ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ଏସ୍‌ପିଙ୍କଠାରୁ ସୁରକ୍ଷା ଲୋଡିଲେ ମୃତକଙ୍କ ପୁଅ

ବଲାଙ୍ଗୀର ଅଫିସ, ୧୭ା୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତର ଚିଟିକାମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ସୋମବାର ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ସନ୍ଦେହରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମଙ୍ଗଳବାର ମୃତ ଦମ୍ପତିଙ୍କ ପୁଅ ରମେଶ ବରିହା ଜିଲା ପୋଲିସ କାର୍ଯ୍ୟାଳୟକୁ ଆସି ଏସ୍‌ପି ମାଡକର ସନ୍ଦୀପ ସମ୍ପତ୍‌ଙ୍କୁ ଭେଟି ସୁରକ୍ଷା ପାଇଁ ଆକୁଳ ନିବେଦନ କରିଛନ୍ତି । ଏପରିକି ମୃତ ମାତାପିତାଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇବାକୁ ସେ ନିବେଦନ କରିଛନ୍ତି । ଅପପ୍ରଚାର ଓ ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ହତ୍ୟାକାରୀମାନେ ତାଙ୍କ ମାତାପିତାଙ୍କୁ ବୀଭତ୍ସଭାବେ ହତ୍ୟା କରି ତାଙ୍କ ପରିବାରକୁ ଛିନ୍‌ଭିନ୍‌ କରିଦେଇଛନ୍ତି ବୋଲି ସେ କହିଛନ୍ତି। ସୁରକ୍ଷା ଲୋଡିବା ପରେ ଏସପି ସମ୍ପତ୍‌ ରମେଶଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଇଛନ୍ତି । ପୋଲିସ ସୁରକ୍ଷା ଭିତରେ ଯାଇ ରମେଶ ମୃତ ମାତାପିତାଙ୍କ ଅନ୍ତିମ ସଂସ୍କାର କରିବେ ବୋଲି ସୂଚନା ମିଳିଛି।

ସୋମବାର ସକାଳୁ ଚିଟିକାମାଲ ଗାଁ ନିକଟ ପାହାଡରୁ ଚିନ୍ତାମଣି ବରିହା (୫୫) ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ବରିହା (୫୦)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ା ଗୁଣିଗାରେଡି ସନ୍ଦେହରେ କେତେକ ଲୋକ ମିଳିତ ଭାବେ ସେମାନଙ୍କୁ ହତ୍ୟା କରି ପାହାଡରେ ଫିଙ୍ଗି ଦେଇଥିତ୍ବା ଅନୁମାନ କରାଯାଉଛି ା ହତ୍ୟାକାଣ୍ଡକୁ ନେଇ ୪ ଜଣ ସନ୍ଦିଗ୍ଧଙ୍କୁ ଲରମ୍ଭା ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି । ଏବେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ତଦନ୍ତ ଜାରି ରହିଛି ବୋଲି ଏସ୍‌ପି ସମ୍ପତ୍‌ ସୂଚନା ଦେଇଛନ୍ତି ା ଗତ ଅଗଷ୍ଟ ମାସରେ ଚିଟିକାମାଲ ଗାଁରେ ଏକ ଶିଶୁମୃତ୍ୟୁ ହୋଇଥିଲା । ମୃତ ଶିଶୁ ପୋତା ଯାଇଥିତ୍ବା ସ୍ଥାନରେ କେହି ଗତ ଶୁକ୍ରବାର ସିନ୍ଦୂର, ଫୁଲ ପକାଇ ପୂଜାର୍ଚ୍ଚନା କରିଥିଲେ । ଏହାକୁ ନେଇ ଗାଁରେ ଗୁଣିଗାରେଡି ସନ୍ଦେହ କରାଯାଇଥିଲା । ଚିନ୍ତାମଣି ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ କେତେଜଣ ଗ୍ରାମବାସୀ ଡାହାଣୀ ଓ ଗୁଣିଗାରେଡି କରୁଥିତ୍ବା ସନ୍ଦେହ କରିଥିଲେ । ଏହାପରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ସେଠାକୁ ଚିନ୍ତାମଣି ଓ ରୁକ୍ମିଣୀଙ୍କୁ ଆସିବା ପାଇଁ ଗ୍ରାମବାସୀ ଡାକିଥିଲେ । ତେବେ ସେଠାକୁ ପ୍ରଥମେ ଚିନ୍ତାମଣି ନ ଯାଇ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ଏହାକୁ ନେଇ ଗାଁର କେତେଜଣ ଲୋକଙ୍କୁ ଥାନାକୁ ଡାକି ଚିନ୍ତାମଣି ଓ ରୁକ୍ମିଣୀଙ୍କ ଉପସ୍ଥିତିରେ ମିଳାମିଶା କରିଥିଲେ । ରବିବାର ସକାଳ ପ୍ରାୟ ୮ଟାରେ ଚିନ୍ତାମଣି ତାଙ୍କ ପୁଅ ରମେଶଙ୍କୁ ଫୋନ୍‌ କରି ଗାଁରେ ଏକ ବୈଠକ ବସୁଥିବା ସୂଚନା ଦେଇ ତାଙ୍କୁ ସେଠାକୁ ଡାକିଥିବା ସମ୍ପର୍କରେ କହିଥିଲେ । ଏହାର କିଛି ସମୟ ପରେ ରମେଶ ତାଙ୍କ ପିତାଙ୍କୁ ଫୋନ୍‌ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଜ୍‌ ଅଫ୍‌ ଥିତ୍ବା ଜାଣିବାକୁ ପାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri