ବୁଗୁଡ଼ା,୨୯ା୧୦(ଡି.ଏନ.ଏ.)-ବୁଗୁଡ଼ା ସହର ଉପକଣ୍ଠ ବେତାରସିଙ୍ଗରେ ଶୁକ୍ରବାର ବିଳମ୍ବିତ ରାତିରେ ଦାଦାପୁଅ ଭାଇ ନିଲୁ ପାତ୍ର (୧୫)ଙ୍କ ଗଳା ଓ ପେଟରେ ଛୁରି ଭୁସି ବଡ଼ବାପା ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ସୋମବାର ପୋଲିସ ବଡ଼ବାପା ପୁଅ ଭାଇ ବିନୋଦ ପାତ୍ର(୨୪)ଙ୍କୁ କୋର୍ଟଚାଲାଣ କରିିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ମଧ୍ୟ ପୋଲିସ ଜବତ କରିଛି। ବିନୋଦଙ୍କ ଭାଇ ଟୁନାଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ ନଂ. ୨୩୫/୧୯ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା ।
ପ୍ରକାଶ ଯେ, ବୁଗୁଡ଼ା ସହର ମାଳିଝୋଳା ମନ୍ଦିର ନିକଟରେ ବିନୋଦଙ୍କ ବାପା ରାମ ପାତ୍ର ତାଙ୍କ ଭାଇ କାହ୍ନୁଙ୍କ ପୁଅ ନିଲୁଙ୍କୁ ଆଣି ରଖିଥିଲେ। ନିଲୁ ଉକ୍ତ ପରିବାରରେ ଘୁଷୁରି ଚରାଇ ତାଙ୍କ ବଡ଼ବାପାଙ୍କୁ ସହଯୋଗ କରୁଥିଲେ। ଏଥିପାଇଁ ବିନୋଦଙ୍କ ବାପା ମା’ ନିଲୁଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ବିନୋଦ ନିଲୁଙ୍କ ପ୍ରତି ଈର୍ଷା କରୁଥିଲେ। ଗତ ଶୁକ୍ରବାର ରାତିରେ ବିନୋଦ ରାଗିଯାଇ ନିଲୁଙ୍କୁ ଛୁରିରେ ଭୁସିବା ସହ ଗଳାକାଟି ହତ୍ୟା କରିଥିଲେ। ପରେ ମୃତଦେହକୁ ମନ୍ଦିର ପଛପଟ ଏକ ବୁଦାରେ ଫିଙ୍ଗି ଦେଇ ଛୁରିକୁ ଲୁଚାଇ ରଖିଥିଲେ। ଶନିବାର ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ସଦଳବଳ ପହଞ୍ଚତ୍ ମୃତଦେହକୁ ଜବତ କରିବା ସହ ବିନୋଦଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ବିନୋଦ ନିଲୁଙ୍କୁ ଛୁରିରେ ହତ୍ୟା କରିଥିବା ବିଷୟ ଥାନାଧିକାରୀଙ୍କ ଆଗରେ ସ୍ବୀକାର କରିଥିଲେ।
ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…
ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…
ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ
ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…
ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର
ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…
ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…
ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼
ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…
ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…
ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା
ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
Archives

