ଖୋଳ ତାଳର ବାଜିଗର ନୟନ

ତେଲକୋଇ, ୧।୧୦(ଡି.ଏନ.ଏ.)-କଳା ସମର୍ପିତ ହୋଇଛନ୍ତି କଳାକାର ବାଜିଗର। ଅପହଞ୍ଚ ଅଞ୍ଚଳରେ ତାଙ୍କର ବେଶ ଆଦୃତ ତାଙ୍କ କଳାକୁ ନେଇ। ଛୋଟ ବୟସରୁ ଏହି କଳାକୁ ନେଇ ମୃଦଙ୍ଗ, ମାଦଳ, ଡୁବି ତବଲା, ଢୋଲ ଆଦି ପ୍ରସ୍ତୁତି କରିବା ସହିତ ଉକ୍ତ ବାଦ୍ୟଯନ୍ତ୍ରର ମୁର୍ଚ୍ଛନାକୁ ତୋଳି ରଖିଛନ୍ତି। ଏଥିପାଇଁ ଜିଲା ସମେତ ଅନୁଗୋଳ, ଢେଙ୍କାନାଳ, ଦେବଗଡ, ମୟୂରଭଞ୍ଜ ଜିଲାରୁ ଆସନ୍ତି ଏହି ବାଦ୍ୟଯନ୍ତ୍ର ତିଆରି ପାଇଁ। ସରକାରଙ୍କ ତରଫରୁ ପ୍ରଶଂସା କରାଯାଉଥିବାବେଳେ କୌଣସି ସହାୟତା କରାଯାଉନି। ଏଭଳି ପ୍ରତିଭା ଥାଇ ମଧ୍ୟ ଲୁକ୍କାୟିତ ହୋଇଯାଉଛି।
ତେଲକୋଇ ବ୍ଲକ ଅଧୀନର ସିରିଗିଡା ପଞ୍ଚାୟତର ମକାପଡା ଗ୍ରାମର ହେଲେ ନୟନ ଦାସ(୭୫)। ଛୋଟ ବେଳୁ ଏହି କଳାରେ ପାରଙ୍ଗମ ହୋଇଥିବା ବେଳେ ଏହାକୁ ନିଜର ବୃତ୍ତି ଭାବି ଅଦ୍ୟାବଧି ଜାରି ରଖିଛନ୍ତି । ତାଙ୍କର ସ୍ବତନ୍ତ୍ର ପରିଚୟ ହେଉଛି ସେ ଜଣେ ତପସ୍ବୀ। ଜନ୍ମ ପରେ କେବେ ଚପଲ ପିନ୍ଧିନାହାନ୍ତି। ବିଭିନ୍ନ ଜିଲାକୁ ଗଲେ ଖାଲିପାଦରେ ଯିବା ସହିତ ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇଥାନ୍ତି। ତାଙ୍କ ମୃଦଙ୍ଗ ଓ ମାଦଳକୁ ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ପକ୍ଷରୁ ଅର୍ଡର ଦିଆଯାଇ ଜିଲ୍ଲା ଓ ଦେଶ ବାହାରକୁ ନେଇଥାନ୍ତି । ତାଙ୍କୁ କାହିବାନୁଯାୟୀ ଗ୍ରାମରେ ସ୍କୁଲ ନ ଥିବା ସ୍ଥଳେ ନିକଟସ୍ଥ ସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ମୃଦଙ୍ଗ, ମାଦଳ ଏବଂ ଢୋଲର ମୁର୍ଚ୍ଛନା ଦେବା ଗୁରୁତ୍ୱ ଯୋଗୁ ସବୁ ଯନ୍ତ୍ରପାତିକୁ ତିଆରି କରୁଥିବାରୁ ତାଙ୍କୁ ଆଦୃତ କରିଛନ୍ତି। ସେହି ଅଞ୍ଚଳର ବିଭିନ୍ନ ଗ୍ରାମର କୀର୍ତ୍ତନ ମଣ୍ଡଳୀ ଦୈନିକ ଆସି ତାଙ୍କୁ ଉତ୍ସାହିତ କରିବାରେ ଲାଗିଛନ୍ତି । ପରିବାର କହିଲେ ୨ପୁଅ ବୋହୂ, ନାତିନାତୁଣି ସମସ୍ତେ ପାଖରେ ଅଛନ୍ତି। ତାଙ୍କ ମଧ୍ୟରେ ଥିବା ଏହି ପ୍ରତିଭାକୁ ଅଣଦେଖା କରାଯାଉଛି। ଜୀବନ ଥିବା ମଧ୍ୟରେ ଏହି ଖୋଳ ତାଳର ମେଳକୁ ଉଜ୍ଜୀବିତ କରିବାକୁ ନିଷ୍ପତ୍ତି ନେଇଛି। ଜିଲା ଓ ଓଡିଶା ବାହାର ସଂସ୍ଥା ଆସି ପ୍ରଶଂସାରେ ପୋତୁ ଥିବା ବେଳେ ଏହା କଳାକୁ ସ୍ବତନ୍ତ୍ର ଭାବେ ଉଜ୍ଜୀବୀତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ଘର ପର୍ଯ୍ୟନ୍ତ ଆସିବାକୁ ରାସ୍ତା ନାହିଁ। ଜଙ୍ଗଲ ଅଞ୍ଚଳରେ ରହିଥିଲେ ହେଁ ବାଦ୍ୟଯନ୍ତ୍ର ପାଇଁ ବହୁ ଲୋକେ ଆସି ପହଞ୍ଚିଥାନ୍ତି। ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି କଳାକୁ ବଞ୍ଚାଇ ରଖିବାକୁ ସେ ଦୃଢ଼ ସ୍ବରରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri