Posted inଭଦ୍ରକ

ଗଁ। ଲୋକେ ପ୍ରତିବର୍ଷ ବାନ୍ଧୁଛନ୍ତି ବନ୍ଧ

ଚାନ୍ଦବାଲି,୨୩।୧୧(ଡି.ଏନ.ଏ.)- ପ୍ରଶାସନ ପକ୍ଷରୁ ହୋଇପାରୁନି ସ୍ଥାୟୀ ପ୍ରତିକାର। ନିଜ ଜମିକୁ ଜୁଆର ପ୍ରଭାବରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରତିବର୍ଷ ମାଟିବନ୍ଧ ତିଆରି କରୁଛନ୍ତି। ବର୍ଷାଦିନେ ଏହି ମାଟିବନ୍ଧ ଧୋଇ ଯାଉଛି। ଶୁକ୍ରବାର ଚାନ୍ଦବାଲି ବ୍ଲକର ଜଳଦେଶ ଅଞ୍ଚଳରେ କେତେକ ଗଁ।ର ଲୋକ ମିଶି ସାଳନ୍ଦୀ ନଦୀର ମାଳିସାହି ଯୋରରେ ଗରିପୁର ନିକଟରେ ଅସ୍ଥାୟୀ ମାଟିବନ୍ଧ ବାନ୍ଧିଛନ୍ତି। ପ୍ରାୟ ୪୦ ଫୁଟ୍‌ ଲମ୍ବ ଓ ୧୫ ଫୁଟ ଓସାରର ମାଟିବନ୍ଧ ତିଆରି ହେଉଛି। ତେବେ ବନ୍ଧ ପାଇଁ ମାଟିର ଅଭାବ ଦେଖାଦେଇଛି। କାମ ସରିବାକୁ ୨ରୁ ୩ ଦିନ ଲାଗିପାରେ ବୋଲି ବନ୍ଧ ତିଆରି କରୁଥିବା ଲୋକେ ପ୍ରକାଶ କରିଛନ୍ତି। ଭୂଇଁବୃତି ପଞ୍ଚାୟତର ଗରିପୁର, ପୁରସ୍ତମପୁର, ବଉଳଯୋଡ଼ା, ଧାନଖଣିଆ, ମାଧପୁର ପଞ୍ଚାୟତର ମାଳିସାହି, କୃଷ୍ଣପୁର, ବ୍ରହ୍ମପୁର ଆଦି ୭ଟି ଗଁ।ର ଲୋକ ନିଜର ଶ୍ରମଦାନ ଓ ଆର୍ଥତ୍କ ସହଯୋଗରେ ବନ୍ଧ ନିର୍ମାଣ କରିଛନ୍ତି।
ଚାଷୀମାନଙ୍କ କହିବା ଅନୁଯାୟୀ, ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ଯୋର ଉପରେ ଏକ ପକ୍କାପୋଲ ନିର୍ମାଣ କରାଯାଇଥିଲେ ମଧ୍ୟ ଲୁହାର ସଟର ଲାଗି ନ ଥିବାରୁ ତାହା କାମରେ ଆସୁନାହିଁ। ମୁକୁଳା ପଡ଼ିଥିବା ଏହି ଯୋର ଦେଇ ସାମୁଦ୍ରିକ ଜୁଆର ପାଣି ପାଚିଲା ଧାନ କିଆରିରେ ମାଡ଼ି ଯାଏ। ଫଳରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥାଏ। ସାଳନ୍ଦୀ ନଦୀର ମାଳିସାହି ଯୋରରେ ସ୍ଲୁଇସଗେଟ୍‌ ନିର୍ମାଣ ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ପ୍ରାୟ ୫୦ ବର୍ଷ ହେବ ପ୍ରତିବର୍ଷ କାଳୀପୂଜା ପରେ ପରେ ପାଗକୁ ଦେଖି ଏହି ଯୋରରେ ମାଟିବନ୍ଧ ବାନ୍ଧି ପାଣିକୁ ଅଟକ ରଖାଯାଉଛି। ବନ୍ଧର ଦୁଇପାଖରେ ଘାସ କଅଁଳିବା ପର୍ଯ୍ୟନ୍ତ ବନ୍ଧକୁ ସୁରକ୍ଷା ଦେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ କେମିତି ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?