ଗୁଜୁରାଟରେ ଫସିଛନ୍ତି ବରଗଡ଼ର ୨୮ଶ୍ରମିକ

ବରଗଡ଼ ଅଫିସ୍‌,୬।୪: ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇ କିଛି ରୋଜଗାର ଆଶା ରଖିଥିଲେ । ମାତ୍ର ଲକ୍‌ ଡାଉନ୍‌ ନୁହେଁ, ସଟ୍‌ ଡାଉନ କଟକଣା ଲାଗୁ ହେବାରୁ ଗୁଜୁରାଟର ଜାମନଗର ଦାରେଦ୍‌ ଅଞ୍ଚଳରେ ବରଗଡ଼ ଜିଲାର ଶ୍ରମିକମାନେ ଫସି ରହି ଦୁର୍ବିସହ ଜୀବନ ଅତିବାହିତ କରୁଥିବା ସୂଚନା ମିଳିଛି । ସେମାନଙ୍କ ପାଖକୁ ସେଠାକାର ପ୍ରଶାସନ ପକ୍ଷରୁ କିଛି ସହାୟତା ପହଞ୍ଚି ନଥିବା ଯୋଗୁ ସେମାନେ ଭୋକ, ଉପାସରେ ଦିନ କାଟୁଛନ୍ତି । ସୂଚନା ଅନୁଯାୟୀ ବରଗଡ଼ ଜିଲା ବରିକେଲ ଅଞ୍ଚଳର ୨୮ଜଣ ଶ୍ରମିକ କିଛିମାସ ଆଗରୁ ଗୁଜୁରାଟକୁ କର୍ମ ଅନ୍ବେଷଣରେ ଯାଇଥିଲେ। ସେଠାକାର ଜାମନଗର ଦାରେଦ୍‌ ଅଞ୍ଚଳରେ ରହିଥିବା ଏକ କନଷ୍ଟ୍ରକ୍ସନ କମ୍ପାନୀ ଜୟ ଜଲାରାମ ଏକ୍ସଟ୍ରୁଶନ ଅଧିନରେ ସେମାନେ କାମ କରୁଥିଲେ । ଲକଡାଉନ ପରେ ସେଠାରେ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଯାହା ରୋଜଗାର କରିଥିଲେ, ତାହା ମଧ୍ୟ ସରି ଯାଇଥିବା ଶ୍ରମିକମାନେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ସେମାନେ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠାରେ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି । ଫଳରେ ସେମାନେ ଆଦୌ ଘରକୁ ବାହାରି ପାରୁ ନାହାନ୍ତି । ଏ ନେଇ ଶ୍ରମିକମାନେ ସୋସିଆଲ ମିଡ଼ିଆରେ ଜଣାଇବା ପରେ ତାହା ବରଗଡ଼ର ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ନଜରକୁ ଆସିଥିଲା । ଏହାପରେ ସାମାଜିକ କର୍ମୀ ସାହୁ ସେମାନଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦେବା ପାଇଁ ରବିବାର ଗୁଜୁରାଟର ପ୍ରଶାସନ ସହିତ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରି ବିହିତ ପଦକ୍ଷେପ ନିବେଦନ କରିଥିବା କହିଛନ୍ତି । ସେମାନେ ଯେଭଳି ରାଶନ ସାମଗ୍ରୀ ପାଇ ପାରିବେ, ସେ ନେଇ ଗୁଜୁରାଟ ସରକାର, ପ୍ରଶାସନ ସହିତ ତାଙ୍କ ଯୋଗାଯୋଗ ଜାରି ରହିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri