ଗଛ ମରିଗଲେ ଯିବାକୁ ପଡିବ ଜେଲ

ମୁରୈନା,୨୮।୧: ମଧ୍ୟପ୍ରଦେଶର ମୁରୈନା ଜିଲାରେ ଥିବା ଏକ ଜଙ୍ଗଲର ଗଛ ଗୁଡିକୁ ଦେଖାରଖା କରିବାକୁ ପୋଲିସ ଆସିଥାଆନ୍ତି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ୍ୟ। ପୋଲିସ ଏଠାକୁ ପରିବେଶ ସଂରକ୍ଷଣ କରିବାକୁ ନୁହେଁ ବରଂ ଡ୍ୟୁଟି କରିବାକୁ ଆସୁଥିବା କୁହାଯାଏ। ତେବେ ଏହି ଜଙ୍ଗଲ ହେଉଛି ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଜାମିନ ପାଇବା ପାଇଁ ସେଠି ଗଛ ଲଗାଇଛନ୍ତି। ଯଦି ଏହି ଗଛ ମରିଯାଏ ତେବେ ଅପରାଧିମାନଙ୍କ ଜାମିନ ଖାରଜ ହେବା ସହ ସେମାନେ ପୁଣିଥରେ ଜେଲ ଯିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଅପରାଧିମାନେ ଲଗାଇଥିବା ଗଛ ଗୁଡିକର ଯତ୍ନ ସେମାନେ ନିଜେ ନେଇଥାଆନ୍ତି। ଏହି ଗଛ ଗୁଡିକ ପାଇଁ ଅପରାଧିମାନେ ଟଙ୍କା ଖର୍ଚ୍ଚ କରିବା ସହ ମଝିରେ ମଝିରେ ଏମାନେ ଏହି ଗଛକୁ ପାଣି ଓ ଖାଦ୍ୟ ଦେବାକୁ ମଧ୍ୟ ଯାଇଥାଆନ୍ତି। ମୁରୈନାର ଦେବରି ପଞ୍ଚାୟତ ଅନ୍ତର୍ଗତ ପିତୃବନରେ ଅପରାଧିଙ୍କ ଦ୍ୱାରା ଏମିତି ପ୍ରାୟ ୨ଶହ ଗଛ ଲଗାଯାଇଥିବା କୁହାଯାଏ। ଏହା ମୁରୈନାଠାରୁ ଏହା ପ୍ରାୟ ୫ କିଲୋମିଟର ଦୂର ଏକ ନଦୀ କୂଳରେ ଅବସ୍ଥିତ। ପ୍ରଥମେ ଏହି ଜଙ୍ଗଲ ପ୍ରାୟ ୪ ବର୍ଷ ତଳେ ସ୍ଥାନୀୟ ପ୍ରଶାସନ ଓ ସମାଜସେବୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏଠାରେ ଲୋକେ ସେମାନଙ୍କ ପୂର୍ବ ପୁରୁଷଙ୍କ ସ୍ମୃତିରେ ଗଛ ଲଗାଉଥିଲେ। କଳ୍ପବୃକ୍ଷ ସେବା ସମିତି ଦ୍ୱାରା ଏହାର ଦେଖାରଖା କରାଯାଉଥିଲା। ତେଣୁ ଏହାର ନାମ ପିତୃବନ ରଖାଯାଇଥିଲା। ଏବେ ଏହି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨ ହଜାର ଗଛ ଥିବା ବେଳେ ସେଥିମଧ୍ୟରୁ ୨ଶହ ଗଛ ଅପରାଧିଙ୍କ ଦ୍ୱାରା ଲଗାଯାଇଛି। ଏହି ଅପରାଧିମାନେ ନିଜ ନିଜର ଗଛକୁ ଚିହ୍ନିବା ପାଇଁ ଗଛ ଚାରିପଟେ ତାରବାଡ ଲଗାଇବା ସହ ଏଥିରେ ନିଜ ନିଜ ନାଁ ଲେଖି ଦେଇଛନ୍ତି। ସବୁଠାରୁ ରୋଚକ କଥା ହେଲା ସ୍ଥାନୀୟ ପୋଲିସ ମଝିରେ ମଝିରେ ପିତୃବନ ଯାଇ ଗଛ ଗୁଡିକ ଠିକ୍‌ ଅଛି କି ନା ଦେଖିବା ପରେ ଏନେଇ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥାଆନ୍ତି। ସେହିପରି କଳ୍ପବୃକ୍ଷ ସେବା ସମିତି ଦ୍ୱାରା ମଧ୍ୟ ଏଠାରେ ଗଛ ଲଗାଇଥିବା ଅପରାଧିଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ, ଯାହାକୁ ନେଇ ସେମାନେ କୋର୍ଟରେ ପ୍ରଦାନ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri