ଖୋଳକୁ କରତାଳ ଦେଉନି ତାଳ

ବଅଁରପାଳ, ୧୮ା୮

ଗଁ। ସଂସ୍କୃତିରେ ଧର୍ମୀୟ ପ୍ରଲେପ ଦିଏ ସଂକୀର୍ତ୍ତନ। ଏକ ପବିତ୍ର ଧାରା ସୃଷ୍ଟି କରେ ମଣିଷ ମନରେ। ଭାଇଚାରା ଓ ଏକତାର ବନ୍ଧନକୁ ଆହୁରି ସଶକ୍ତ କରେ ଏହି ଭକ୍ତିର ଶକ୍ତି। ହେଲେ କରୋନା କଟକଣା ଯୋଗୁ ୫ ମାସ ହେଲା ରୋକ୍‌ ଲାଗିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ। ପୂର୍ବରୁ ବିଭିନ୍ନ ସ୍ଥାନରୁ ଡାକରା ପାଉଥିବା ସଂକୀର୍ତ୍ତନମଣ୍ଡଳୀ ଏବେ ହୋଇଯାଇଛି ଅଲୋଡ଼ା। ଖୋଳ ସହ କରତାଳର ତାଳ ମିଳୁ ନ ଥିବାରୁ ଗଁ।ରୁ ଯେପରି ଦୂରେଇ ଯାଇଛି ଆଧ୍ୟାତ୍ମିକ ବାତାବରଣ।
ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ରହିଛନ୍ତି ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନମଣ୍ଡଳୀ। ଗଁା କୋଠଘର ଓ ଭାଗବତ ଟୁଙ୍ଗି ସହ ବିଭିନ୍ନ ସ୍ଥାନରେ ଏମାନେ ହରିନାମ ପରିବେଷଣ କରନ୍ତି। ଅଷ୍ଟପ୍ରହର ନାମଯଜ୍ଞଠାରୁ ଆରମ୍ଭ କରି ଘର ପ୍ରତିଷ୍ଠା, ଶ୍ରାଦ୍ଧ, ବିଭିନ୍ନ ଉତ୍ସବରେ ନିଜ କଳା, ପ୍ରତିଭା ଦେଖାଇ ଏମାନେ କିଛି ଅର୍ଥ ରୋଜଗାର କରନ୍ତି। ବିଶେଷକରି ନାଲ୍‌କୋ, ବଅଁରପାଳ, ଗୋତମରା, ବୁଢାପଙ୍କ, ନୂଆହତା, କୁଲାଡ଼, ଗିରାଙ୍ଗ, ବଲରାମପ୍ରସାଦ, ତଳମୂଳ, ମହୀଧରପୁର, ଫୁଲୁପଡ଼ା, ବଉଳିଗଡ଼, ଗଡ଼ସନ୍ତ୍ରୀ, ଜରାସିଂହା, କୁମଣ୍ଡ, ବେଣାଗାଡିଆ, ବେଡାଶର, କଞ୍ଜରା, ବଡ଼ କେରେଜାଙ୍ଗ, କାଣ୍ଡସର, କୁକୁଡ଼ାଙ୍ଗ, ରୁରଙ୍ଗ, କୁରୁଡୁଲୁ ସମେତ ବିଭିନ୍ନ ଗ୍ରାମରେ ଏହି ସଂକୀର୍ତ୍ତନ ମଣ୍ଡଳୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେହି ଓଡ଼ିଶୀ ତ ଆଉ କେହି ନଦିଆ ସଂକୀର୍ତ୍ତନ କରିଥାନ୍ତି। କେତେକ ଅଞ୍ଚଳରେ ଥିବା ମହିଳା ସଂକୀର୍ତ୍ତନମଣ୍ଡଳୀ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଦୋଳଠାରୁ ଆରମ୍ଭ କରି ରାମନବମୀ, ହିଙ୍ଗୁଳାଯାତ୍ରା, ଚନ୍ଦନ ପୂର୍ଣ୍ଣିମା, ଶନିଶ୍ଚର ମହାଯଜ୍ଞ, ରଥଯାତ୍ରା, ଜନ୍ମାଷ୍ଟମୀ ଆଦି ପର୍ବପର୍ବାଣିରେ ଏହି ସଂକୀର୍ତ୍ତନିଆମାନଙ୍କୁ ଦୂର ଦୂରାନ୍ତରୁ ଡାକରା ଆସେ। ଏଥିରୁ କିଛି ଅର୍ଥ ମଧ୍ୟ ରୋଜଗାର କରିବାର ଅବସର ମିଳିଯାଇଥାଏ ସେମାନଙ୍କୁ। କିନ୍ତୁ କରୋନା ଆସିବା ପରେ ବିଗିଡି ଯାଇଛି ସ୍ଥିତି। ପୂଜା, ମେଳା, ମହୋତ୍ସବ ସହ ସଂକୀର୍ତ୍ତନ ଉପରେ କଟକଣା ଲଗାଯାଇଥିବାରୁ ଏବେ ଏହି ସଂକୀର୍ତ୍ତନିଆମାନଙ୍କ ଆୟର ଅନ୍ୟତମ ପନ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ସେହିପରି ଗଁା କୋଠଘର ଓ ଭାଗବତ ଟୁଙ୍ଗିରେ ପଡ଼ିଥିବା ତାଲା ମଧ୍ୟ ଏଯାଏ ଖୋଲିନି।
୫ ମାସ ହେଲା ଘରେ ବସିଛୁ
ପର୍ବପର୍ବାଣିରେ ବିଭିନ୍ନ ସ୍ଥାନରୁ ଡାକରା ଆସେ। ସେଠାରେ ନାମ ପରିବେଷଣ କରି ପ୍ରତିଭାର ପରିଚୟ ଦେଉ। ଏହାଛଡ଼ା କିଛି ଅର୍ଥ ମଧ୍ୟ ରୋଜଗାର କରିପାରୁ। ୫ ମାସ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ନ ଥିବାରୁ ୩୦ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନିଆ ଘରେ ବସିଛନ୍ତି।
– ଚୈତନ୍ୟ ମୁଦୁଲି, କାଣ୍ଡସର ସଂକୀର୍ତ୍ତନ ମଣ୍ଡଳୀ
ହରିବୋଲ ପଡ଼ିପାରୁନି
ପୂର୍ବରୁ ସନ୍ଧ୍ୟା ହେବା ମାତ୍ରେ ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ପରିବେଷଣ ହେଉଥିଲା। ଖୋଳ ସହ କରତାଳର ତାଳରେ ଗଁାରେ ଧର୍ମୀୟ ବାତାବରଣ ଖେଳିଯାଉଥିଲା। ହେଲେ ଏବେ ହରିବୋଲଟିଏ ମଧ୍ୟ ପଡ଼ିପାରୁନି।
– ଭକ୍ତଚନ୍ଦ୍ର ସାହୁ, ଗିରାଙ୍ଗ ସଂକୀର୍ତ୍ତନ ମଣ୍ଡଳୀ ଗାୟକ
ରୋଜଗାର ବନ୍ଦ ହୋଇଯାଇଛି
ପୂର୍ବରୁ ମହିଳା ସଂକୀର୍ତ୍ତନ ମଣ୍ଡଳୀକୁ ସବୁଆଡୁ ଖୋଜାପଡୁଥିଲା। ରାଜ୍ୟର ଅନେକ ସ୍ଥାନକୁ ଯାଇ ଭଜନକୀର୍ତ୍ତନ କରିଛୁ। କଟକଣା ପରଠାରୁ ୫ ମାସ ହେଲା କୁଆଡେ ଯାଇପାରୁନୁ। ଫଳରେ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
– ମିନତୀ ସାମଲ, କୁଲାଡ ମହିଳା ସଂକୀର୍ତ୍ତନ ମଣ୍ଡଳୀ
ସଂକୀର୍ତ୍ତନ ପରିବେଷଣ ଆବଶ୍ୟକ
ସନ୍ଧ୍ୟାରେ ପ୍ରତି ଗ୍ରାମରେ ସଂକୀର୍ତ୍ତନ ପରିବେଷଣ ହେବା ଆବଶ୍ୟକ। ଏହାଦ୍ୱାରା ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥାଏ। ଏହା ବନ୍ଦ ହୋଇଗଲେ ଭାଇଚାରା, ଆଧ୍ୟାତ୍ମିକ ଭାବ କ୍ଷୟ ହେବ। ତେଣୁ ଭାଗବତ ଟୁଙ୍ଗି, କୋଠଘରେ ସଂକୀର୍ତ୍ତନ ପାଇଁ ଅନୁମତି ମିଳୁ।
– ପ୍ରସନ୍ନ ବେଉରା, ନାଲ୍‌କୋ ସଂକୀର୍ତ୍ତନ ମଣ୍ଡଳୀ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri