Posted inଜାତୀୟ

ଗଣେଶ ବିସର୍ଜନବେଳେ ଅଘଟଣ:ବୁଡିଲା ଡଙ୍ଗା,୧୧ ମୃତ

ଭୋପାଳ,୧୩।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରା ମନ୍ଦିର ଘାଟରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଭୋର ପ୍ରାୟ ସାଢେ ଚାରିଟା ସମୟରେ ଏହି ଘଟଣା ଘଟିଛି। ବେଳେ ଡଙ୍ଗା ଓଲଟି ପଡ଼ିବାରୁ ନଈରେ ଭାସିଯାଇ ୧୧ଜଣଙ୍କ ମୃତ୍ୟୁ ଘଟିଛି। ଏବେ ୪ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ ପହଞ୍ଚି ୧୧ଟି ମୃତଦେହ ବାହାର କରିବା ସହ ୫ ଜଣଙ୍କୁ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଏକ ଛୋଟ ଡଙ୍ଗାରେ ଗଣେଶ ମୂର୍ତ୍ତି ନେଇ ପାଖାପାଖି ୨୦ ଊର୍ଦ୍ଧ୍ୱ ଜଣ ଲୋକ ବିସର୍ଜନ କରିବାକୁ ଯାଉଥିଲେ। ମୂର୍ତ୍ତିଟିକୁ ବିସର୍ଜନ କରିବାବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଡଙ୍ଗାରେ ଥିବା ଲୋକ ତଳେ ଚାପିହୋଇଯାଇଥିଲେ। ଖବର ପାଇ ପୋଲିସ ଓ ପ୍ରଶାସନ ଅଧିକାରୀ, ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମଧ୍ୟପ୍ରଦେଶର ସରକାର ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀ ୨୩ ତାରିଖରେ କୁମ୍ଭ ରାଶିରେ ଅଙ୍ଗାରକ ଯୋଗ, ୩ ରାଶିକୁ ସତର୍କ….

ଯେତେବେଳେ ମଙ୍ଗଳ ଏବଂ ରାହୁଙ୍କ ସଂଯୋଗ ହୁଏ, ଅଙ୍ଗାରକ ଯୋଗ ସୃଷ୍ଟି ହୁଏ। ୨୩ ଫେବୃଆରୀରେ ମଙ୍ଗଳ ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ…

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

ଦେବଗଡରେ ବୁଲା କୁକୁର ଆତଙ୍କ, ଯାହାକୁ ଦେଖୁଛି….

ଦେବଗଡ,୨୧ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସହରରେ କୁକୁର ଆତଙ୍କ । ବୁଲା କୁକୁର ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ନେଇ ଅଭିଯୋଗ ହୋଇଛି । ଛୋଟ ଛୁଆଠୁ…

କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ସୁପ୍ରିମକୋର୍ଟରୁ ଝଟକା ପରେ ଟ୍ରମ୍ପଙ୍କ ପ୍ରତିଶୋଧ! ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ…

ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍‌ଙ୍କ ୧୦% ନୂଆ…

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri