ଗୁଗଲ୍‌ ଟ୍ରାନ୍ସଲେଟରରେ ‘ଓଡ଼ିଆ’ ଭାଷା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ବହୁଦିନର ପ୍ରତୀକ୍ଷା ପରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ସାମିଲ ହୋଇଛି ଓଡ଼ିଆ ଭାଷା। ବିଶ୍ୱର ସର୍ବାଧିକ ଲୋକପ୍ରିୟ ସର୍ଚ୍ଚଇଞ୍ଜିନ୍‌ ଗୁଗଲ୍‌ର ଅନୁବାଦ ବିଭାଗରେ ୫ ନୂଆ ଭାଷାକୁ ସାମିଲ କରାଯାଇଥିବା ବେଳେ ଏଥିରେ ଓଡ଼ିଆ ମଧ୍ୟ ରହିଛି। ଗତ ୪ବର୍ଷ ମଧ୍ୟରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ କୌଣସି ନୂଆ ଭାଷାକୁ ଯୋଡ଼ା ଯାଇ ନ ଥିବାବେଳେ ଏବେ ଓଡ଼ିଆ ସମେତ କିନ୍ୟାରୱାଣ୍ଡା, ଟାଟାର, ତୁର୍କମେନ୍‌ ଏବଂ ଉଇଘୁରକୁ ସାମିଲ କରାଯାଇଛି। ଏହି ଭାଷାଗୁଡ଼ିକ ବିଶ୍ୱର ୭୫ ମିଲିଅନ୍‌ ଅର୍ଥାତ୍‌ ୭.୫କୋଟି ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଗୁଗଲ୍‌ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ନୂତନ ଭାଷା ଯୋଡ଼ାଯିବା ପରେ ଗୁଗଲ୍‌ ଟ୍ରାନ୍ସଲେଟର୍‌ ଭାଷା ସଂଖ୍ୟା ଏବେ ୧୦୮ରେ ପହଞ୍ଚିଛି। ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ଓଡ଼ିଆ ଯୋଡ଼ିହେବା ଦ୍ୱାରା ଇଂଲିଶରୁ ହିନ୍ଦୀ, ବଙ୍ଗଳା, ତାମିଲ ଏବଂ ଅନ୍ୟ ଭାରତୀୟ ଭାଷାକୁ ଅନୁବାଦ ଭଳି ଓଡ଼ିଆରେ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ। ବର୍ତ୍ତମାନ ଏହାକୁ ନେଇ ପରୀକ୍ଷା ନିରୀକ୍ଷା ଜାରି ରହିଥିବାରୁ ଆଗାମୀ କିଛିଦିନରେ ଏହା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ। ତେବେ ‘ବେଟା ଭର୍ସନ୍‌’ ଆସିଥିବାରୁ ସମସ୍ତ ଭାଷାରେ ବ୍ୟବହାରକାରୀ ଟ୍ରାନ୍ସଲେଶନ୍‌ ବ୍ୟବସ୍ଥାର ସୁଯୋଗ ନେଇପାରିବେ। ସେହିଭଳି ସମସ୍ତ ଭାଷା ଟେକ୍ସଟ୍‌ ଏବଂ ଓ୍ବେବ୍‌ସାଇଟ୍‌ ଟ୍ରାନ୍ସଲେଶନକୁ ସପୋର୍ଟ କରୁଥିବାବେଳେ ବର୍ତ୍ତମାନ କେବଳ କିନ୍ୟାରୱାଣ୍ଡା, ଟାଟାର ଏବଂ ଉଇଘୁର୍‌ ଭାଷା ପାଇଁ ଭର୍ଚୁଆଲ୍‌ କି-ବୋର୍ଡ ଇନ୍‌ପୁଟ୍‌ ବ୍ୟବସ୍ଥା ରହିଛି। ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଥିବାବେଳେ ଏହା ଓଡ଼ିଶା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବ୍ୟବହୃତ ହୋଇଥାଏ। ହେଲେ ବ୍ୟାପକ ୱେବ୍‌ କଣ୍ଟେଣ୍ଟର ଅଭାବ ଯୋଗୁ ଓଡ଼ିଆକୁ ଗୁଗଲ୍‌ ଟ୍ରାନ୍ସଲେଟର୍‌ରେ ସାମିଲ କରିବାରେ ବିଳମ୍ବ ହେଉଥିଲା। ଗୁଗଲ୍‌ର ମେଶିନ୍‌ ଲର୍ନିଂ ଟେକ୍ନୋଲୋଜି ସହାୟତାରେ ଏବଂ ଗୁଗଲ ଟ୍ରାନ୍ସଲେଟ୍‌ କମ୍ୟୁନିଟିର ଉଦ୍ୟମ ଯୋଗୁ ଏହା ସମ୍ଭବ ହୋଇପାରିଥିବା ଗୁଗଲ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri