ଗଲଓ୍ବାନ ଉପରେ ଦାବି ଦୋହରାଇଲା ଚାଇନା

ବେଜିଂ,୧୮ା୬: ଲଦାଖସ୍ଥିତ ଗଲଓ୍ବାନ ଉପତ୍ୟକା ଉପରେ ବୁଧବାର ପୁଣିଥରେ ନିଜର ଦାବି ଦୋହରାଇଛି ଚାଇନା। ଏହି ଅଞ୍ଚଳ ସବୁବେଳେ ଚାଇନାର ଥିଲା ବୋଲି ବେଜିଂ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଭୂଖଣ୍ଡର ସ୍ଥିତାବସ୍ଥାରେ ଚାଇନା ସେନାର ଏକତରଫା ପରିବର୍ତ୍ତନ ଉଦ୍ୟମ ଯୋଗୁ ଦୁଇଦେଶ ମଧ୍ୟରେ ସଂଘର୍ଷ ଘଟିଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।
ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି, ଗଲଓ୍ବାନ ଉପତ୍ୟକା ଅଞ୍ଚଳରେ ସବୁବେଳେ ଚାଇନାର ସାର୍ବଭୌମତ୍ୱ ରହିଆସିଛି। ଏହା ଚାଇନାର ଅଞ୍ଚଳ। ତେବେ ଗଲଓ୍ବାନକୁ ଭାରତ-ଚାଇନାର ସୀମା ଭାବେ ବିବେଚନା କରାଯାଉଥିବାବେଳେ ବେଜିଂ ଏହା ଉପରେ ସାର୍ବଭୌମତ୍ୱ କାହିଁକି ଜାହିର କରୁଛି ବୋଲି ଖବରଦାତାମାନେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଝାଓ କହିଥିଲେ, ଏହି ଅଞ୍ଚଳ ଏଲ୍‌ଏସିର ଚାଇନା ପଟେ ଅଛି। ତେଣୁ ଚାଇନାକୁ ଦୋଷ ଦିଆଯାଇ ପାରିବ ନାହିଁ। ସେହିପରି ପିଏଲ୍‌ଏର ୪୩ ସୈନ୍ୟ ନିହତ ହେବା ନେଇ ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତର ଦେବାକୁ ଏଡ଼ାଇଯାଇଥିଲେ। ସୀମା ସୁରକ୍ଷା ବଳ ଏହି ପ୍ରସଙ୍ଗରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ। ଭାରତ ନିଜ ଯବାନଙ୍କ ମୃତାହତ ହେବା ନେଇ ସ୍ପଷ୍ଟ କରିଥିବାବେଳେ ଚାଇନା କାହିଁକି ନିଜ ପକ୍ଷର କିଛି ସ୍ପଷ୍ଟ କରୁନାହିଁ ବୋଲି ଝାଓଙ୍କୁ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, ଭାରତ ଓ ଚାଇନା ସୈନ୍ୟମାନେ ଗ୍ରାଉଣ୍ଡରେ ଏହି ବିଷୟରେ ସମାଧାନ ନେଇ ନିୟୋଜିତ। ତେଣୁ ଏହା ଉପରେ କିଛି ମନ୍ତବ୍ୟ ଦେବାକୁ ସେ ଚାହୁଁ ନାହାନ୍ତି।
ଭାରତ-ଚାଇନା ସୀମା ସ୍ଥିତିକୁ ନେଇ ସେ କହିଥିଲେ, ଉଭୟ ପକ୍ଷ ଏହାର ସମାଧାନ ପାଇଁ କୂଟନୈତିକ ଓ ସାମରିକ ଚ୍ୟାନେଲ ଜରିଆରେ ପରସ୍ପର ସହିତ ଯୋଗାଯୋଗ ରଖିଛନ୍ତି। ସୀମା ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ବୋଲି ଝାଓ କହିଥିଲେ। ସେହିପରି ଭବିଷ୍ୟତରେ ଏପରି ସଂଘର୍ଷକୁ ଏଡ଼ାଯାଇପାରିବ କି ବୋଲି ପ୍ରଶ୍ନର ଉତ୍ତରରେ ଝାଓ କହିଥିଲେ, ଚାଇନା ପକ୍ଷରୁ ଆମେ ଅଧିକ ସଂଘର୍ଷ ଦେଖିବାକୁ ଚାହୁଁନାହୁଁ। ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇଦେଶ ପକ୍ଷରୁ ଉଦ୍ୟମ ହେଉଛି। ବିଶ୍ୱର ଦୁଇ ବୃହତ୍‌ ଦେଶ ତଥା ବିକାଶଶୀଳ ଅର୍ଥନୀତି ମଧ୍ୟରେ ଆଲୋଚନା ଜରିଆରେ ମତଭେଦ ଦୂର ହେବ। ପୂର୍ବରୁ ଦୁଇଦେଶର ନେତା (ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କ ମଧ୍ୟରେ ହୋଇଥିବା ସହମତିକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଯିବା ଉଚିତ। ଭାରତ ଏହି କ୍ଷେତ୍ରରେ ଚାଇନା ସହ ମିଶି କାମ କରିବ ବୋଲି ଝାଓ ଆଶାବ୍ୟକ୍ତ କରିଛନ୍ତି।
ପ୍ରକାଶ ଯେ, ଗଲଓ୍ବାନ ଉପତ୍ୟକାକୁ ଚାଇନା ପ୍ରଥମେ ୧୯୫୬ରେ ନିଜର ବୋଲି ଦାବି କରିଥିଲା। ୧୯୬୦ରେ ଏହି ଦାବିକୁ ଜୋର୍‌ଦାର କରିବା ସହ ଦୁଇବର୍ଷ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିଥିଲା। ସେବେଠୁ ଉଭୟ ଭାରତ ଓ ଚାଇନା ସମ୍ପୃକ୍ତ କ୍ଷେତ୍ରରେ ଶାନ୍ତି ବଜାୟ ରଖିଆସୁଛନ୍ତି। ତେବେ ଗଲଓ୍ବାନ ଉପତ୍ୟକାକୁ ନେଇ କୌଣସି ମ୍ୟାପ ଉପରେ ଦୁଇଦେଶ ମଧ୍ୟରେ ସହମତି ପ୍ରକାଶ ପାଇନାହିଁ। କେବଳ ସ୍ଥାନୀୟ ସ୍ତରରେ ଦୁଇ ସେନା ମଧ୍ୟରେ ବୁଝାମଣା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri