ଗରିବ୍‌ ଦୁଖିକର ଲାଗି ଦୁରଲଭ ହେଲାନ ପଖାଲ

ଜାମଟିକ୍ରା, ୨୭।୪ (ଡି.ଏନ୍‌.ଏ.): ଓଡ଼ିଶାରେ ଗଁାଗଁଲିନୁ ଆରମ୍‌ କରି ସହର ତକ୍‌ ସମକର ପସନ୍‌ ପଖାଲ। ଖରାଦିନ୍‌ ଆରମ୍‌ ହେଲେ ସମ୍‌କର ମନ୍‌ ପଖାଲ ଖାଏବାକେ ଘିଚି ହେସି। ହେଲେ ଦିନୁଦିନ୍‌କେ ସାମାଜିକ ଥିତି ବଦଲିବାର ସଂଗେ ଆମର ଖାଏଦ୍‌ପାନ୍‌ ବି ବଦଲୁଛେ, ତାର ସଂଗେ ସବୁ ଜିନିଷର ଦରଦାମ୍‌ ବଢ଼ୁଛେ। ଏନ୍‌ତାଥି ପଖାଲ ସଂଗେ ଲୋକ୍‌ ଖାଉଥିବାର ତୁନ୍‌ଶାଗ ବି ଗରିବ୍‌ ଦୁଖିକର ଲାଗି ଦିନୁଦିନ୍‌କେ ଦୁରଲଭ ହେଇଯାଉଛେ। ଲୋକ୍‌ ପଖାଲ ସଂଗେ ଶାଗ୍‌ ଖରଡ଼ା, ଭଜା, ତେଁତେଲ, ଆମୁଲ, ଦେଶୀ ଉଲି ପାଗ୍‌କରି ଖାଉଥିଲେ। ପଛେ ସରକାର ଟଁକାଟେରେ ଗରିବ୍‌ ଦୁଖିକୁ ଚାଉଲ ଦେଇ ଲୁକ୍‌କର ମୁହେଁ ହଁସ୍‌ ଫୁଟେଇଥିଲେ। ହେଲେ ସରକାର ଚାଉଲ କେ.ଜି. ଟଁକେରେ ଯୁଗେଇ ଦେଲେ କାଣା ହେବା, ଶାଗ୍‌ କେ.ଜି. ତ ୪୦ ଟଁକାରେ ପୁହୁଁଚିଲାନ। ଯେନ୍‌ଥିରଲାଗି ଦିନୁଦିନ୍‌କେ ଗରିବ୍‌ ଦୁଖିକର ପଖାଲ ଗରସେ ଖାଏବାର ସରାଗ୍‌ ବି ମେଟିଯାଉଛେ। ଇଆଡ଼େ ପଖାଲଟା ଏହେଦେ ଧନୀ ଲୁକ୍‌କର ମନ୍‌ପସନ୍‌ର ଖାଏଦ୍‌ ହେଇଛେ। ରାଏଜର ଛୋଟରୁ ବଡ଼ ସବୁ ହୋଟେଲମାନକୁ ଖରାଦିନେ ଜାତିର ଜାତିର ପଖାଲ ମିଲୁଛେ। ସେ ହିସାବେ ପଖାଲର ଦାମ୍‌ ବି ରହୁଛେ। ଖରାଦିନେ ବଡ଼ଭାଗି ଚାକ୍‌ରିଆ ଲୋକ୍‌ ହୋଟେଲମାନକେ ପଖାଲ ଖାଏବାକେ ମନ୍‌ କରୁଛନ୍‌। ହେଲେ ପନିପରିବାର ଆକାଶ ଛୁଅଁ।  ଦର ଗରିବ୍‌ ଦୁଖିକର ମୁହୁଁରୁ ଇ ପଖାଲ ଦୁରାକ ଛଡ଼େଇ ନେଉଛେ।

ଦିନାକେତେ ହେଲା ଅତାବିରା ବଜାରରେ ସବୁ ପନିପରିବା ଦର ୪୦ ଟଁକାରୁ ଉପରେ ରହିଛେ। ପୁଟଲ କେ.ଜି. ୬୦, କରଲା ୪୦, ବାଇଗନ ୩୦ରୁ ୪୦, ମାଖନ ୧୫, ଭେଁଡ଼ି ୪୦ ଟଁକା ରହିଛେ। ସେନ୍‌ତା ବାଜିଶାଗ୍‌ କେ.ଜି. ୪୦ ଟଁକା, ମୁନଗା ଶାଗ, ଖଡ଼ା ଶାଗ, ଲଲିତା ଶାଗ କେ.ଜି. ବି ୪୦ ଟଁକା ରହିଛେ। ଯେନ୍‌ଥିରଲାଗି ଗରିବ୍‌ ଦୁଖି ପଖାଲ ଦୁରା ଖାଏବାରୁ ବଁଚିତ୍‌ ହେଉଛନ୍‌। ଇଆଡ଼େ ରାଏଜ୍‌ ଆର କେନ୍ଦ୍ର ସରକାର ଗରିବ୍‌ ଦୁଖିକୁ ଚାଉଲ ଦେଇ ଖାଏଦ୍‌ ସୁରକ୍ଷା ଯୁଗେଇ ଦେଉଥିବାର ଡିଂଗରା ପିଟୁଛନ୍‌। ଇଆଡ଼େ ଆକଶ ଛୁଅଁା ଦରଦାମ୍‌ ଉପରେ ଯୋଗାଣ ବିଭାଗର ଲଗାମ୍‌ ନାଇଁ ରହିବାର, ଯେନ୍‌ଥିରଲାଗି ଅନେକ ଜାଗାରେ ନିହାତି ଗରିବ୍‌ ଦୁଖି ପଖାଲ ଦୁରା ଖାଏବାର ଲାଗି ତରସି ଯାଉଛନ୍‌। ପନିପରିବାର ଆକଶ ଛୁଅଁା ଦରଦାମ୍‌ ଉପରେ ରାଏଜ୍‌ ସରକାର ଆର ଥାନୀୟ ପରଶାସନ୍‌ ଲଗାମ କସବାକେ ଜନ ସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ଚାଲାଣ କଟା ପରେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣାଗାଡ଼ି : ଆଜି ରାସ୍ତାରେ ମୃତଦେହ ରଖି …

ସମ୍ବଲପୁର,୩୧।୧(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭତରା ପେଟ୍ରୋଲ ପମ୍ପ ନିକଟରେ ଜାତୀୟ ରାଜପଥ-୫୫ରେ ଶୁକ୍ରବାର ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏକ ଅଜଣା ଗାଡ଼ି ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri