ଗଞ୍ଜେଇ ଗଛ ନଷ୍ଟବେଳେ ଉତ୍ତେଜନା

ଧରାକୋଟ,୨୩ା୧୧(ଡି.ଏନ୍‌.ଏ.)-ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଧିନସ୍ଥ ବାହାରପୁର ପଞ୍ଚାୟତର ଖଜୁରିପଦା ଗ୍ରାମ ନିକଟସ୍ଥ ପାହାଡ଼ ପାଦଦେଶରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଛି। ଶୁକ୍ରବାର ସକାଳୁ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ଜିଲାର ବିଭିନ୍ନ ଥାନାରୁ ଆସିଥିବା ଥାନାଧିକାରୀ, ଅବକାରୀ ବିଭାଗ, ବନ ବିଭାଗ, ବିଦ୍ୟୁତ ବିଭାଗର ମିଳିତ ଚଢ଼ାଉରେ ପ୍ରାୟ ୨ ଏକର ଜମିରୁ ୮୬୧୬ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮୬ ଲକ୍ଷ ୧୮ ହଜାର ଟଙ୍କା ହେବ ବୋଲି ଏସ୍‌ଡିପିଓ ପ୍ରଧାନ କହିଛନ୍ତି। ଧରାକୋଟ ଭାରପ୍ରାପ୍ତ ତହସିଲଦାର ସୁରେଶ ଚନ୍ଦ୍ର ଜାନି ମାଜିଷ୍ଟ୍ରେଟ ଦାୟିତ୍ୱରେ ରହି ଗଛ ନଷ୍ଟ କରାଯାଇଥିଲା। ମାତ୍ର ଅଞ୍ଚଳର ବିଭିନ୍ନ ଆଦିବାସୀ ଗ୍ରାମର ମହିଳା ଓ ପୁରୁଷ ମେଳିବାନ୍ଧି ଗଞ୍ଜେଇ ଗଛ କଟାକୁ ବନ୍ଦ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ଆଦିବାସୀଙ୍କ ସହ ଆଲୋଚନା ପାଇଁ ବାଧ୍ୟ ହୋଇଥିଲେ। ସେମାନଙ୍କର ପ୍ରମୁଖ ଦାବି ରହିଥିଲା, ଆଦିବାସୀମାନଙ୍କୁ ଚିହ୍ନଟ କରି ରାଶନ କାର୍ଡ, ବିଜୁ ପକ୍କାଘର, ସ୍ଥାୟୀ ଜମିପଟ୍ଟା, ଅଧିକୃତ ଜଙ୍ଗଲ ଜମି ପଟ୍ଟା, ଆଦିବାସୀ ଅଞ୍ଚଳରେ ସ୍କୁଲ ଗୃହ ନିର୍ମାଣ, ଉପାନ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ, ଚୋରାମଦ କାରବାର ବନ୍ଦ କରିବାକୁ। ଦାବି ସମ୍ପର୍କରେ ମାଜିଷ୍ଟ୍ରେଟ ଜିଲାପାଳଙ୍କ ସହ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗଞ୍ଜେଇ ଚାଷ ଆମ୍ଭମାନଙ୍କର ବଞ୍ଚତ୍ବାର ଏକମାତ୍ର ପନ୍ଥା। ଦାବି ପୂରଣ ନହେବା ଯାଏ ଆମେ ଏହାକୁ ନଷ୍ଟ କରିବାକୁ ଦେବୁନାହିଁ ବୋଲି ଅଡି ବସିଥିଲେ। ସରକାର ଆମ ଜୀବିକା କଥା ଚିନ୍ତା କରିବା ନିହାତି ଆବଶ୍ୟକ ବୋଲି ସେମାନେ କହିଥିଲେ। ଏହାପରେ ପ୍ରାୟ ୪୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛରୁ ମାତ୍ର ୨ ଏକର ନଷ୍ଟ କରି ପ୍ରଶାସନ ଫେରି ଆସିଥିଲା। ପରବର୍ତ୍ତୀ ସମୟରେ ବଳକା ଗଞ୍ଜେଇ ଗଛ ନଷ୍ଟ କରାଯିବ ବୋଲି ଆସିକା ଏସ୍‌ଡିପିଓ ପ୍ରଧାନ କହିଥିଲେ। ଏଥିରେ ଯିଏ ବ୍ୟାଘାତ ସୃଷ୍ଟି କରିବ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅଭିଯାନରେ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ, ଅବକାରୀ ବିଭାଗ କର୍ମଚାରୀ, ଅବକାରୀ ଉପଖଣ୍ଡ ଅଧିକାରୀ ଅଭିରାମ ବେହେରା, ଡିଏସ୍‌ପି ସଞ୍ଜୟ ମହାପାତ୍ର, ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ସୋରଡ଼ା ଥାନାଧିକାରୀ ରମେଶ ପ୍ରଧାନ, ବଡ଼ଗଡ଼ ଥାନାଧିକାରୀ ପ୍ରତାପ ତ୍ରିପାଠୀ, ରେଞ୍ଜର ନରସିଂହ ବେହେରା, ରେଞ୍ଜର ପ୍ରସନ୍ନ ସାହୁ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ। ଅପରପକ୍ଷେ ପ୍ରାୟ ୧୫ ଖଣ୍ଡ ଆଦିବାସୀ ଗ୍ରାମର ମହିଳା ଓ ପୁରୁଷ ସାବା ନିକଟରେ ଏକତ୍ରିତ ହୋଇ ଜୀବନଜିବିକା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବୁ। ପ୍ରଶାସନ ଦାବି ପୂରଣ ନ କଲେ ମରିବୁ ପଛେ ଏହି ଚାଷରୁ ନିବୃତ ହେବୁ ନାହିଁ ବୋଲି କହିଥିଲେ। ଯାହାକି ପ୍ରଶାସନ ପାଇଁ ଏବେ ଖୋଲା ଚାଲେଞ୍ଜ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri