ଗୀତରେ କରୋନା ସଚେତନତା କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ୍‌,୧।୪-ଘାତକ କରୋନା ଭୂତାଣୁ ସଂକ୍ରମଣ ଏବେ ବିଶ୍ୱବ୍ୟାପୀ ଚିନ୍ତା ପାଲଟିଛି । ଏହାକୁ ପ୍ରତିହତ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ପାରି ନଥିବା ଯୋଗୁ କରୋନାକୁ ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି । ଏହି ଲକ୍‌ ଡାଉନ୍‌କୁ ସଫଳ କରିବା ତଥା କରୋନା ମୁକାବିଲା ସଚେତନତା ପାଇଁ ବରଗଡ଼ ପୋଲିସ ପକ୍ଷରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଜିଲା ପୋଲିସ ପକ୍ଷରୁ ଗୀତ ମାଧ୍ୟମରେ ସଚେତନତା କରାଯାଉଛି । ପୋଲିସ୍‌ ଏକ ସମ୍ବଲପୁରୀ ଗୀତ ଆସ ଆମେ ସଚେତନ ହେମା, ଆସ ହୋ କରୋନା କେ ଭଗେଇ ଦେମା… ରେକର୍ଡ଼ିଂ କରିଛି । ଗୀତକୁ କୁଚିଣ୍ଡା ଡିଏସପି ରାଜକିଶୋର ମିଶ୍ର ଲେଖିଥିବାବେଳେ ବରଗଡ଼ର ଟ୍ରାଫିକ କନଷ୍ଟେବଳ ବୃନ୍ଦାବତୀ ସାହୁ କଣ୍ଠଦାନ କରିଛନ୍ତି । ସେହିପରି ଅନ୍ୟ ଏକ ହିନ୍ଦୀ ଗୀତ ମେରେ ବେହେନୋ ଭାଇ ସବ୍‌କୋ ହେ ନିବେଦନ୍‌, ଇସ୍‌ କରୋନା କୋ ଦୁନିଆଁ ସେ ହଟାନା ହେ ରେକର୍ଡ଼ିଂ କରାଯାଇଛି । ସ୍ଥାନୀୟ ଆର୍‌.ଆର୍‌ ଷ୍ଟୁଡ଼ିଓରେ ଏହି ଗୀତଟି ରେକର୍ଡ଼ିଂ ହୋଇଛି । ଗୀତ ରେକର୍ଡ଼ିଂ ସମୟରେ ଅତିରିକ୍ତ ଏସପି ଅମରେନ୍ଦ୍ର ରଣା, ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗୀତ ଦୁଇଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହେବା ପରେ କରୋନା ସଚେତନତା ପାଇଁ ବରଗଡ଼ ପୋଲିସର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri