Posted inଖେଳ

ଗାଙ୍ଗୁଲି ଆଇସିସି ଚେୟାରମ୍ୟାନ ହେବା ଚାହାନ୍ତି କାନେରିଆ

ନୂଆଦିଲ୍ଲୀ,୭।୬: ଭାରତୀୟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ଅଧ୍ୟକ୍ଷ ହେବା ଚାହାନ୍ତି ପାକିସ୍ତାନର ହିନ୍ଦୁ କ୍ରିକେଟର ତଥା ପୂର୍ବତନ ସ୍ପିନର ଡାନିସ୍‌ କାନେରିଆ। ଏହି ହାଇପ୍ରୋଫାଇଲ ପଦ ପାଇଁ ଗାଙ୍ଗୁଲି ହିଁ ଉପଯୁକ୍ତ ବ୍ୟକ୍ତି। ଯଦି ସେ ଏହି ପଦକୁ ନିର୍ବାଚତ ହୁଅନ୍ତି ତା’ହେଲେ ମୋତେ ନ୍ୟାୟ ମିଳିବ। ମୋ ଉପରେ ଲାଗୁ କରାଯାଇଥିବା ବାସନ୍ଦାଦେଶ ବିରୋଧରେ ଅପିଲ କରିବି ଓ ଗାଙ୍ଗୁଲି ଏ ନେଇ ମୋତେ ନ୍ୟାୟ ଦେବାରେ ସଫଳ ହେବେ ବୋଲି କାନେରିଆ କହିଛନ୍ତି।
ଗାଙ୍ଗୁଲି ହେଉଛନ୍ତି ଜଣେ ଉଚ୍ଚକୋଟୀର କ୍ରିକେଟର। ତାଙ୍କର କ୍ରିକେଟିଂ ସେନ୍ସ ରହିଛି। କ୍ରିକେଟକୁ ଭଲଭାବେ ବୁଝିବାରେ ସେ ବେଶ୍‌ ସିଦ୍ଧହସ୍ତ। ଆଇସିସି ଅଧ୍ୟକ୍ଷ ପାଇଁ ସେ ସବୁଠାରୁ ଯୋଗ୍ୟ ବ୍ୟକ୍ତି। ଏହି ପଦ ପାଇଁ ତାଙ୍କଠାରୁ ଆଉ କୌଣସି ବ୍ୟକ୍ତି ଏବେ ଅଧିକ ଯୋଗ୍ୟ ନୁହନ୍ତି ବୋଲି ସେ କହିଛନ୍ତି। ତାଙ୍କ ନେୃତ୍ୱରେ ଭାରତ ଏକ ନୂଆ ଯୁଗରେ ପ୍ରବେଶ କରିଥିଲା। ସେ ଜଣେ ଉଚ୍ଚକୋଟୀର ଅଧିନାୟକ। ତାଙ୍କଠାରୁ ପ୍ରେରଣା ପାଇ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ନେତୃତ୍ୱ ନେଇ ଭାରତୀୟ କ୍ରିକେଟକୁ ଆଗକୁ ବଢାଇବାରେ ସକ୍ଷମ ହୋଇଛନ୍ତି। ସେ ମଧ୍ୟ ସଫଳତା ସହ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ସେ ଆଇସିସିର ମଧ୍ୟ ନେତୃତ୍ୱ ନେବାରେ ସଫଳ ହେବେ। ଆଇସିସି ଅଧ୍ୟକ୍ଷ ପଦ ନିର୍ବାଚନରେ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ସହାୟତା ବିନା ନିର୍ବାଚିତ ହୋଇପାରିବେ ବୋଲି କାନେରିଆ କହିଛନ୍ତି।
ଉଲ୍ଲେଖଥାଉ କି, କାନେରିଆ ଇଂଲିଶ କାଉଣ୍ଟି ଦଳ ଏସେକ୍ସ ପାଇଁ ଖେଳୁଥିବା ବେଳେ ସ୍ପଟ୍‌ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବାସନ୍ଦ ହୋଇଥିଲେ। ପ୍ରଥମେ ସେ ଏହାକୁ ମନା କରୁଥିଲେ ମଧ୍ୟ ପରେ ୨୦୧୮ରେ ନିଜ ଦୋଷ ସ୍ବୀକାର କରିଥିଲେ। ଗାଙ୍ଗଲି ବିସିସିଆଇ ଅଧ୍ୟକ୍ଷ ହେବା ପୂର୍ବରୁ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ନେତୃତ୍ୱ ନେଇ ସଫଳତାର ସହ ଦାୟିତ୍ୱ ସମ୍ପାଦନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri