ବ୍ରହ୍ମପୁର ଅଫିସ,୧୫ା୧୧- ଗୁଟ୍ଖା ଓ ନିକୋଟିନଯୁକ୍ତ ତମାଖୁ ବ୍ୟବହାର, ବିପଣନ ଆଦି ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କରିବାର ପ୍ରାୟ ୭ ବର୍ଷ ହୋଇଗଲାଣି। ଏବେସୁଦ୍ଧା ଗୁଟ୍ଖା ବଜାରରେ ଖୋଲାଖୋଲି ଉପଲବ୍ଧ ହେଉଛି। ଏହାକୁ ରୋକିବାକୁ ଯେପରି କେହି ଉଦ୍ୟମ କରୁନାହାନ୍ତି। ଆମ ରାଜ୍ୟରେ ମୁଖଗହ୍ବର କର୍କଟ ରୋଗ ସମେତ ବହୁ ମାରାତ୍ମକ ବ୍ୟାଧି ଗୁଟ୍ଖା ସେବନ ଯୋଗୁ ବଢୁଥିବାରୁ ଏହାକୁ ତମାଖୁ ମୁକ୍ତ ରାଜ୍ୟ କରିବା ଉଦ୍ଦେଶ୍ୟରେ ସେତେବେଳେ ନିଷେଧ୍ୟାଦେଶ ଜାରି କରାଯାଇଥିଲା। ପୂର୍ବରୁ ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରି ଉପରେ ସରକାର ଟିକସ ଧାର୍ଯ୍ୟ କରିଥିଲେ। ହେଲେ ୨୦୧୩ ଜାନୁୟାରୀରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଗୁଟ୍ଖା ଓ ନିକୋଟିନଯୁକ୍ତ ପାନମସଲା ପ୍ରସ୍ତୁତି, ବିକ୍ରୟ, ବିପଣନ ଓ ସେବନ ଉପରେ କଟକଣା ଥିଲା। ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ସ (ପ୍ରୋହିବିଶନ ଆଣ୍ଡ ରେଜିଷ୍ଟ୍ରେସନ ଅନ ସେଲ୍ସ) ରେଗୁଲେଶନ ଆଧାରରେ ସରକାର ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏଭଳି ଆଇନ ଲାଗୁ କରିଥିଲେ। ଗୋଟିଏ ପଟେ ରାଜ୍ୟ ସରକାର ଏ ବାବଦରେ ପାଉଥିବା କୋଟି କୋଟି ଟଙ୍କାର ଟିକସ ହରାଇଥିଲେ। ଅନ୍ୟପଟେ ଆଶା କରାଯାଉଥିଲା ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ। ହେଲେ ଏବେ ବ୍ରହ୍ମପୁର ଓ ଏହାର ସହରତଳି ଅଞ୍ଚଳରେ ବେଆଇନ ଭାବେ ଗୁଟ୍ଖା ପ୍ରସ୍ତୁତି ହୋଇ ଜିଲା ତଥା ଅନ୍ୟ ରାଜ୍ୟକୁ ଏହା ବିକ୍ରି ପାଇଁ ଚାଲାଣ ହେଉଥିବା ନଜିର ରହିଛି। ନିକଟରେ ବ୍ରହ୍ମପୁର ରେଳଷ୍ଟେଶନରୁ ସରକାରୀ ରେଳବାଇ ପୋଲିସ ବିପୁଳ ପରିମାଣର ଗୁଟ୍ଖା ଜବତ କରିଥିଲା। ଏପରିକି ବିଗତ ଦିନଗୁଡିକରେ ବଡବଜାର, ଗୋଷାଣୀନୂଆଗଁା ବୈଦ୍ୟନାଥପୁର ପୋଲିସ ଓ ସଦରଥାନା ପକ୍ଷରୁ କୋଟି କୋଟି ଟଙ୍କାର ଗୁଟ୍ଖା ଜବତ ହେବା ସହ ବହୁ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସତ୍ତ୍ବେ ମଧ୍ୟ ଏବେ ଜିଲାରେ ଅବାଧରେ ଗୁଟ୍ଖା ବିକ୍ରି ଚାଲିଛି। ଅନ୍ୟପଟେ ଜିଲାରେ ପ୍ରାୟ ୨ ବର୍ଷ ହେଲା ସ୍ଥାୟୀ ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ସେପଟେ ବେଳେ ବେଳେ ପୋଲିସ ଗୁଟ୍ଖା ପ୍ରସ୍ତୁତି କାରଖାନାରେ ଚଢାଉ କରି ତାଙ୍କ କାମ ସାରି ଚୁପ୍ ହୋଇ ରହୁଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିଜୟ କୁମାର ପାଣିଗ୍ରାହୀ କୁହନ୍ତି, ଜିଲାରେ ୨୦୧୮ରୁ ସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ନାହାନ୍ତି। ଏ ନେଇ ଆମେ ରାଜ୍ୟ ସରକାରଙ୍କୁ ୩/୪ ଥର ଚିଠି ଲେଖିଛୁ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛିଦିନ ହେଲା ଗଜପତି ଜିଲାରେ ଥିବା ଖାଦ୍ୟ ନିରାପତ୍ତା ଅଧିକାରୀ ସ୍ମିତା ଖାଡ଼ଙ୍ଗାଙ୍କୁ ଗଞ୍ଜାମ ଜିଲା ଅସ୍ଥାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ଭାବେ ନିଯୁକ୍ତି ମିଳିଛି ବୋଲି ସିଡ଼ିଏମ୍ଓ ପାଣିଗ୍ରାହୀ କହିଛନ୍ତି। ବ୍ରହ୍ମପୁର ଏସ୍ଡ଼ିପିଓ ବିଷ୍ଣୁପ୍ରସାଦ ପତି କହିଛନ୍ତି, ପୋଲିସ ଗୁଟ୍ଖା ବେପାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି। ଖବର ପାଇବା ମାତ୍ରେ ସେଠାରେ ଚଢାଉ ସହ ଗୁଟ୍ଖା ଜବତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଗୁଟ୍ଖା ନିଷେଧ ଆଇନ ଧର୍ମକୁ ଆଖିଠାର: ଗଜପତି ଖାଦ୍ୟ ନିରାପତ୍ତା ଅଧିକାରୀ ଗଞ୍ଜାମ ଦାୟିତ୍ୱରେ
Posted inଆମ ଜିଲା ଖବର, ଗଞ୍ଜାମ View All
ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…
ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…
ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍
ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…
ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…
ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ
କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ ଧରିତ୍ରୀରେ ଖବର ପ୍ରକାଶ…
ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…
ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…
ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…
ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…
ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…
ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…
Archives

