ୍ୟପକ୍ଷରେ ଚିଙ୍ଗୁଡି ମାଫିଆମାନେ ସମ୍ପୃକ୍ତ ଅଞ୍ଚଳରେ ଥିବା ସରକାରୀ ରାସ୍ତାକୁ ମଧ୍ୟ ନିଜ ଅଧୀନକୁ ନେଇ ତା’ ଉପରେ ପୋଖରୀ ଖୋଳି ଘେରି ନିର୍ମାଣ କରିପକାଇଛନ୍ତି। ଫଳରେ ଲୋକମାନେ ଯାତାୟାତ କରିବାରେ ସମସ୍ୟା ଭୋଗୁଛନ୍ତି। ଏନେଇ ଗ୍ରାମବାସୀ ଗୋଚର ଜମି ଓ ସରକାରୀ ଜମିକୁ ମୁକ୍ତ କରିବା ପାଇଁ ବାଲେଶ୍ୱର ଜିଲାପାଳ, ବାହାନଗା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସେ ଅଞ୍ଚଳର ରାଧାକୃଷ୍ଣ ଯୁବ ସଙ୍ଗଠନ ସଭାପତି ପ୍ରଶାନ୍ତ ବାରିକ ଗତ ଫେବୃୟାରୀରେ ହାଇକୋର୍ଟରେ ଡବ୍ଲ୍ୟୁ. ପି.ସି. ନମ୍ବର ଏକ ମାମଲା(ନଂ. ୭୫୭୪/୧୯) ରୁଜୁ କରିଥିଲେ। ଏହି ମାମଲାର ବିଚାର କରି ହାଇକୋର୍ଟ ବାଲେଶ୍ୱର ଜିଲାପାଳଙ୍କୁ ୩ ମାସ ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ଚଳିତବର୍ଷ ଜାନୁୟାରୀ ୨୧ତାରିଖରେ ଗ୍ରାମବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ସମୁଦ୍ର କୂଳରୁ ଅଳ୍ପ ଦୂରରୁ ବୋହିଯାଇଥିବା କୋଷ୍ଟ କେନାଲକୁ ବନ୍ଧ ପକାଇ ଚିଙ୍ଗୁଡି ଘେରି କରାଯାଇଛି। ସମୁଦ୍ରରୁ ଆସୁଥିବା ଜୁଆରପାଣି ଲୋକମାନଙ୍କ ଚାଷ ଜମିକୁ ପ୍ରବେଶ କରିବାରୁ ଚାଷ ନଷ୍ଟ ହେଉଛି। ଏଭଳି ବେଆଇନ କାର୍ଯ୍ୟ ବହୁ ଚିଙ୍ଗୁଡ଼ି ଘେରି ମାଲିକମାନେ କରୁଥିବାରୁ ବର୍ଷାଦିନେ ପ୍ରବଳ ବନ୍ୟା ହେଉଛି। ଏଥିପ୍ରତି ସ୍ଥାନୀୟ ଲୋକମାନେ ପ୍ରଶାସନଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସାମାଜିକ କର୍ମୀ ପ୍ରଶାନ୍ତ ବାରିକ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ରାସ୍ତାରେ ଠିଆ ହୋଇଥିଲା ଟ୍ରକ୍‌, ପଛରୁ ପିଟିଲା ଆଉ ଏକ ଟ୍ରକ୍‌, ଚାପିହୋଇଗଲେ ୩ ଜଣ

ସୋର,୬ା୪(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡ଼ା ମଡର୍ଣ୍ଣ ହୋଟେଲ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri