ଗୀତ,ଅଭିନୟରେ ସଚେତନତା ସୃଷ୍ଟି କଲେ ପଶ୍ଚିମ ଓଡ଼ିଶା କଳାକାର

ସମ୍ବଲପୁର, ୩୦ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ପଶ୍ଚିମ ଓଡିଶାର କଳାକାରମାନେ। ସେମାନଙ୍କ ଏପରି ପ୍ରୟାସ ଯୋଗୁ ଏକ ଭିଡିଓ ‘ହୁସୁଥିଲା ଫେର ହସୁଥିବ ଇଣ୍ଡିଆ’ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । କଳାକାରଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସପନରେ ଆସୁଛି ନୂଅଁା ସକାଳ, ସହର ଗଳିଥି ସବୁଆଡେ ଆସିବ ଖୁସି, ଭୋକ ଓ ଉପାସରେ କେହି ରହିବେ ନାହିଁ। କିଛି ସମୟ ଧର୍ଯ୍ୟ ସହ ଆମକୁ ରହିବାକୁ ହେବ । ସଚେତନ ହୋଇ କଟକଣା ପାଳନ କଲେ କରେନା ହାରିଯିବ । ପୁଣି ସେଇ ସକାଳ ପ୍ରକୃତିର ସୌନ୍ଦର୍ଯ୍ୟ ଆସିବ । ଯେଭଳି ଭାବେ ଆମ ହସ ଖୁସିର ଦୁନିଆ ରହୁଥିଲା ପରିବେଶ ଚମକି ଉଠୁଥଲା ସେଭଳି ଭାବେ ପୁଣି ଚମକି ଉଠିବ । ପୁଣି ଇଣ୍ଡିଆ ହସି ଉଠିବ ବୋଲି ଗୀତରେ ବର୍ଣ୍ଣନା କରାଯାଇଛି। ଏହି ଭିଡିଓ ଜନସାଧାରଣଙ୍କ ମନୋବଳକୁ ଦୃଢ଼ କରିବାରେ ସହାୟକ ହୋଇଛି । ଉକ୍ତ ଭିଡିଓରେ ସମଲେଇ ମନ୍ଦିର, ଶୀଳତଷଷ୍ଠୀ ଯାତ୍ରା, ରଥ ଯାତ୍ରା, ସମ୍ବଲପୁରୀ ନୃତ୍ୟ, ଓଡ଼ିଶୀ ନୃତ୍ୟ, ବିଭିନ୍ନ ଆଞ୍ଚଳିକ ଓ ପାରମ୍ପରିକ ନାଚ ଗୀତ, ପୋଲିସ କର୍ମଚାରୀଙ୍କ ଏବଂ ସ୍ବାସ୍ଥ୍ୟକର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଦୃଶ୍ୟ ସ୍ଥାନିତ ହୋଇଛି । କମ୍ପୋଜର ଓ କଣ୍ଠଦାନ କରିଛନ୍ତି ମଣ୍ଟୁ ଛୁରିଆ। ଗୀତ ରଚନା ଅମୂଲ୍ୟ ଡନସେନା କରିଥିବା ବେଳେ ମ୍ୟୁଜିକ୍‌ ଦେଇଛନ୍ତି ରେହାନ କମଳ ା ଏହାର ଭିଡିଓ ପ୍ରସ୍ତୁତ କରିଛନ୍ତି ବିଶ୍ୱଜିତ୍‌ ସମାଲ, ସୁବୋଧ ମହାରଣା। ଏଥିରେ ଅଭିନୟ କରିଛନ୍ତି ପଦ୍ମଶ୍ରୀ କବି ହଳଧର ନାଗ, ଯୁବ ହାସ୍ୟ ଅଭିନେତା ଯୋଗେଶ ଯୋଯୋ, ବିନ୍ଦୁ, ପଙ୍କଜ ଜାଲ, ଭାରତ ଗୌରବ, ପଦ୍ମିନୀ ଡୋରା, ଉମାକାନ୍ତ ବାରିକ, ଶାନ୍ତ୍ୱନୁ ସାହୁ, ଶୀତଳ ସାହୁ,ସର୍ବେଶ୍ୱର ଭୋଇ ପ୍ରମୁଖ ।
ଏ ସମ୍ପର୍କରେ ହଳଧର କହିଛନ୍ତି, ଭୂତାଣ ଜନିତ ରୋଗ ସଂକ୍ରମଣ ହେବା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ହୋଇଛି । ସରକାର ଏହାର ମୁକାବିଲା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମର ମଧ୍ୟ କିଛି କର୍ତ୍ତବ୍ୟ ରହିଛି । କବି, କଳାକାରମାନଙ୍କୁ ମଧ୍ୟ ଅନେକ ଲୋକ ବିଶ୍ୱାସ ଓ ଅନୁକରଣ କରିଥାନ୍ତି । ତେଣୁ ଏକ ଗୀତ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଇଛି। କରୋନା ମୁକାବିଲା ପାଇଁ କାମ କରୁଥିବା କର୍ମଚାରୀମାନଙ୍କ ମନୋବଳ ବଢାଇବା ଆମର ଲକ୍ଷ୍ୟ ରହିଛି । ସାମାଜିକ ଦୂରତ୍ୱ ମାନିବା, ମାସ୍କ ପିନ୍ଧିବା ଓ ସରକାର ଦେଇଥିବା ଲକ୍‌ଡାଉନ ମିଆଦୀ ପୂରଣ କଲେ କରୋନାକୁ ଜିତି ହେବ । ନିଜେ ବଞ୍ଚିବା, ଦେଶକୁ ବଞ୍ଚାଇବା ଆମର ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri