‘ଗଛ ମୋ ଜୀବନ, ସ୍ବପ୍ନ, ସାହାରା’

ସିମୁଳିଆ, (ସନ୍ତୋଷ କୁମାର ନାୟକ)-
ପରିବେଶର ସୁରକ୍ଷା ବିନା ଜୀବଜଗତ ତିଷ୍ଠିବା ସମ୍ଭବ ନୁହେଁ। ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ବାର୍ତ୍ତା ପ୍ରଚାର ଲାଗି ୫୯ବର୍ଷୀୟ ଗୋଲକବିହାରୀ ରାଉତ ଏବେ ଗାଁକୁ ଗାଁ ଘୂରି ବୁଲୁଛନ୍ତି । କାନ୍ଧରେ ଏକ ଭାର ଯେଉର୍ଁଥିରେ ଦୁଇଟି ଝୁଡିରେ ବିଭିନ୍ନ କିସମର ଚାରା। କେବଳ ନିଜ ଅଞ୍ଚଳ ନୁହେଁ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାର ବିଭିନ୍ନ ସ୍ଥାନ ବୁଲି ସ୍ବଳ୍ପ ମୂଲ୍ୟରେ ଫୁଲ, ଫଳ ଓ ଔଷଧୀୟ ଚାରାଗଛକୁ ୧୦ରୁ ୧୫ଟଙ୍କାରେ ବିକିବା ସହ ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି। ସେ ୧୦ବର୍ଷରୁ ଊର୍ଦ୍ଧ୍ୱ ଦିନ ଶିକ୍ଷକତା କାର୍ଯ୍ୟ କରିଥିବାରୁ ଗଛ ଲଗାଇ ପରିବେଶ ସୁରକ୍ଷା କରିବା ଲାଗି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ସ୍କୁଲ, କଲେଜ ବୁଲି ଚାରା ବାଣ୍ଟୁଛନ୍ତି। ଜୀବନରେ ଅନେକ ଉତ୍‌ଥାନ ପତନ ପରିସ୍ଥିତିକୁ ସାମ୍ନା କରିଥିବା ଗୋଲକବିହାରୀ ଏବେ ସମାଜସେବା କାର୍ଯ୍ୟକୁ ଆଦରି ନିଜେ ଚାରା ଉତ୍ପାଦନ କରି ଏହାକୁ ବୁଲି ବୁଲି ବିକ୍ରି କରୁଛନ୍ତି। ସେ କହନ୍ତି, ‘ପିଲାଦିନୁ ମୁଁ ଗଛକୁ ଭଲ ପାଇ ଆସିଛି। ଗଛ ମୋ ଜୀବନ, ସ୍ବପ୍ନ ଓ ସାହାରା ସବୁକିଛି।’
ଗୋଲକବିହାରୀଙ୍କ ଘର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ପାଟୁଳି ଅଞ୍ଚଳରେ।
ତାଙ୍କ ମାତାପିତା ହେଲେ ଅନ୍ନପୂର୍ଣ୍ଣା ଓ ଗୌରହରି ରାଉତ। ତାଙ୍କର ଦୁଇଝିଅ ଓ ଜଣେ ପୁଅଙ୍କ ମଧ୍ୟରେ ଗୋଲକ ସାନ। ସେ କେନ୍ଦୁଝର ଜିଲା ଆନନ୍ଦପୁର କଲେଜରୁ ବିଏ ପାସ୍‌ କଲା ପରେ ତାଳଚେର କୋଇଲା ଖଣିରେ ଜଣେ ଠିକାଦାରଙ୍କ ଅଧୀନରେ ସୁପରଭାଇଜର କାମ କରିଥିଲେ। ପରେ ନିଜ ଅଞ୍ଚଳରେ ବିମଳବର ହାଇସ୍କୁଲ ନାମରେ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ଖୋଲିବାରୁ ସେ ସୁପରଭାଇଜର ଚାକିରି ଛାଡ଼ି ଶିକ୍ଷକ ରୂପେ ବିଦ୍ୟାଳୟରେ ଯୋଗ ଦେଇଥିଲେ। ଗୋଲକଙ୍କ ବାପା ଅନ୍ୟ ଏକ ବିଦ୍ୟାଳୟରେ ଶିକ୍ଷକତା କରୁଥିବାରୁ ସେ ପୁଅକୁ ନିଜ ଅଞ୍ଚଳରେ ଶିକ୍ଷକତା କରି ପାଖରେ ରହି ଘର ଦେଖାଶୁଣା କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଗୋଲକ ଶିକ୍ଷକତା କରୁଥିବା ବିଦ୍ୟାଳୟରେ ପରେ ଅଚଳାବସ୍ଥା ସୃଷ୍ଟି ହୋଇ ବନ୍ଦ ହୋଇଯାଇଥିଲା। ଅପରପକ୍ଷେ ସେ ବିବାହ କରିବାର ୪ମାସ ପରେ ତାଙ୍କ ପନତ୍ୀ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ପରିବାର ଚାପରେ ସେ ଦ୍ୱିତୀୟ ବିବାହ କରିଥିଲେ ମଧ୍ୟ ପତ୍ନୀ ତାଙ୍କୁ ଛାଡି ଚାଲିଗଲେ। ସେବେଠାରୁ ସମାଜସେବା କାର୍ଯ୍ୟକୁ ଆଦରି ଗତ କିଛିବର୍ଷ ଧରି ନିଜେ ଚାରା ଉତ୍ପାଦନ କରି ସମସ୍ତଙ୍କୁ ଗଛ ଲଗାଇବା ଲାଗି ପ୍ରବର୍ତ୍ତାଇ ସେ ଚର୍ଚ୍ଚାକୁ ଆସିଛନ୍ତି। ବର୍ତ୍ତମାନ ଭଉଣୀ ଭିଣୋଇ ଓ ଭଣଜା ତାଙ୍କ ପାଖରେ ରହି ଯତ୍ନ ନେଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri