ଗମ୍ଭୀର ସ୍ଥିତିରେ ଅର୍ଥ ବ୍ୟବସ୍ଥା:ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୫-୧୨: ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଗମ୍ଭୀର ସ୍ଥିତିରେ ରହିଛି। ଏହି ସମୟରେ ସରକାର ନୀତିଗତ ଭାବେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଭାରତ ବିଶ୍ୱ ଅଭିବୃଦ୍ଧିର ପ୍ରମୁଖ ଇଞ୍ଜିନ ହୋଇଥିବାରୁ ସରକାର ଏହାକୁ ଧ୍ୟାନରେ ରଖି ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌) ମଙ୍ଗଳବାର ପରାମର୍ଶ ଦେଇଛି। ନିବେଶ ଏବଂ ଚାହିଦା କମିବା, ରାଜସ୍ବ ହ୍ରାସ ଭଳି ଅନ୍ୟ ପ୍ରମୁଖ କାରଣ ଯୋଗୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ ଅର୍ଥ ବ୍ୟବସ୍ଥାରେ ଗତି ମନ୍ଥର ହୋଇଥିବା ଆଇଏମ୍‌ଏଫ୍‌ ଏହାର ବାର୍ଷିକ ସମୀକ୍ଷାରେ ପ୍ରକାଶ କରିଛି।
ନିୟୁତାଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆଣିବା ପରେ ଭାରତ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଆଇଏମ୍‌ଏଫ୍‌ର ଏସିଆ ପାସିଫିକ ବିଭାଗର ମୁଖ୍ୟ ରନିଲ ସାଲଗାଡୋ କହିଛନ୍ତି। ଭାରତ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିବାକୁ ହେଲେ ଜରୁରୀ ଭିତ୍ତିରେ ନୀତିଗତ ପଦକ୍ଷେପ ନେବାକୁ ହେବ। ଏଭଳି ସ୍ଥିତିରେ ଉଚ୍ଚ ହାରର ଋଣ ଏବଂ ଋଣ ଉପରେ ସୁଧ ପ୍ରଦାନ ଯୋଗୁ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ସରକାରଙ୍କ ପାଖରେ ବହୁତ କମ୍‌ ସୁଯୋଗ ରହିଥିବା ସେ ମତ ରଖିଛନ୍ତି। ଆସନ୍ତା ମାସରେ ଆଇଏମ୍‌ଏଫ୍‌ ଏହାର ଓ୍ବାର୍ଲଡ ଇକୋନୋମିକ ଆଉଟଲୁକ ପ୍ରକାଶ କରିବ। ଏହା ଭାରତର ବିକାଶ ହାରକୁ କମ୍‌ କରିବା ନେଇ ପୂର୍ବରୁ ଆଇଏମ୍‌ଏଫ୍‌ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ ନିକଟରେ ଆଭାସ ଦେଇଥିଲେ। ଭାରତର ବିକାଶ ହାର ଲଗାତାର ଭାବେ ଖସୁଥିବାରୁ ରେଟିଂ କମିବା ନେଇ ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଅକ୍ଟୋବରରେ ଭାରତର ବିକାଶ ହାରକୁ ଆଇଏମ୍‌ଏଫ୍‌ ୬.୧%କୁ କମାଇଛି। ସେହିଭଳି ୨୦୨୦ରେ ଭାରତର ଅଭିବୃଦ୍ଧି ହାର ୭.୦% ରହିବା ନେଇ ଏହା ପୂର୍ବାନୁମାନ କରିଛି। ଯଦି ମାନ୍ଦାବସ୍ଥା ଲାଗି ରହେ ତେବେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ ପୁଣି ଥରେ ଏହାର ରେପୋ ହାରକୁ କମାଇପାରେ ବୋଲି ସାଲଗାଡୋ ମତ ରଖିଛନ୍ତି। ଚଳିତ ବର୍ଷ ରିଜର୍ଭ ବ୍ୟାଙ୍କ ଲଗାତାର ଭାବେ ୫ମ ଥର ଲାଗି ରେପୋ ହ୍ରାସ କରିଥିଲା। ହେଲେ ଦରଦାମ ବଢିବା ଯୋଗୁ ଏହା ରେପୋ ହ୍ରାସ ଧାରାରେ ବିରତି ଦେଇଛି। ଚାହିଦା ଏବଂ ମାନୁଫାକଚରିଂ କାର୍ଯ୍ୟକଳାପ କମିବା ଯୋଗୁ ଦେଶର ବିକାଶ ହାର ପୂର୍ବାନୁମାନକୁ ରିଜର୍ଭ ବ୍ୟାଙ୍କ ୬.୧%ରୁ ୫%କୁ କମାଇ ଦେଇଛି। ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏହା ଗୋଟିଏ ବର୍ଷ ତଳେ ୭% ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ସାଲ୍‌ଗାଡୋ କହିଛନ୍ତି, ଭାରତ ସରକାର ସଂସ୍କାର ଧାରା ତ୍ୱରାନ୍ବିତ କରିବା ଆବଶ୍ୟକ। ଅର୍ଥ ବ୍ୟବସ୍ଥାକୁ ଋଣ ଯୋଗାଣ ଲାଗି ଦେଶର ଆର୍ଥତ୍କ କ୍ଷେତ୍ର ସ୍ବାସ୍ଥ୍ୟକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri