ଖୋଳା ବନ୍ଦ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଗୋପ,୨୫ା୫(ଡି.ଏନ୍‌.ଏ.): ଗୋପ ବ୍ଲକ ମହଲପଡ଼ା ପଞ୍ଚାୟତର କେତେକ ସରକାରୀ ଜମିକୁ ବେଆଇନ ଭାବେ ଜବରଦଖଲ କରି ମାଛ ପୋଖରୀ ଖୋଳିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ବିଚାରକୁ ନେଇ ଜିଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଗୋପ ତହସିଲଦାର ଏସ୍‌.କେ. ସାର୍ଗି ତୁରନ୍ତ ଏହି ବେଆଇନ ମାଛ ପୋଖରୀ ଖୋଳାଯାଉଥିବା ସ୍ଥାନକୁ ମାପଚୁପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଏହି ସବୁ ସରକାରୀ ଜମି ମହଲପଡା ଓ ଶୋରଭା ପଞ୍ଚାୟତର ମୌଜାରେ ଥିବାରୁ ଦୁଇ ମୌଜାର ରାଜସ୍ବ ନିରୀକ୍ଷକ ସର୍କଲକୁ ଜଣାଇ ଦିଆଯାଇଛି। ପ୍ରକାଶ ଯେ, କିଛି ଦିନ ଧରି ଭୁବନେଶ୍ୱର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏକ କମ୍ପାନୀ ନାମରେ ଅଳ୍ପ କିଛି ଜମି କିଣିବା ପରେ ନିକଟରେ ଥିବା ପ୍ରାୟ ୫୦ ଏକରରୁ ଅଧିକ ସରକାରୀ ଜମିରେ ଡୋଜର ଲଗାଇ ଗଡିଆ ଖୋଳିବା ଆରମ୍ଭ କରିଥିଲା। ସରକାରୀ ଜମି ଜବରଦଖଲ କରି ଗଡିଆ ଖୋଳିବା ସହିତ ବେଆଇନ ଭାବେ ନିକଟରେ ଥିବା କାଦୁଆ ନଦୀକୁ ପୋତି ଦେବା ଭଳି ଅଭିଯୋଗ କରି ନିକଟସ୍ଥ ୩/୪ ଗ୍ରାମର ଲୋକମାନେ ଏହାକୁ ବିରୋଧ କରିଥିଲେ। ଅଭିଯୋଗସତ୍ତ୍ୱେ ସମ୍ପୃକ୍ତ କମ୍ପାନୀ ଏହାକୁ ମାନି ନ ଥିଲା। ଫଳରେ ସମ୍ପୃକ୍ତ ଗ୍ରାମବାସୀ ଖୋଳା ଯାଉଥିବା ସ୍ଥାନରେ ପହଞ୍ଚତ୍ ବେଆଇନ ମାଛ ପୋଖରୀ ଖୋଳା ବନ୍ଦ କରିଥିଲେ। ମହଲପଡା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ସରକାରୀ ଜମିରେ ବେଆଇନ ମାଛ ପୋଖରୀ ଖୋଳିବା ସହିତ କାଦୁଆ ନଦୀକୁ ପୋତି ଯିବାକୁ ନେଇ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ରାଜସ୍ବ ବିଭାଗ ସହିତ ପୁରୀ ଜିଲାପାଳଙ୍କୁ ଟୁଇଟର ମାଧ୍ୟମରେ ଜଣାଇଥିଲେ।
ଏହି ଅଭିଯୋଗକୁ ନେଇ ଜିଲାପାଳ ବେଆଇନ ମାଛ ପୋଖରୀ ଖୋଳାକୁ ବନ୍ଦ କରିବା ସହିତ ସରକାରୀ ଜମି କେତେ ଜବରଦଖଲ କରାଯାଇଛି ତା’ଉପରେ ସବିଶେଷ ତଥ୍ୟ ତହସିଲଦାର ଏସ୍‌.କେ. ସାର୍ଗିଙ୍କୁ ମାଗିଥିଲେ। କିନ୍ତୁ ତହସିଲଦାରଙ୍କ ନିକଟରେ ଏହାର ତଥ୍ୟ ନ ଥିବାରୁ ତୁରନ୍ତ ଏହି ଦୁଇଟି ମୌଜାର ରାଜସ୍ବ ନିରୀକ୍ଷକ ସର୍କଲକୁ ତଥ୍ୟ ମାଗିବା ସହ ସରକାରୀ ସ୍ତରରେ ମାପଚୁପ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହଲପଡା ସରପଞ୍ଚ ଓ ଶୋରଭା ସରପଞ୍ଚଙ୍କୁ ତହସିଲଦାର ଡାକି ଏହି ସରକାରୀ ମାପଚୁପ ସମୟରେ ଉପସ୍ଥିତ ରହିବାକୁ କହିିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମାପଚୁପ ହୋଇ ନାହିଁ। ଅନ୍ୟପଟେ ବେଆଇନ ଭାବେ ପୋଖରୀ ଖୋଳୁଥିବା କମ୍ପାନୀର କେତେଜଣ କର୍ମଚାରୀ ଏବେ ବିରୋଧ କରୁଥିବା ଗାଁରେ ପହଞ୍ଚି ଆପୋସ ସମାଧାନ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଯଦି ବେଆଇନ ମାଛ ପୋଖରୀ ଖୋଳିବା ବନ୍ଦ କରା ନ ଯାଏ, ତା’ହେଲେ ଆଗାମୀ ବର୍ଷାଦିନରେ ଗୋପ ବ୍ଲକର ୬ଟି ପଞ୍ଚାୟତର କେତେକ ଗାଁ ଓ ଶହ ଶହ ହେକ୍ଟର ଚାଷଜମି ବୁଡିବ ବୋଲି ସରପଞ୍ଚ ଶୀର୍ଷରଞ୍ଜନ ନାୟକ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ଏସ୍‌.କେ. ସାର୍ଗି କହିଛନ୍ତି, ରାଜ୍ୟ ସରକାର ଓ ଜିଲାପାଳଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ଆରମ୍ଭ ହୋଇଛି। ତଦନ୍ତ ପରେ ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri