ବ୍ରହ୍ମପୁର ଅଫିସ,୧ା୮-ଟାଟା କମ୍ପାନୀ ଅଭିଯୋଗରେ ପୋଲିସ ଗିରଫ କରି ବିଚାର ବିଭାଗ ହାଜତକୁ ପଠାଇଥିବା ବିସ୍ଥାପିତ ପରିବାରର ୭୮ ଜଣଙ୍କୁ ଅବିଳମ୍ବେ ବିନା ସର୍ତ୍ତରେ ଖଲାସ କରିବାକୁ ଗଞ୍ଜାମ ଜିଲା ଭାଜପା ଦାବି କରିଛି। ନଚେତ୍ ଏହାର ପ୍ରତିବାଦରେ ଆନ୍ଦୋଳନ ଚେତାବନୀ ଦିଆଯାଇଛି।
ବୁଧବାର ଜିଲା ସଭାପତି କାହ୍ନୁ ଚରଣ ପତି କହିଛନ୍ତି, ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନଁାରେ ଟାଟା କମ୍ପାନୀ ଛତ୍ରପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସାଢ଼େ ୩ ହଜାର ଏକର ଜମି କମ୍ ମୂଲ୍ୟରେ ଅଧିଗ୍ରହଣ କରିଛି ।
ସେତେବେଳେ ରାଜ୍ୟର ତତ୍କାଳୀନ କଂଗ୍ରେସ ସରକାର କମ୍ପାନୀକୁ ସମସ୍ତ ଅନୁକମ୍ପା ଦେଇଥିଲା। ଘରୋଇ ଜମି ନ ଛାଡ଼ିବା ପାଇଁ ଆନ୍ଦୋଳନ ଚଳାଇଥିବା ମାଲିକମାନଙ୍କୁ ଭୟଭୀତ କରି ଜବରଦସ୍ତ ନିଆଯାଇଥିଲା। ୧୯୯୬ରୁ ଜମି ଦଖଲ ପ୍ରକ୍ରିୟା ଆରମ୍ଭ କରିବାର ଏବେ ୨୩ ବର୍ଷ ବିତିିଛି। ତେବେ ଇସ୍ପାତ କାରଖାନା ପ୍ରତିଷ୍ଠା କରା ନ ଯାଇ ଅଧିକୃତ ଜମି ପଡ଼ିଆ ରଖାଯାଇଛି ।
ଭାଜପା ଜିଲା ସଭାପତି ଆହୁରି କହିଛନ୍ତି, ଜମି ଦଖଲ ପାଇଁ ପୋଲିସ ଓ ପ୍ରଶାସନିକ କଳର ସହାୟତାରେ ଶହ ଶହ ପରିବାରକୁ ବିସ୍ଥାପିତ କରାଯାଇଥିଲା। ସେହି ପରିବାର ପିଲାଙ୍କୁ ଚାକିରି ଦିଆଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ ା କେନ୍ଦ୍ର ସରକାରଙ୍କ ନିୟମ ପ୍ରକାରେ ଜମି ଦଖଲର ୧୦ ବର୍ଷକ ମଧ୍ୟରେ ଶିଳ୍ପ ପ୍ରତିଷ୍ଠା ନ କଲେ ବିସ୍ଥାପିତଙ୍କୁ ସେହି ଜମି ଫେରସ୍ତ କରୁନାହିଁ।
ସୂଚନାଯୋଗ୍ୟ, ଛତ୍ରପୁର ଓ ଗୋପାଳପୁର ଅଞ୍ଚଳର ଶହ ଶହ ଏକର ଜମିରେ ହୋଇଥିବା କିଆଫୁଲ ଚାଷ ଟାଟା କମ୍ପାନୀ ଦ୍ୱାରା ନଷ୍ଟ ହୋଇଛି । ଫଳରେ କେବଳ କିଆ ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏବଂ ଶ୍ରମିକମାନଙ୍କ ଅର୍ଥନୈତିକ ସ୍ଥିତି ଦୁଇ ଦଶନ୍ଧି ହେବ ବିଗାଡ଼ି ଦେଇଛି । ତେଣୁ ଦିନକୁ ଦିନ ଅସନ୍ତୋଷ ବଢ଼ି ଚାଲିଛି। ବିସ୍ଥାପିତଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅନେକ ଆନ୍ଦୋଳନ ହୋଇଛି। ବିଭିନ୍ନ ମହଲରୁ ଜମି ଫେରସ୍ତ ଦାବି ଜୋରଦାର ହେବାରୁ ଭୂଅଁା ବୁଲାଇବା ପାଇଁ ଅଳ୍ପ କେତେକ ଜମିରେ କମ୍ପାନୀ ଶିଳ୍ପାଞ୍ଚଳ ପାର୍କ ନିର୍ମାଣ କରୁଛି । ତାହା ମଧ୍ୟ ଏବେ ଅସମ୍ପୂର୍ଣ୍ଣ ରହିଛି । ତେଣୁ ଜମି ଫେରାଅ ନ ଚେତ ବିସ୍ଥାପିତଙ୍କୁ ନିଯୁକ୍ତି ଦାବି ନେଇ ଆନ୍ଦୋଳନ ଏବେ ତୀବ୍ର ହୋଇଛି । ଏହାକୁ ଦମନ କରିବା ପାଇଁ ଆନ୍ଦୋଳନକାରୀଙ୍କ ବିରୋଧରେ କମ୍ପାନୀ କର୍ତ୍ତୃପକ୍ଷ ମିଥ୍ୟା ମାମଲା କରି ଗତ ମଙ୍ଗଳବାର ୭୮ ଜଣଙ୍କୁ ପୋଲିସ ଗରିଫ କରି କୋର୍ଟଚାଲାଣ କରିଛି। ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଦର୍ଶାଇ ଭାଜପା ଜିଲା ସଭାପତି ଘୋର ନିନ୍ଦା କରିଛନ୍ତି । ସମସ୍ୟାର ସମାଧାନ ଏବଂ ଗିରଫ ବିସ୍ଥାପିତ ଲୋକଙ୍କୁ ଛଡ଼ା ନ ଗଲେ ଆନ୍ଦୋଳନ ପୁନର୍ବାର କରାଯିବାର ପତି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଇସ୍ପାତ କାରଖାନାରୁ ଦୂରେଇଥିବା ଟାଟା କମ୍ପାନୀ ଶୀତଳାପଲ୍ଲୀରେ ମଲଟି ଫ୍ୟାସିଲିଟି ହସ୍ପିଟାଲ ପ୍ରତିଷ୍ଠା ଲାଗି ମନ ବଳାଇଛି । ସେଥିପାଇଁ ୪୫.୦୫ ଏକର ସରକାରୀ ଜମି ଦିଆଯିବାର ଗତ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାକୁ ମଧ୍ୟ ଜିଲା ଭାଜପା ଖୋଲା ବିରୋଧ ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା
ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…
ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…
ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…
ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…
ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
Archives

