ଗଞ୍ଜାମରେ ସ୍ବାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ: ୩.୫ ଲକ୍ଷ ପରିବାରଙ୍କ ପାଖରେ ପହଞ୍ଚିବ ଟିମ୍‌

ଛତ୍ରପୁର, ୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ସୋମବାରଠାରୁ ମେଗା ସ୍ବାସ୍ଥ୍ୟ ସ୍କ୍ରିନିଂ ଫେଜ୍‌ -୨ ଆରମ୍ଭ ହୋଇଛି। ଜିଲାରେ ଥିବା ସାଢ଼େ ୩ ଲକ୍ଷରୁ ଊର୍ଦ୍ଧ୍ୱ ପରିବାରର ସମସ୍ତ ସଦସ୍ୟଙ୍କ କରୋନା ଲକ୍ଷଣ ଅଛି କି ନାହିଁ ତାହାର ଥର୍ମାଲ ସ୍କ୍ରିନିଂ ଚାଲିଥିବା ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟକରି ସୂଚନା ଦେଇଛନ୍ତି। ଉକ୍ତ ଟିମରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୪ ଜଣ ସଦସ୍ୟ ଅଛନ୍ତି ।
ରାଜ୍ୟରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଗଞ୍ଜାମ ଜିଲା ଏହି ତାଲିକାରେ ୧ ନମ୍ବରରେ ରହିଛି। ଏ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି। ଏପରିକି ଜିଲାରେ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଅପରପକ୍ଷରେ ଜ଼ିଲାପାଳ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଜ଼ିଲାକୁ ଫେରି କ୍ୱାରାଣ୍ଟାଇନ ସେଣ୍ଟର ଓ ହୋମ୍‌କ୍ୱାରାଣ୍ଟାଇନରେ ରହୁଛନ୍ତି। ଲକ୍ଷଣ ଦେଖାଦେଲେ କେହି ଲୁଚାନ୍ତୁ ନାହିଁ। ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଜ଼ିଲାପାଳ ଅନୁରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ଜିଲାରେ ଘରକୁ ଘର ଯାଇ ୩.୫ ଲକ୍ଷ ପରିବାରଙ୍କ ନିକଟରେ ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା ବୋଲି ଜ଼ିଲାପାଳ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri