ଗଞ୍ଜାମରେ ବଢ଼ୁଛନ୍ତି ମାନସିକ ରୋଗୀ

ବ୍ରହ୍ମପୁର ଅଫିସ୍‌,୧୧ା୧୦- ଗଞ୍ଜାମ ଜିଲାରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ତଥା ଜିଲା ମୁଖ୍ୟ ଚିକିତ୍ସାଳୟ ମାନସିକ ରୋଗ ବିଭାଗରେ ଗତ ଅଢ଼େଇ ବର୍ଷରେ ପ୍ରାୟ ୯ହଜାର ରୋଗୀ ଚିକିତ୍ସିତ ହୋଇଛନ୍ତି। ବିଭାଗ ପକ୍ଷରୁ ରୋଗୀଙ୍କୁ ମାଗଣା ଔଷଧ ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଫଳରେ ଯେଉଁ ରୋଗୀମାନେ ପୂର୍ବରୁ ଜିଲା ବାହାରକୁ ଯାଇ ଚିକିତ୍ସିତ ହେଉଥିଲେ, ସେମାନେ ବର୍ତ୍ତମାନ ସିଟି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି। ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଟି ହସ୍‌ପିଟାଲ୍‌ରେ ୨୦୧୭ରୁ ମାନସିକ ରୋଗ ଚିକିତ୍ସା ବିଭାଗ ଖୋଲିଛି।
୨୦୧୭-୧୮ ବର୍ଷରେ ମାତ୍ର ୧୫ଶହ ରୋଗୀ ଏଠାରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ୨୦୧୮-୧୯ରେ ଏହି ସଂଖ୍ୟା ଢ଼େର ବଢ଼ିଯାଇଥିଲା। ଏହି ବର୍ଷ ୪ହଜାର ୩୩୨ ରୋଗୀଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା। ୨୦୧୯-୨୦(ଅଗଷ୍ଟ ସୁଦ୍ଧା) ୩ହଜାର ୧୫୫ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ପ୍ରାୟ ୩ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେବେ। ତେବେ ଏହି ସଂଖ୍ୟା ବଢ଼ିବା ପଛର କାରଣ ବ୍ୟାପକ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମ। ବିଭାଗ ପକ୍ଷରୁ ନିୟମିତ ଜିଲାର ବିଭିନ୍ନ ଚିକିତ୍ସାଳୟଗୁଡ଼ିକରେ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଚଳିତ ବର୍ଷ ୩୫ କ୍ୟାମ୍ପ ଆୟୋଜିତ ହୋଇସାରିଲାଣି। ଆହୁରି ୯ କ୍ୟାମ୍ପ ଆଗାମୀ ଦିନରେ କରାଯିବ। ଚିକିତ୍ସା ସୁବିଧା ରୋଗୀଙ୍କ ନିକଟରେ ପହଞ୍ଚୁଥିବା ଯୋଗୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଅନ୍ୟପଟେ ମାନସିକ ରୋଗ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଉଛି।
ଦାସକାଠିଆ ମାଧ୍ୟମରେ ‘ସାନ୍ତ୍ୱନା’ ନାମକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।
ଗଞ୍ଜାମ ଜିଲାରେ ୨୬୪ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଲାଣି। ରୋଗ ବିଶେଷଜ୍ଞ ଡା. ବିଭୁ କଲ୍ୟାଣ ସାହୁଙ୍କ କହିବାନୁଯାୟୀ, ସିଟି ହସ୍‌ପିଟାଲରେ ବିଭାଗ ଖୋଲିବା ପରଠୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଏଠାରେ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ୫୬ ପ୍ରକାର ଔଷଧ ରୋଗୀଙ୍କୁ ଦିଆଯାଉଛି। ସେହିଭଳି ପ୍ରତ୍ୟେକ ରୋଗୀଙ୍କ ଡାଟାବେସ୍‌ ପ୍ରସ୍ତୁତ କରାଯାଉଛି। ପ୍ରତି ମାସରେ ସେମାନଙ୍କ ସ୍ବାସ୍ଥ୍ୟ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ନିୟମିତ ପରୀକ୍ଷା ପାଇଁ ପରାମର୍ଶ ଦିଆଯାଉଛି। ଅନେକ ସମୟରେ ବିଶେଷଜ୍ଞ ଡାକ୍ତରମାନେ ରୋଗୀଙ୍କ ପାଖକୁ ଯାଇ ମଧ୍ୟ ଚିକିତ୍ସା କରୁଛନ୍ତି। ସେହିଭଳି ଚିକିତ୍ସାଳୟକୁ ଆସିବା ପାଇଁ ରୋଗୀଙ୍କୁ ପ୍ରତ୍ୟେକ ମାସରେ ୨ଶହ ଟଙ୍କା ଲେଖାଏ ଗସ୍ତ ଖର୍ଚ୍ଚ ପ୍ରଦାନ କରାଯାଉଛି। ପ୍ରାୟତଃ ରୋଗୀମାନେ ସେମାନଙ୍କ ରୋଗ ସମ୍ପର୍କରେ ବହୁ ବିଳମ୍ବରେ ଜାଣିପାରୁଛନ୍ତି। ଫଳରେ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ସେମାନେ ଚିକିତ୍ସାଳୟକୁ ଆସିବେ, ତେବେ କମ୍‌ ସମୟରେ ରୋଗ ଭଲ କରାଯାଇପାରିବ। ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ମାନସିକ ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କର ଯେଉଁ ସବୁ ଯୋଜନା ରହିଛି, ସେସବୁର ସୁବିଧା ରୋଗୀଙ୍କୁ ଦିଆଯାଉଛି ବୋଲି ଡା. ସାହୁ ପ୍ରକାଶ କରିଛନ୍ତି। ଗୁରୁବାର ସିଟି ହସ୍‌ପିଟାଲ୍‌ରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆର୍‌ଏନ୍‌ଟିସିପି ହଲ୍‌ରେ ଏକ ସଭା ଆୟୋଜିତ ହୋଇଥିଲା। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ। ଚଳିତ ବର୍ଷର ଥିମ୍‌ ‘ଆତ୍ମହତ୍ୟା ନିରାକରଣ’ ଉପରେ ସେ ବକ୍ତବ୍ୟ ପ୍ରଦାନ କରିଥିଲେ।
ମାନସିକ ରୋଗ ବିଶେଷଜ୍ଞ ଡା. ବିଭୁ କଲ୍ୟାଣ ସାହୁ ପାୱାର୍‌ ପଏଣ୍ଟ ମାଧ୍ୟମରେ ଆତ୍ମହତ୍ୟାର କାରଣ ଏବଂ ନିରାକରଣ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚ୍‌ଓ(ଚିକିତ୍ସାଳୟ) ଡା. ହିମାଂଶୁବାଳା ପଟ୍ଟନାୟକ, ସିଟି ହସ୍‌ପିଟାଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଡା. ପି. କୁର୍ମେୟା, ଜିଲା ଯକ୍ଷ୍ମା ଅଧିକାରୀ ଡା. ମନୋଜ ପଣ୍ଡା, ଡିଇଆଇସିର ଏମ୍‌ଓ ଡା. ସୁକାନ୍ତୀ ଦାସ, ଆର୍‌ଏନ୍‌ଟିସିପି ଏମ୍‌ଓ ଗୀତ୍‌ମୟ ପଟ୍ଟନାୟକ, ପୂର୍ବତନ ସିଡିଏମ୍‌ଓ ଡା. ରତ୍ନାକର ବେହେରାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସକାଳେ ମାନସିକ ରୋଗ ସଚେତନତା ରଥ ବାହାରି ସହର ପରିକ୍ରମା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ଏକାଠି ଜିଇଁବା ଏକାଠି ମରିବା….ସ୍ବାମୀ ମୃତ୍ୟୁର ୬ ଘଣ୍ଟା ପରେ ଦୁନିଆରୁ ବିଦାୟ ନେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: କୁହାଯାଏ ଯେ ପ୍ରକୃତ ପ୍ରେମ ଜୀବନସାରା ରହିଥାଏ । ସମସ୍ତିପୁର ଜିଲ୍ଲାର ରୋସେରାର ଏହି ହୃଦୟ ବିଦାରକ ଘଟଣା ଏହାର ପ୍ରମାଣ ଦେଉଛି ।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri