ବ୍ରହ୍ମପୁର ଅଫିସ୍,୬ା୮-ପୁଅମାନଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ନୈରାଶ୍ୟଜନକ ଯୋଗୁ ଯେଉଁ ଗଞ୍ଜାମ ଜିଲାର ବଦନାମ୍ ଥିଲା, ସେଇ ଜିଲାରେ ଝିଅଙ୍କ ସଂଖ୍ୟା ଉତ୍ସାହଜନ ଭାବେ ବଢ଼ିବାରେ ଲାଗିଛି। ଗତ କିଛିବର୍ଷ ଭିତରେ ଲିଙ୍ଗାନୁପାତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ସୋମବାର ରାଜ୍ୟ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାଳୟ ପକ୍ଷରୁ ଜିଲାକୁ ପ୍ରଶଂସା କରାଯାଇଛି। ଏଥି ସହ ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ, ସେନେଇ ମଧ୍ୟ ଏକ ତାଲିକା ପ୍ରଦାନ କରାଯାଇଛି। ଏହି ସଫଳତାକୁ ନେଇ ଏବେ ଜିଲା ସ୍ବାସ୍ଥ୍ୟ ପ୍ରଶାସନରେ ଖୁସି ଦେଖିବାକୁ ମିଳିଛି।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ୨୦୧୪ରେ ଜିଲାରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଥିଲା ମାତ୍ର ୮୯୯। ଏହାର ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୧୫ରେ ଏହି ସଂଖ୍ୟା ଆହୁରି କମିଯାଇ ୮୮୦ରେ ପହଞ୍ଚିଥିଲା। କିନ୍ତୁ ୨୦୧୬ ସ୍ଥିତି ସମସ୍ତଙ୍କୁ ଚକିତ କରିଥିଲା। କାରଣ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିଯାଇ ମାତ୍ର ୮୫୪ରେ ପହଞ୍ଚ ଥିଲା। ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲାରେ ଝିଅମାନଙ୍କ ସଂଖ୍ୟା କମିବାକୁ ନେଇ ରାଜ୍ୟ ସରକାର ମଧ୍ୟ ଚିନ୍ତାରେ ପଡ଼ିଯାଇଥିଲେ। ମୁ୍ଖ୍ୟମନ୍ତ୍ରୀ ଏହି ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଯୋଗୁ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଝିଅଙ୍କ ସଂଖ୍ୟା କମିବା ପଛରେ ବେଆଇନ ଭାବେ ଭ୍ରୂଣ ଚିହ୍ନଟ ଏବଂ ଭ୍ରୂଣ ହତ୍ୟାକୁ ଦାୟୀ କରାଯାଉଥିଲା। ପ୍ରାକ୍ ଗର୍ଭାବସ୍ଥା ଏବଂ ଗର୍ଭସ୍ଥ ଶିଶୁର ଲିଙ୍ଗନିରୁପଣ(ପିସି ଆଣ୍ଡ ପିଏନ୍ଡିଟି) ନିୟମ ଯେମିତି ଏହି ଜିଲାରେ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଲିଙ୍ଗ ନିରୁପଣ ରୋକିବା, କନ୍ୟା ଶିଶୁକୁ ବଞ୍ଚାଇବା, ବିଦ୍ୟାଳୟରେ ଝିଅମାନଙ୍କ ଉପସ୍ଥାପନା ବଢ଼ାଇବା ସହ ଝିଅମାନଙ୍କୁ ବିଭିନ୍ନ ସମୟରେ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ୨୦୧୬ ସେପ୍ଟେମ୍ବରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ବିଜୁ କନ୍ୟା ରନତ୍ ଯୋଜନା’। ଲିଙ୍ଗାନୁପାତ କମ୍ ଥିବା ତିନିଟି ଜିଲା ଯଥା ଗଞ୍ଜାମ ସମେତ ଅନୁଗୋଳ ଏବଂ ଢ଼େଙ୍କାନାଳ ଜିଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୧୬-୧୭ ଆର୍ଥିକ ବର୍ଷରୁ ତିନି ବର୍ଷ ପର୍ଯ୍ୟନ୍ତ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହାର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳିଲା। ୨୦୧୭ରେ ୧ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଥିଲା। ୨୦୧୮ ରେ ଏହି ସଂଖ୍ୟା ଢ଼େର୍ ବୃଦ୍ଧି ପାଇ ୯୩୭ରେ ପହଞ୍ଚିଛି। ଅନ୍ୟପଟେ ଗତ ପ୍ରାୟ ୧ ବର୍ଷ ହେଲା ବିଜୁ କନ୍ୟା ରନତ୍ ଯୋଜନାର ଏକ ଉପଯୋଜନା ଭାବେ ଜିଲାରେ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଯେଉଁଥିରେ ନବଜାତ କନ୍ୟା ଶିଶୁ ଏବଂ ସେମାନଙ୍କ ମା’ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଝିଅଙ୍କ ସଂଖ୍ୟା ବଢ଼ାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି।
୫ ବର୍ଷରେ ଏହି ଅଭିବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲା ପ୍ରଶାସନକୁ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ଯେମିତି ଲିଙ୍ଗାନୁପାତ ଆହୁରି ବଢ଼ିବ, ସେଦିଗରେ କାର୍ଯ୍ୟ କରିବା ପାଇଁ ୭ଟି ପରାମର୍ଶ ଦିଆଯାଇଛି। ଯେଉଁ ବ୍ଲକରେ ଲିଙ୍ଗାନୁପାତ ୯ଶହରୁ କମ୍ ରହିଛି, ସେହି ବ୍ଲକ ଏବଂ ପଞ୍ଚାୟତକୁ ଚିହ୍ନଟ କରାଯାଇ ବିଶେଷ ଧ୍ୟାନ ଦେବା, ଅକ୍ଟୋବର ୧୧ତାରିଖରେ ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ, ଲିଙ୍ଗାନୁପାତ ବୃଦ୍ଧି ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ, ଯେଉଁ ବ୍ଲକରେ ଲିଙ୍ଗାନୁପାତ କମ୍ ରହିଥିବ କିନ୍ତୁ ଆଶାମାନେ ଭଲ କାମ କରିଥିବେ ସେଭଳି ୩ଜଣ ଆଶାଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ନିୟମିତ ବ୍ୟବଧାନରେ ଲିଙ୍ଗାନୁପାତର ତଥ୍ୟ ରଖିବାକୁ ପରାମର୍ଶ ଦିଆଯାଇଛି।
ଏନେଇ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏହି ସଫଳତାର ଅନେକ ଶ୍ରେୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମକୁ ଯାଉଛି। ଜିଲାପାଳଙ୍କ ନେତୃତ୍ୱରେ ଜିଲା ପ୍ରଶାସନ ଏବଂ ଜିଲା ସ୍ବାସ୍ଥ୍ୟ ପ୍ରଶାସନର ଉଦ୍ୟମର ସଫଳ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ
ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…
ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…
ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…
ମଦ ପିଇ ବସ୍ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍ ଆନାଲାଇଜର୍ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍ ସସ୍ପେଣ୍ଡ ସହ…
ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…
ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…
ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…
ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…
ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…
‘ଶିକ୍ଷା ସଚେତନତା ରଥ’ ଉଦ୍ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…
ଚାଲିଛି ଆଇପିଏଲ ସିଜନ୍: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ
ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…
ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା
ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…
Archives

