Posted inଖେଳ

ଧୋନୀଙ୍କ ଟ୍ରାକ୍ଟର କିଣାକୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଆଠ ଲକ୍ଷ ଟଙ୍କା ଦେଇ ଟ୍ରାକ୍ଟର କିଣିଛନ୍ତି। ଏହାକୁ ନେଇ ଏକ ଟୁଇଟ୍‌ କରିଛନ୍ତି ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା। ସେ କହିଛନ୍ତି, ମୁଁ ସବୁବେଳେ ଭାବିଥିଲି ଯେ ବିଚାରର ସିଦ୍ଧ ଭାବନା ସହିତ ବ୍ୟକ୍ତି ଜଣକ ଭଲ ନିଷ୍ପତ୍ତି ନିଅନ୍ତି। ସୂଚନାଯୋଗ୍ୟ, ଧୋନୀ ମହିନ୍ଦ୍ରା ସ୍ବରାଜ ୯୬୩ ଏଏଫଇ ଟ୍ରାକ୍ଟର କିଣିଛନ୍ତି। ଧୋନୀ ଆଗକୁ ନିଜ ୭ ଏକ ଫାର୍ମହାଉସ୍‌ରେ ଅର୍ଗାନିକ ଚାଷ କରିବାକୁ ଯାଉଛନ୍ତି। ଏହି କାରଣରୁ ସେ ଟ୍ରାକ୍ଟର କିଣିଥିବା କୁହାଯାଉଛି। ୨୦୧୯ ବିଶ୍ୱକପ ପରଠାରୁ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ କେବେ କ୍ରିକେଟକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ଶେଷ କରିବାକୁ ହିତାଧିକାରୀଙ୍କୁ ନିର୍ଦ୍ଦେଶ

କେସିଙ୍ଗା,୧୦ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ୱରେ ପୌର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ୧.୦ ମାଧ୍ୟମରେ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ…

ଦୁର୍ଘଟଣାରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ବଲାଙ୍ଗୀର,୧୦ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡ଼ା ୨୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ମା’ ଝିଅଙ୍କ ମୃତ୍ୟୁ ଘଟିଥିଲା।…

ଶସ୍ତା ହେଲା ସୁନା; ୪ହଜାରରୁ ଅଧିକ ହ୍ରାସ, ଜାଣନ୍ତୁ କେତେ ରହିଛି ୨୨-୨୪ କ୍ୟାରେଟର ଦାମ୍

ନୂଆଦିଲ୍ଲୀ,୧୦।୬: ଆଜି ଅନ୍ତର୍ଜାତୀୟ ଏବଂ ଘରୋଇ ସୁନା ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହେଉଛି । ପଶ୍ଚିମ ଏସିଆରେ ଇରାନ…

ସୂର୍ଯ୍ୟବଂଶୀଙ୍କୁ ପୁଣି ବଡ଼ ସୁଯୋଗ? ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ରେ ମିଳିବ…

ନୂଆଦିଲ୍ଲୀ,୧୦।୬: ତିଲକ ବର୍ମାଙ୍କ ଅଧିନାୟକତ୍ୱରେ, ଭାରତ ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରି-ସିରିଜର ଏକ ଚମତ୍କାର ଆରମ୍ଭ କରିଛି। ଭାରତୀୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କା ଏ…

ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡ଼ି ୨ ଜଣଙ୍କ ଜୀବନ ଗଲା

ନୀଳଗିରି,୧୦ା୬(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ରାଧାକିଶୋରପୁର ପଞ୍ଚାୟତ ସୋନ ନଦୀ ରଣିତ ଘାଟରେ ଘଟିଛି ଅଘଟଣ। ବୁଧବାର ମଧ୍ୟାହ୍ନରେ ଦୁଇ ସାଙ୍ଗ ଜାମୁକୋଳି…

ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ମେଟ୍ରୋ….

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ବୁଧବାର କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ବିଧାୟିକାଙ୍କ ହସ୍ତକ୍ଷେପ ପରେ ମିଳିଲା ମୁଖ୍ୟମନ୍ତ୍ରୀ ରିଲିଫ ସହାୟତା

ରିଷିଡ଼ା,୧୦ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ବିଭିନ୍ନ କାରଣରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କୁ ସରକାରୀ ସହାୟତା ମିଳିବାରେ ବହୁ ବିଳମ୍ବ ହୋଇଥାଏ। କିନ୍ତୁ ସ୍ଥାନୀୟ…

ରାହୁଲଙ୍କ ହାତ ଧରିବ ଟିଏମସି, ମମତା ହେବେ ଉପାଧ୍ୟକ୍ଷ, ଡିଲ୍‌ ଫାଇନାଲ!

କୋଲକାତା,୧୦।୬: କଂଗ୍ରେସରେ ଟିଏମସି (TMC) ର ମିଶ୍ରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଉପରେ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri