ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷଙ୍କ ପରଲୋକ

କଟକ ରୋଡ,୨୨।୨(ଡି.ଏନ୍‌.ଏ.): ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ ଅଧ୍ୟକ୍ଷ ଭଗତରାମ ଗୁପ୍ତାଙ୍କ ଶୁକ୍ରବାର ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। କିଛିଦିନ ପୂର୍ବେ ସେ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ଭୁବନେଶ୍ୱର କଟକରୋଡରେ ଥିବା ବାସଭବନକୁ ଅଣାଯାଇଥିଲା। ଭଗତରାମଙ୍କ ମୃତ୍ୟୁଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୃତ୍ୟୁବେଳକୁ ତାଙ୍କ ନିକଟରେ ୩ ପୁଅ ମନମୋହନ, ଜିତେନ୍ଦ୍ର ମୋହନ ଓ ବିନିତ ମୋହନ ଗୁପ୍ତା ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ୱାରରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ଲୋକ କହିଛନ୍ତି। ସୂଚନାଥାଉ କି, ଭଗତରାମ ରାଜସ୍ଥାନର ହନୁମାନଗଡ଼ ଜିଲା ସଙ୍ଗରିଆମଣ୍ଡିରେ ଜନ୍ମଗ୍ରହଣ କରିଥିଲେ। ସେ ଗୁପ୍ତା ପାଓ୍ବାର ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ର ଅଧ୍ୟକ୍ଷ ସହ ଶ୍ରୀରାମ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ଓ ପୂର୍ବରୁ ମାରଓ୍ବାଡି ସୋସାଇଟିର ସଭାପତି ଭାବେ କାର୍ଯ୍ୟ ତୁଲାଇଥିବା ଭଗତରାମଙ୍କ ଭାଇ ସୁବାସ ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri