ଗଣ୍ଡାବାଜା କଳାକାରଙ୍କୁ କରୋନା ମାଡ଼

ଲାଠୋର,୨୩।୪ (ଡି.ଏନ.ଏ.): କରୋନା ମୁକାବିଳା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ ଡାଉନ୍‌ ଘୋଷଣା କରଛନ୍ତି। ଏହାଦ୍ୱାରା ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଣୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳର ଗଣ୍ଡାବାଜା କଳାକାର ମଧ୍ୟ ଦୁର୍ଦିନରେ ଦିନ କାଟୁଛନ୍ତି । ଜଲପାଙ୍କେଲ ଗ୍ରାମର ହେର୍ଣ୍ଣା ସୁନା, ବିନୋଦ ସୁନା, ହରି ସୁନା, ଡମନା ସୁନା, ମକାରୁ ବିଭାର, ମିନକେତନ ସୁନା ଆଦି ପ୍ରକାଶ କରିଛନ୍ତି ଯେ, ସେମାନେ ପୂଜାପାର୍ବଣ, ବିବାହ ବ୍ରତ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ବାଜା ବଜାଇ ଦୁଇ ପଇସା ରୋଜଗାର କରୁଥିଲେ। ସେଥିରେ ସେମାନଙ୍କ ପରିବାର ଚଳୁଥିଲା। ହେଲେ ଲକଡାଉନ ଯୋଗୁଁ ସବୁ ବନ୍ଦ ହୋଇଥିବାରୁ ଏହି ସବୁ କାର୍ଯ୍ୟକ୍ରମ ହେଉନାହିଁ। ଫଳରେ ବଜନିଆ ପରିବାରର ବୃତ୍ତି ଠପ୍‌ ହୋଇ ପଡିଛି। କାର୍ଯ୍ୟକ୍ରମ ପାଇ ନ ପାରି ଏମାନେ ଘରେ ହାତବାନ୍ଧି ବସି ରହିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ଅନ୍ୟମାନଙ୍କ ପାଇଁ ଯୋଜନା ଆଣଛନ୍ତି। ହେଲେ ବଜନିଆ କଳାକାରଙ୍କ ପାଇଁ କୌଣସି ଯୋଜନା ହାତକୁ ନିଆ ଯାଇନାହିଁ। ଅନ୍ୟପକ୍ଷେ ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରେ ରହିଥିବା ବଜନିଆ କଳାକାରଙ୍କ ମଧ୍ୟରୁ ଅନେକ କଳାକାର ଆଜି ଯାଏ ଭତ୍ତା ମଧ୍ୟ ପାଉ ନ ଥିବା ପ୍ରକାଶ କରିଛନ୍ତି। ଏହି ପରିବାର ପଞ୍ଚାୟତରୁ ପାଉଥିବା ଚାଉଳ ଏକମାତ୍ର ଭରସା। ଚାଉଳ ଗଣ୍ଡେ ପାଇଲେ କ’ଣ ହେବ। ଆର୍ଥତ୍କ ଅନାଟନରେ ରହିଥିବା ପାରିବାର ଏଥିରେ ଚଳିବା ସମ୍ଭବ ହେଉନି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆଜି…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

ଆସିଲା ବଡ଼ ଅପଡେଟ୍, କେରଳ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ!

ଥିରୁଭାନନ୍ତପୁରମ,୮ା୫: ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ଆସାମ ଏବଂ ପଶ୍ଚିମବଙ୍ଗରେ ଭାଜପା ଏକ ବଡ଼ ବିଜୟ ହାସଲ କରିଥିବା ବେଳେ, କେରଳରେ କଂଗ୍ରେସ ନେତୃତ୍ୱାଧୀନ…

ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି।…

ଟି-୨୦ ଅଧିନାୟକ ପଦରୁ ବିଦା ଦେବେ ସୂର୍ଯ୍ୟକୁମାର: ଏହି କ୍ରିକେଟର୍‌ଙ୍କୁ ମିଳିବ ଦାୟିତ୍ୱ

ନୂଆଦିଲ୍ଲୀ,୮।୫: ୨୦୨୬ ଆଇପିଏଲ ସିଜିନ ଶେଷ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ସହିତ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ। କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri