‘ଗୋ ଗ୍ରୀନ୍‌’ ଅଭିଯାନ ଶୁଭାରମ୍ଭ: ନୂଆବର୍ଷରେ ବୃକ୍ଷ, ପୁସ୍ତକ, ସୂତା ବ୍ୟାଗ ଉପହାର ଦେଲା ବିଏମ୍‌ସି

ଭୁବନେଶ୍ୱର, ୨ା୧ (ବ୍ୟୁରୋ): ସ୍ବଚ୍ଛତା ଏବଂ ସବୁଜିମାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିକ ଗୁରୁତ୍ୱ ଦେଇଛି। ନୂଆବର୍ଷରେ ନୂଆ ଚିନ୍ତାଧାରାକୁ ଆପଣାଇଛି। ବୁଧବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ‘ଗୋ ଗ୍ରୀନ୍‌’ ଅଭିଯାନର ଶୁଭାରମ୍ଭ କରିବା ସହ ଭୁବନେଶ୍ୱରର ନାଗରିକଙ୍କୁ ନୂଆ ବର୍ଷରେ କିଛି ନୂଆ ପଦକ୍ଷେପ ସ୍ବରୂପ ବୃକ୍ଷ, ପୁସ୍ତକ ଓ ସୂତା ବ୍ୟାଗ ଦେଇ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍‌ ଲଗାଇ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବା ଲକ୍ଷ୍ୟ ନେଇ ବିଏମ୍‌ସି ଏହି ଅଭିଯାନ ଆରମ୍ଭ କରିଛି ବୋଲି ଚୌଧାରୀ କହିଛନ୍ତି। ସେ କହିଛନ୍ତି, ସହରରେ ବର୍ଜ୍ୟର ପରିମାଣ କମାଇବା ସହ ସବୁଜିମା ବୃଦ୍ଧି କରିବା ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ। ଦେଶର ଏକ ଅଗ୍ରଣୀ ସ୍ମାର୍ଟସିଟି ଭାବେ ଭୁବନେଶ୍ୱର ସ୍ବଚ୍ଛତା ଏବଂ ସାମାଜିକ ଅର୍ନ୍ତଭୁକ୍ତିକରଣକୁ ବିଏମ୍‌ସି ସଦା ସର୍ବଦା ବେଶ୍‌ ଗୁରୁତ୍ୱ ଦେଇ ଆସିଛି। ଏଥିପାଇଁ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି କମିଶନର।
ଏହି ଅବସରରେ ବିଏମ୍‌ସି ମୁଖ୍ୟାଳୟ ସମେତ ସହରର ୫ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ୨୨ଶହ ସୂତା ବ୍ୟାଗ୍‌, ହଜାରେ ପୁସ୍ତକ ଓ ୨୬ଶହ ବୃକ୍ଷ ବଣ୍ଟନ କରାଯାଇଥିଲା। ବିଏମ୍‌ସି ମୁଖ୍ୟାଳୟରେ ଉପହାର ନେଉଥିବା ଲୋକେ ପଲିଥିନ ବ୍ୟବହାର ନ କରିବା ପାଇଁ ଶପଥ ନେଇଥିଲେ। ବିଏମ୍‌ସିର ବହୁ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାବ୍ୟତୀତ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଅବସରରେ ଏକ ‘ମୁଁ ସଫେଇବାଲା ରଥ’ର ଶୁଭାରମ୍ଭ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବିଏମ୍‌ସି ପକ୍ଷରୁ ସହରରେ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଦୈନିକ ୮୦କିମି ରାସ୍ତାର ଯାନ୍ତ୍ରିକ ସଫେଇ, ଅନ୍ୟାନ୍ୟ ରାସ୍ତା ଓ ସ୍ଥାନର ସଫେଇ, ଆସୁଥିବା ଅଭିଯୋଗର ସାମଧାନ, ବିଜ୍ଞାନ ସମ୍ମତ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ କେନ୍ଦ୍ରଗୁଡିକର ନିର୍ମାଣ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗକୁ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେ ଥିବାରୁ ସ୍ବଚ୍ଛତା ପ୍ରତି ବିଏମ୍‌ସି ଅଧିକରୁ ଅଧିକ ଗୁରୁତ୍ୱ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ପୁଣି କଡ଼ା ଚେତାବନୀ ଦେଲା ଇରାନ

ତେହରାନ,୧୬।୭: ଇରାନର ଆହଭାଜ ସହରସ୍ଥିତ ଏକ କର୍କଟ ହସ୍ପିଟାଲକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି। ଆମେରିକାର ବିମାନ ଆକ୍ରମଣ ଯୋଗୁ କର୍ତ୍ତୃପକ୍ଷଙ୍କୁ କେମୋଥେରାପି ନେଉଥିବା ପିଲାମାନଙ୍କ ସମେତ…

ସରିଲା ରଥ ଟଣା, ଅଳ୍ପବାଟ ଗଡ଼ି ଅଟକିଲା ନନ୍ଦିଘୋଷ

ପୁରୀ,୬।୭: ଭକ୍ତି, ହର୍ଷଉଲ୍ଲାସ ପରିବେଶରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତୀଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସନ୍ଧ୍ୟା ପ୍ରାୟ ୫ଟାରେ ଶରଧାବାଲି ଅଭିମୁଖେ ପ୍ରଥମେ ଗଡ଼ିଥିଲା ତାଳଧ୍ବଜ ରଥ। ଘଣ୍ଟ, ଘଣ୍ଟା…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

ISROର ୧୦୦ ସାଇଣ୍ଟିଷ୍ଟ ଚାକିରି ଛାଡିବା ପରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୬।୭: ଭାରତ ସରକାର ISRO ବୈଜ୍ଞାନିକମାନଙ୍କ ପାଇଁ ଇସ୍ତଫା ଏବଂ ଅକାଳ ଅବସର ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛନ୍ତି। ଏକ ସରକାରୀ ନିର୍ଦ୍ଦେଶରେ ISROରେ ଗ୍ରୁପ A…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri