ବ୍ରହ୍ମପୁର ଅଫିସ,୧୫ା୧୧- ଗୁଟ୍ଖା ଓ ନିକୋଟିନଯୁକ୍ତ ତମାଖୁ ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିବାର ପ୍ରାୟ ୭ ବର୍ଷ ହୋଇଗଲାଣି। ଏବେସୁଦ୍ଧା ଗୁଟ୍ଖା ବଜାରରେ ଖୋଲାଖୋଲି ଉପଲବ୍ଧ ହେଉଛି। ଏହାକୁ ରୋକିବାକୁ ଯେପରି କେହି ଉଦ୍ୟମ କରୁନାହାନ୍ତି। ଆମ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗ ସମେତ ବହୁ ମାରାତ୍ମକ ବ୍ୟାଧି ଗୁଟ୍ଖା ସେବନ ଯୋଗୁ ବଢୁଥିବାରୁ ଏହାକୁ ତମାଖୁ ମୁକ୍ତ ରାଜ୍ୟ କରିବା ଉଦ୍ଦେଶ୍ୟରେ ସେତେବେଳେ ନିଷେଧ୍ୟାଦେଶ ଜାରି କରାଯାଇଥିଲା। ପୂର୍ବରୁ ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରି ଉପରେ ସରକାର ଟିକସ ଧାର୍ଯ୍ୟ କରିଥିଲେ। ହେଲେ ୨୦୧୩ ଜାନୁୟାରୀରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଗୁଟ୍ଖା ଓ ନିକୋଟିନଯୁକ୍ତ ପାନମସଲା ପ୍ରସ୍ତୁତି, ବିକ୍ରୟ, ବିପଣନ ଓ ସେବନ ଉପରେ କଟକଣା ଥିଲା। ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ସ (ପ୍ରୋହିବିଶନ ଆଣ୍ଡ ରେଜିଷ୍ଟ୍ରେସନ ଅନ ସେଲ୍ସ) ରେଗୁଲେଶନ ଆଧାରରେ ସରକାର ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ଆଇନ ଲାଗୁ କରିଥିଲେ। ଗୋଟିଏ ପଟେ ରାଜ୍ୟ ସରକାର ଏ ବାବଦରେ ପାଉଥିବା କୋଟି କୋଟି ଟଙ୍କାର ଟିକସ ହରାଇଥିଲେ। ଅନ୍ୟପଟେ ଆଶା କରାଯାଉଥିଲା ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ହେଲେ ଏବେ ବ୍ରହ୍ମପୁର ଓ ଏହାର ସହରତଳି ଅଞ୍ଚଳରେ ବେଆଇନ ଭାବେ ଗୁଟ୍ଖା ପ୍ରସ୍ତୁତି ହୋଇ ଜିଲା ତଥା ଅନ୍ୟ ରାଜ୍ୟକୁ ଏହା ବିକ୍ରି ପାଇଁ ଚାଲାଣ ହେଉଥିବା ନଜିର ରହିଛି। ନିକଟରେ ବ୍ରହ୍ମପୁର ରେଳଷ୍ଟେଶନରୁ ସରକାରୀ ରେଳବାଇ ପୋଲିସ ବିପୁଳ ପରିମାଣର ଗୁଟ୍ଖା ଜବତ କରିଥିଲା। ଏପରିକି ବିଗତ ଦିନଗୁଡିକରେ ବଡବଜାର, ଗୋଷାଣୀନୂଆଗଁା ବୈଦ୍ୟନାଥପୁର ପୋଲିସ ଓ ସଦରଥାନା ପକ୍ଷରୁ କୋଟି କୋଟି ଟଙ୍କାର ଗୁଟ୍ଖା ଜବତ ହେବା ସହ ବହୁ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସତ୍ତ୍ବେ ମଧ୍ୟ ଏବେ ଜିଲାରେ ଅବାଧରେ ଗୁଟ୍ଖା ବିକ୍ରି ଚାଲିଛି। ଅନ୍ୟପଟେ ଜିଲାରେ ପ୍ରାୟ ୨ ବର୍ଷ ହେଲା ସ୍ଥାୟୀ ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ସେପଟେ ବେଳେ ବେଳେ ପୋଲିସ ଗୁଟ୍ଖା ପ୍ରସ୍ତୁତି କାରଖାନାରେ ଚଢାଉ କରି ତାଙ୍କ କାମ ସାରି ଚୁପ୍ ହୋଇ ରହୁଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ପାଣିଗ୍ରାହୀ କୁହନ୍ତି, ଜିଲାରେ ୨୦୧୮ରୁ ସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ଏ ନେଇ ଆମେ ରାଜ୍ୟ ସରକାରଙ୍କୁ ୩/୪ ଥର ଚିଠି ଲେଖିଛୁ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ହେଲା ଗଜପତି ଜିଲାରେ ଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କୁ ଗଞ୍ଜାମ ଜିଲା ଅସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ଭାବେ ନିଯୁକ୍ତି ମିଳିଛି ବୋଲି ସିଡ଼ିଏମ୍ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ଏସ୍ଡ଼ିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି, ପୋଲିସ ଗୁଟ୍ଖା ବେପାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି। ଖବର ପାଇବା ମାତ୍ରେ ସେଠାରେ ଚଢାଉ ସହ ଗୁଟ୍ଖା ଜବତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଗୁଟ୍ଖା ନିଷେଧ ଆଇନ ଧର୍ମକୁ ଆଖିଠାର: ଗଜପତି ଖାଦ୍ୟ ନିରାପତ୍ତା ଅଧିକାରୀ ଗଞ୍ଜାମ ଦାୟିତ୍ୱରେ
Posted inଆମ ଜିଲା ଖବର, ଗଞ୍ଜାମ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


