ଗଞ୍ଜାମର ଫେରିଛନ୍ତି ୧୯,୨୯୫

ଛତ୍ରପୁର,୧୦ା୫(ଡି.ଏନ.ଏ.)- ପ୍ରବାସୀମାନେ ଶୁକ୍ରବାର ସୁଦ୍ଧା ୧୯ଟ୍ରେନ୍‌ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଆସି ପହଞ୍ଚିଥିଲେ। ହାଇକୋର୍ଟର ସ୍ଥଗିତାଦେଶ ଯୋଗୁ ଶନିବାର କୌଣସି ଟ୍ରେନ୍‌ ଆସି ନ ଥିଲା। ତେବେ ସୁପ୍ରିମକୋର୍ଟଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ ପରେ ପୁଣି ଶନିବାର ଅପରାହ୍ନ ୧ଟା ୩୦ରେ ସୁରଟରୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ରବିବାର ଅପରାହ୍ନ ୧ ଟା ୧୫ରେ ଏହା ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିବ ବୋଲି ଜଣାପଡିଛି। ଅପରପକ୍ଷରେ ସୁରଟ ଫେରନ୍ତାଙ୍କୁ ନେଇ ଗଞ୍ଜାମରେ କରୋନା ପଜିଟିଭଙ୍କ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ଜିଲାବାସୀ ଭୟଭୀତ ହୋଇ ପଡିଛନ୍ତି। ତେବେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ପ୍ରବାସୀଙ୍କଠାରେ ପଜିଟିଭ ମିଳିଥିବା ଏବଂ କମ୍ୟୁନିଟି ସଂକ୍ରମଣ ହୋଇ ନ ଥିବାରୁ ଗଞ୍ଜାମବାସୀ ଭୟଭୀତ ଏବଂ ବ୍ୟତିବ୍ୟସ୍ତ ହେବାର ନାହିଁ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ଏବଂ ଜନସାଧାରଣଙ୍କ ପାଇଁ ଭିଡିଓ ବାର୍ତ୍ତାରେ କହିଛନ୍ତି। କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୦୦ ମିଟର ମଧ୍ୟରେ ଶୁକ୍ରବାର ଜିଲାପାଳ ୧୪୪ ଧାରା ଜାରି କରିଛନ୍ତିି। ସେଠାକୁ ଯିବାକୁ ବାରଣ କରାଯାଇଛି। କେହି ପରିବାର ସଦସ୍ୟ ସେଠାକୁ ଗଲେ ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ଏଥିସହ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମାମଲା ରୁଜୁ ହେବ ବୋଲି ମଧ୍ୟ ଜିଲାପାଳ ସତର୍କ କରାଇ ଦେଇଛନ୍ତି। ସୂଚନାନୁସାରେ, ଶୁକ୍ରବାର ସୁଦ୍ଧା ୧୯ ଟ୍ରେନ୍‌ ଯୋଗେ ପ୍ରବାସୀମାନେ ଜଗନ୍ନାଥପୁର ଷ୍ଟେଶନକୁ ଆସି ଓହ୍ଲାଇଛନ୍ତି। ଏଥିରେ ଗଞ୍ଜାମ ଜିଲା ସମେତ ଗଜପତି, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ବୌଦ୍ଧ ଓ ଅନୁଗୋଳ ସମେତ ଅନ୍ୟ ଜିଲାର ପ୍ରବାସୀମାନେ ଫେରିଛନ୍ତି। ଏମାନଙ୍କୁ ତାଙ୍କ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ବସ୍‌ ଯୋଗେ ପଠାଯାଇଥିଲା। ଗତ ୩ରୁ ୮ ତାରିଖ ମଧ୍ୟରେ ଜଗନ୍ନାଥପୁର ଷ୍ଟେଶନକୁ ୧୯ ଟ୍ରେନ୍‌ରେ ଜିଲାର କେରଳ ଏବଂ ଗୁଜରାଟରୁ ମୋଟ ୧୯,୨୯୫ ପ୍ରବାସୀ ଆସିଥିବା ଜଣାପଡିଛି। ସୁରଟରୁ ଆସିଥିବା ୧୬ ଟ୍ରେନ୍‌ରେ ୧୮ ହଜାର ୩୭୭ ଏବଂ କେରଳରୁ ଆସିଥିବା ୩ ଟ୍ରେନ୍‌ରେ ୯୧୮ ପ୍ରବାସୀ ଆସିଥିବା ଜଣାପଡିଛି। ସୂଚନାଯୋଗ୍ୟ, ସୁରଟରୁ ୩ ତାରିଖରେ ପ୍ରଥମ ଟ୍ରେନ୍‌ ଜଗନ୍ନାଥପୁର ଜଙ୍କଶନକୁ ଆସିଥିଲା। ସେଥିରେ ଗଞ୍ଜାମର ୧୨୦୨ ଜଣ ରହିଥିଲେ। ସେହିପରି ୪ରେ ୩ ଟ୍ରେନ୍‌ରେ ୩୬୩୪, ୫ ରେ ୩୭୦୮, ୬ ରେ ୩ ଟି ଟ୍ରେନ୍‌ରେ ୩୬୩୦ ଜଣ, ୭ ରେ ୨୬୮୬ ଜଣ ଏବଂ ୮ ରେ ୩ ଟ୍ରେନ୍‌ ଯୋଗେ ୩୫୧୭ ଜଣ ଗଞ୍ଜମର ଆସିଥିଲେ। ସେହିପରି କେରଳରୁ ପ୍ରଥମ ଟ୍ରେନ୍‌ ୩ତାରିଖରେ ୧୨୨ ଜଣ, ୪ରେ ୬୦୬ ଏବଂ ୭ ତାରିଖରେ ୧୯୦ ଜଣଙ୍କୁ ନେଇ ଆସିଥିଲା।ଟ୍ରେନ୍‌ରେ ଫେରିଥିବା ଓଡିଆଙ୍କ ପାଇଁ ଜଗନ୍ନାଥପୁର ଷ୍ଟେଶନରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ସହ ପୋଲିସ ବ୍ୟାରିକେଡ୍‌ ଓ ସାମାଜିକ ଦୂରତ୍ୱ ରକ୍ଷା କରି ବସ୍‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ଷ୍ଟେଶନରେ ୧୨ ସ୍କ୍ରିନିଂ ସେଣ୍ଟର ହୋଇଛି। ପ୍ରତି ସ୍ବାସ୍ଥ୍ୟ ଟିମ୍‌ରେ ଡାକ୍ତରଙ୍କ ସହ ୭ ସଦସ୍ୟ ରହିଛନ୍ତିି। ଥର୍ମାଲ ସ୍କ୍ରିନିଂ ପରେ ରେଜିଷ୍ଟ୍ରେଶନ, ମାସ୍କ ଓ ଫୁଡ୍‌ କିଟ୍‌ ପ୍ରଦାନ କରାଯାଉଛି। ଅପରପକ୍ଷରେ ଜିଲାକୁ ଆସିଥିବା ପ୍ରବାସୀଙ୍କ ମଧ୍ୟରୁ କେତେକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଖାଇବା ଫିଙ୍ଗିବା, ନିମ୍ନମାନର ଖାଦ୍ୟ, ରହିବା ସୁବିଧା ନ ଥିବା ଅଭିଯୋଗ ଆସିଛି। ଏଥିସହ ଗଣ୍ଡଗୋଳଠାରୁ ଆରମ୍ଭ କରି ପୋଲିସ ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ମଧ୍ୟ ପ୍ରବାସୀମାନେ ଅଶାଳୀନ ବ୍ୟବହାର କରିଛନ୍ତି। ଏ ପରିକି କେତେଜଣ ସେଠାରୁ ଖସି ପଳାଇବା ଆଦି ଘଟଣା ଘଟିଛି। ଏନେଇ ଗଞ୍ଜାମ ପୋଲିସ ଜିଲାର ଥାନାଗୁଡିକରେ ୩ ମାମଲା ମଧ୍ୟ ରୁଜୁ ହୋଇଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରବର୍ତ୍ତୀ ସମୟରେ ବିଶୃଙ୍ଖଳାକାରୀ ନିଜର ଭୁଲ ସ୍ବୀକାର କରି କ୍ଷମା ମଧ୍ୟ ମାଗିଥିବା ଭିଡିଓ ପଦାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri