ଗଞ୍ଜାମରେ ବଢ଼ୁଛନ୍ତି ମାନସିକ ରୋଗୀ

ବ୍ରହ୍ମପୁର ଅଫିସ୍‌,୧୧ା୧୦- ଗଞ୍ଜାମ ଜିଲାରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟ ମାନସିକ ରୋଗ ବିଭାଗରେ ଗତ ଅଢ଼େଇ ବର୍ଷରେ ପ୍ରାୟ ୯ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି। ବିଭାଗ ପକ୍ଷରୁ ରୋଗୀଙ୍କୁ ମାଗଣା ଔଷଧ ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଫଳରେ ଯେଉଁ ରୋଗୀମାନେ ପୂର୍ବରୁ ଜିଲା ବାହାରକୁ ଯାଇ ଚିକିତ୍ସିତ ହେଉଥିଲେ, ସେମାନେ ବର୍ତ୍ତମାନ ସିଟି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି। ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଟି ହସ୍‌ପିଟାଲ୍‌ରେ ୨୦୧୭ରୁ ମାନସିକ ରୋଗ ଚିକିତ୍ସା ବିଭାଗ ଖୋଲିଛି।
୨୦୧୭-୧୮ ବର୍ଷରେ ମାତ୍ର ୧୫ଶହ ରୋଗୀ ଏଠାରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ୨୦୧୮-୧୯ରେ ଏହି ସଂଖ୍ୟା ଢ଼େର ବଢ଼ିଯାଇଥିଲା। ଏହି ବର୍ଷ ୪ହଜାର ୩୩୨ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା। ୨୦୧୯-୨୦(ଅଗଷ୍ଟ ସୁଦ୍ଧା) ୩ହଜାର ୧୫୫ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ପ୍ରାୟ ୩ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେବେ। ତେବେ ଏହି ସଂଖ୍ୟା ବଢ଼ିବା ପଛର କାରଣ ବ୍ୟାପକ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମ। ବିଭାଗ ପକ୍ଷରୁ ନିୟମିତ ଜିଲାର ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଚଳିତ ବର୍ଷ ୩୫ କ୍ୟାମ୍ପ ଆୟୋଜିତ ହୋଇସାରିଲାଣି। ଆହୁରି ୯ କ୍ୟାମ୍ପ ଆଗାମୀ ଦିନରେ କରାଯିବ। ଚିକିତ୍ସା ସୁବିଧା ରୋଗୀଙ୍କ ନିକଟରେ ପହଞ୍ଚୁଥିବା ଯୋଗୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅନ୍ୟପଟେ ମାନସିକ ରୋଗ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଉଛି।
ଦାସକାଠିଆ ମାଧ୍ୟମରେ ‘ସାନ୍ତ୍ୱନା’ ନାମକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ଗଞ୍ଜାମ ଜିଲାରେ ୨୬୪ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଲାଣି। ରୋଗ ବିଶେଷଜ୍ଞ ଡା. ବିଭୁ କଲ୍ୟାଣ ସାହୁଙ୍କ କହିବାନୁଯାୟୀ, ସିଟି ହସ୍‌ପିଟାଲରେ ବିଭାଗ ଖୋଲିବା ପରଠୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏଠାରେ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ୫୬ ପ୍ରକାର ଔଷଧ ରୋଗୀଙ୍କୁ ଦିଆଯାଉଛି। ସେହିଭଳି ପ୍ରତ୍ୟେକ ରୋଗୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରାଯାଉଛି। ପ୍ରତି ମାସରେ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ନିୟମିତ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଉଛି। ଅନେକ ସମୟରେ ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କ ପାଖକୁ ଯାଇ ମଧ୍ୟ ଚିକିତ୍ସା କରୁଛନ୍ତି। ସେହିଭଳି ଚିକିତ୍ସାଳୟକୁ ଆସିବା ପାଇଁ ରୋଗୀଙ୍କୁ ପ୍ରତ୍ୟେକ ମାସରେ ୨ଶହ ଟଙ୍କା ଲେଖାଏ ଗସ୍ତ ଖର୍ଚ୍ଚ ପ୍ରଦାନ କରାଯାଉଛି। ପ୍ରାୟତଃ ରୋଗୀମାନେ ସେମାନଙ୍କ ରୋଗ ସମ୍ପର୍କରେ ବହୁ ବିଳମ୍ବରେ ଜାଣିପାରୁଛନ୍ତି। ଫଳରେ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ସେମାନେ ଚିକିତ୍ସାଳୟକୁ ଆସିବେ, ତେବେ କମ୍‌ ସମୟରେ ରୋଗ ଭଲ କରାଯାଇପାରିବ। ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ମାନସିକ ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କର ଯେଉଁ ସବୁ ଯୋଜନା ରହିଛି, ସେସବୁର ସୁବିଧା ରୋଗୀଙ୍କୁ ଦିଆଯାଉଛି ବୋଲି ଡା. ସାହୁ ପ୍ରକାଶ କରିଛନ୍ତି। ଗୁରୁବାର ସିଟି ହସ୍‌ପିଟାଲ୍‌ରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆର୍‌ଏନ୍‌ଟିସିପି ହଲ୍‌ରେ ଏକ ସଭା ଆୟୋଜିତ ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଚଳିତ ବର୍ଷର ଥିମ୍‌ ‘ଆତ୍ମହତ୍ୟା ନିରାକରଣ’ ଉପରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ।
ମାନସିକ ରୋଗ ବିଶେଷଜ୍ଞ ଡା. ବିଭୁ କଲ୍ୟାଣ ସାହୁ ପାୱାର୍‌ ପଏଣ୍ଟ ମାଧ୍ୟମରେ ଆତ୍ମହତ୍ୟାର କାରଣ ଏବଂ ନିରାକରଣ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚ୍‌ଓ(ଚିକିତ୍ସାଳୟ) ଡା. ହିମାଂଶୁବାଳା ପଟ୍ଟନାୟକ, ସିଟି ହସ୍‌ପିଟାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଡା. ପି. କୁର୍ମେୟା, ଜିଲା ଯକ୍ଷ୍ମା ଅଧିକାରୀ ଡା. ମନୋଜ ପଣ୍ଡା, ଡିଇଆଇସିର ଏମ୍‌ଓ ଡା. ସୁକାନ୍ତୀ ଦାସ, ଆର୍‌ଏନ୍‌ଟିସିପି ଏମ୍‌ଓ ଗୀତ୍‌ମୟ ପଟ୍ଟନାୟକ, ପୂର୍ବତନ ସିଡିଏମ୍‌ଓ ଡା. ରତ୍ନାକର ବେହେରାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସକାଳେ ମାନସିକ ରୋଗ ସଚେତନତା ରଥ ବାହାରି ସହର ପରିକ୍ରମା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri