Posted inଖେଳ

ଗୋଆ ଠାରୁ ହାରି ଓଡ଼ିଶା ବିଦା

କଟକ ଅଫିସ,୧୩ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରୁ ଘରୋଇ ଓଡ଼ିଶା ଦଳ ବିଦାୟ ନେଇଛି। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୦-୨ ଗୋଲରେ ଗୋଆଠାରୁ ପରାସ୍ତ ହୋଇଛି। ଗୋଆ ପକ୍ଷରୁ ୨୧ତମ ମିନିଟରେ ଥାଇସ ମ୍ୟାରି ଓ ୮୦ତମ ମିନିଟରେ ଭିଏନା ଜୁଲିଆ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗ୍ରୁପ-ଇ’ରେ ସ୍ଥାନ ପାଇଥିବା ଓଡ଼ିଶା ଉତ୍ତରାଖଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଡ୍ର’ ରଖିଥିଲା। ପରାଜୟ ସହ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ବୁଧବାର ଅନୁଷ୍ଠିତ ଅନ୍ୟ ମ୍ୟାଚ୍‌ରେ ମଣିପୁର ୨-୦ ଗୋଲରେ ଦିଲ୍ଲୀକୁ, ମେଘାଳୟ ୭-୧ ଗୋଲରେ ଜମ୍ମୁ ଓ କାଶ୍ମିରୀକୁ, ଅରୁଣାଚଳ ପ୍ରଦେଶ ୪-୦ ଗୋଲରେ ହିମାଚଳପ୍ରଦେଶକୁ, ମିଜୋରାମ ୧୨-୦ ଗୋଲରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏକାଠି ନାମ ପଞ୍ଜୀକରଣ କରିଛନ୍ତି ପିତା-ପୁତ୍ର

ନୂଆଦିଲ୍ଲୀ,୨୫।୧୧: ୨୦୨୭ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ଖେଳାଳି ନିଲାମ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ସିଜିନ ପାଇଁ ଏହା ଏକ ‘ମିନି-ନିଲାମ’…

୨୦୩ ରନର ଧମାକା ପରେ ବଦଳିବ ବୈଭବଙ୍କ ଭାଗ୍ୟ: ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୨୫।୧୧: ଦୋହାରେ ଚାଲିଥିବା ରାଇଜିଂ ଷ୍ଟାର୍ସ ଏସିଆ କପରେ ମଙ୍ଗଳବାର ୟୁଏଇ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଦ୍ୱିଶତକ ପରେ କ୍ରିକେଟପ୍ରେମୀମାନେ ଆଶ୍ଚର୍ଯ୍ୟଚକିତ। ଗଳି ମୁଣ୍ଡରେ…

ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ଜିତିଲେ ବୈଭବ: କହିଲେ-ମୋ ମନରେ ସେମିତି କିଛି…

ନୂଆଦିଲ୍ଲୀ, ୨୫।୧୧: ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ମଙ୍ଗଳବାର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ୟୁଏଇ ବିପକ୍ଷରେ ୭ ଉଇକେଟ୍‌ରେ ଦମଦାର…

ବୈଭବଙ୍କ ଐତିହାସିକ ଦ୍ୱିଶତକ ପଛରେ ଯୁବରାଜଙ୍କ ହାତ: ୩୦ ମିନିଟ୍‌ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୫।୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଦ୍ୱିଶତକ ପଛରେ ରହିଛି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ…

ଦ୍ରୁତତମ ଦ୍ୱିଶତକ ହାସଲକାରୀ ଟପ୍‌-୫ ବ୍ୟାଟର: ତାଲିକାରେ ବୈଭବଙ୍କ ସ୍ଥାନ କେଉଁଠି? ଜାଣନ୍ତୁ…

ନୂଆଦିଲ୍ଲୀ, ୨୫।୧୧: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୫୨ଟି ବଲରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟରେ ଇତିହାସ ରଚିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ…

ଆଇସିସି ଟି-୨୦ ରାଙ୍କିଂରେ ବଡ଼ ପରିବର୍ତ୍ତନ: ପଛରେ ପଡ଼ିଗଲା ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ,୨୫।୧୧: ଆଇସିସି ଟି-୨୦ ରାଙ୍କିଂରେ ପୁଣି ଦେଖିବାକୁ ମିଳିଛି ଓଲଟପାଲଟ। ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡ ୮ ଉଇକେଟ୍‌ରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ପାକିସ୍ତାନ: ପୂର୍ବତନ ଅଧିନାୟକ କହିଲେ, ଏହା ଅସାଧାରଣ…

ନୂଆଦିଲ୍ଲୀ,୨୬।୧୧: ଭାରତର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂର ଚର୍ଚ୍ଚା ଏବେ କେବଳ ଭାରତରେ ସୀମିତ ନାହିଁ, ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌…

ଅବିଶ୍ୱସନୀୟ…ବୈଭବଙ୍କ ଇନିଂସ ଦେଖି ଆଶ୍ଚର୍ଯ୍ୟ ସୂର୍ଯ୍ୟକୁମାର, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୨୫।୧୧: କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ଏସିସି ରାଇଜିଂ ଷ୍ଟାର୍ସ ଏସିଆ କପ ୨୦୨୬ରେ ୟୁଏଇ-ଏ ବିପକ୍ଷରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?